ମେଷ: ଆଜି ଦିନଟି ଅତି ଶୁଭଙ୍କର ଅଟେ । ଲୋଭ କରି ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ । ଇଚ୍ଛାଥିଲେ ମଧ୍ୟ ଖାଆନ୍ତୁ ନାହିଁ । ଯାହାକଲେ ମଧ୍ୟ ତାହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିପାରନ୍ତି । ଏ ବିଷୟରେ ମନକୁ ହାଲକା କରନ୍ତୁ ନଚେତ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ ।
ବୃଷ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟି ପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।
ମିଥୁନ: ଆଜି ଆପଣ ଅତ୍ୟାଧିକ ଶ୍ରମ କରିପାରନ୍ତି । ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ନ ରହିଲେ ଅନ୍ୟମାନେ ଆପଣଙ୍କଠାରୁ ଦୂରେଇ ଯିବେ । ଏହାର କୁପ୍ରବାହ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତର ଯୋଗ ଅଛି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ସତର୍କ ରୁହନ୍ତୁ ।
କର୍କଟ:ଗ୍ରହମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ, ତାହା ପାଇ ପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ମନର ମଣିଷଙ୍କ ସହ ଶୀଘ୍ର ସାକ୍ଷାତ ହେବ । ଦିନଟିକୁ ଆମୋଦ ପ୍ରମୋଦରେ କଟିବାକୁ ବଣଭୋଜି କରିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ନେଇ ଯାଇପାରନ୍ତି ।
ସିଂହ: ଆପଣଙ୍କର ସକାରାତ୍ମକ ଶକ୍ତି ଆପଣଙ୍କର ଭାବନାରେ କେନ୍ଦ୍ରିତ ଅଟେ ଯାହାକି ଦୃଢ ନିଶ୍ଚୟରେ ପ୍ରତିଫଳିତ ହେବ । ଆପଣଙ୍କ ବରିଷ୍ଠ ଏବଂ ମାଲିକ ଆପଣଙ୍କ ଉତ୍ତମମାନର କାର୍ଯ୍ୟ ଏବଂ ଉତ୍କୃଷ୍ଟ ଯୋଜନା ପାଇଁ ବିଷେଶ ଭାବେ ପ୍ରଭାବିତ ହେବେ ,ଯେଉଁଥିପାଇଁ ଆପଣ ସାମାଜିକ ପରିଚୟ ଅର୍ଜନ କରିବେ । ଆପଣଙ୍କର ନିଜ ପିତାଙ୍କ ସହିତ ଭଲ ସମୀକରଣ ରହିବ, ଏପରି କି ତାଙ୍କଠାରୁ ଲାଭବାନ ହୋଇପାରନ୍ତି । ଜମି ଏବଂ ସମ୍ପତ୍ତି ସମ୍ୱଦ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଏହା ହେଉଛି ଭଲ ଦିନ । ସଂକ୍ଷେପରେ ଏହା ଏକ ଶୁଭ ଦିନ ଅଟେ ।
କନ୍ୟା:ଆଜି ନିଷ୍କ୍ରିୟତା, ଆଳସ୍ୟପଣ ଅନୁଭବ କରିବେ । ଆଜି ଦିନ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରି ଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁନାହିଁ ଯଦି ଆପଣ ଜିତିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିଦ୍ୱନ୍ଦୀ ମାନଙ୍କର ପରବର୍ତ୍ତୀ ପଦକ୍ଷେପ ପାଇଁ ସାବଧାନ ହୋଇ ରହିବାକୁ ପଡିବ ।