ମେଷ:ଆଜି ଦିନଟି ଆପଣଙ୍କର ଆଧ୍ୟାତ୍ମିକ ଭାବ ଯୋଗୁଁ ସର୍ବୋତ୍କୃଷ୍ଟ ଅଟେ । ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇ ଆପଣ ଉଚ୍ଚ ସ୍ତରକୁ ଉଠି ପାରିବେ। ମାତ୍ର ଆପଣ ନିଜର ବାର୍ତ୍ତାଳପରେ ସଂଯମତା ରକ୍ଷା ନ କଲେ ଲୋକଙ୍କ ମନରେ ଆଘାତ ଦେଇପାରନ୍ତି କିମ୍ଵା ସେମାନଙ୍କ ଚିନ୍ତାଧାରାକୁ ଅବମାନନା କରିପାରନ୍ତି । ଆପଣ ଯଦି ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନରେ ସ୍ଥିର କରିଛନ୍ତି, ତାହେଲେ ତାକୁ ସ୍ଥଗିତ ରଖନ୍ତୁ । କାରଣ ଆଜି ଦିନଟି ଆପଣଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ । ଶେଷରେ ଆଜି ଆପଣ କୌଣସି ଯାତ୍ରାରେ ବାହାରନ୍ତୁ ନାହିଁ ।
ବୃଷ:ଆଜି ଦିନଟିରେ ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । କିଛି ବନ୍ଧୁବାନ୍ଧବ ଆପଣଙ୍କ ଘରକୁ ମଧ୍ୟାହ୍ନ ଭୋଜନ କିମ୍ଵା ରାତ୍ର ଭୋଜନ ପାଇଁ ଆସିପାରନ୍ତି । ଏହା ଫଳରେ ଆପଣଙ୍କ ଘରେ ଏକ ଖୁସିର ଆସର ଜମିପାରେ । ବାହାରକୁ ପରିଭ୍ରମଣରେ ଯିବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ। ବିଦେଶରେ ରହୁଥିବା ଆପଣଙ୍କର ସମ୍ପର୍କୀୟଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆଜି ଦିନଟି ଆମୋଦପ୍ରମୋଦରେ କଟିପାରେ । ଦିନର ଶେଷାର୍ଦ୍ଧରେ ଅର୍ଥାଗମର ଶୁଭ ସୂଚନ ମିଳୁଛି |
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ମନେହେବ । ବୃତ୍ତିଗତ ଜୀବନରେ ଆପଣ ଅସମ୍ପୁର୍ଣ୍ଣ ଥିବା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ପାରିବେ ଏବଂ ଏଥିପାଇଁ ପ୍ରଶଂସିତ ହେବେ । ଆଜି ଅର୍ଥଲାଭ ହେବ ମାତ୍ର ଏହା ସଙ୍ଗେସଙ୍ଗେ ଖର୍ଚ୍ଚର ମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇପାରେ। ମାତ୍ର ଆପଣ କିଛି ଅଯଥାରେ ଖର୍ଚ୍ଚ ନକରୁଥିବାରୁ ବ୍ୟସ୍ତ ହେବା ଉଚିତ ନୁହେଁ । ଆଜି ଆପଣ କୌ଼ଣସି କାରଣରୁ ଉତ୍ତେଜିତ କିମ୍ଵା କ୍ରୋଧାନ୍ୱିତ ହେବେନାହିଁ । ଆପଣ ନିଜର ବାର୍ତ୍ତାଳପରେ ସଂଯମତା ରକ୍ଷା କଲେ ଏହା ସମ୍ଭବ ହୋଇପାରିବ ।
କର୍କଟ:ଆଜି ଆପଣ ଜଣେ ଶାଶ୍ୱତ ଓ ଆଶାଵାଦୀ ହେବେ । ଆପଣଙ୍କର ଉପଲବ୍ଧି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସନ୍ଧ୍ୟାରେ ପରିଵାର ସଦସ୍ୟଙ୍କ ସହିତ ସମୟ ବିତାଇ ଆନନ୍ଦଲାଭ କରିବେ । ନିଜ ପରିଵାରର ମୂଲ୍ୟବୋଧ ଓ ପରିକଳ୍ପନା ପାଇଁ ଆପଣଙ୍କର ସମ୍ମାନ ବଢ଼ିବ ଓ ଆପଣ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରଚେଷ୍ଟା କରିବେ ।
ସିଂହ:ଆଜି ଦିନଟି ସେତେଟା ଶୁଭଫଳ ପ୍ରଦାନ କରିବ ନାହିଁ । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି। ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଝଗଡା ମଧ୍ୟ ହୋଇପାରେ । ଏଥିପାଇଁ ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ଅତ୍ୟଧିକ ସତର୍କତା ଅବଲମ୍ଵନ କରନ୍ତୁ।
କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍ତମ ଅଟେ । ଆପଣଙ୍କ ଭାଇଭଉଣୀ ଆପଣଙ୍କ ବ୍ୟକ୍ତିତ୍ୱର ଭଲପାଇବା ଦିଗରୁ ଆପଣଙ୍କୁ ଦେଖିପାରନ୍ତି । ତେଣୁ ସେମାନଙ୍କ ସହ ମଧୁର ସମ୍ପର୍କ ଆହୁରି ବୃଦ୍ଧି ପାଇବ। ଆଜି ବନ୍ଧୁମିଳନ ଘଟିପାରେ ମଧ୍ୟ । ଆପଣ ଯେଉଁମାନଙ୍କୁ ଭଲ ପାଆନ୍ତି, ସେମାନଙ୍କ ସହ ଆତ୍ମୀୟତା ଆହୁରି ଗାଢ ହୋଇପାରେ । ଅଫିସରେ ନିଜ ଉପରେ ବ୍ୟସ୍ତ ଥିବା କାର୍ଯ୍ୟକୁ ସଫଳତାର ସହ ସାରିବେ । ଅର୍ଥଲାଭ ହେବାର ସୁବର୍ଣ୍ଣ ସୁଯୋଗ ମିଳିପାରେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।
ତୁଳା:ଆପଣ ଆଜି କୌଣସି ସିଦ୍ଧାନ୍ତରେ ଉପନିତ ହେବା ଅତ୍ୟନ୍ତ କଷ୍ଟକର ହେବ । ତେଣୁ ଆପଣଙ୍କୁ ଧୀରସ୍ଥିତ ଚିତ୍ତର ଅପେକ୍ଷା କରିବାକୁ ପଡିବ । ମାତ୍ର ଯଦି ଆପଣ ଚେଷ୍ଟାକରି ନିଜର ମନୋବୃତ୍ତିକୁ ବଦଳାଇ ପାରୁନାହାନ୍ତି, ଏବଂ ଆପଣ ଭାବୁଛନ୍ତି ଯେ ଆପଣଙ୍କ ବିଶ୍ୱାସରେ ତ୍ରୁଟି ରହିଛି, ତାହା ହେଲେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଆଦୌ ନିଅନ୍ତୁ ନାହିଁ । ପାରିବାରିକ ଜୀବନରେ ଆପଣ ଜୀଦଖେର ଏବଂ କଠୋର ସ୍ୱଭାବକୁ ପରିତ୍ୟାଗ କରି ଶାନ୍ତ ଓ ନମ୍ର ହୁଅନ୍ତୁ । ଆପଣ ନିଜର ଚଳଣିକୁ ପରିବର୍ତ୍ତନ କରିପାରିଲେ ପରିବାରରେ କୌଣସି ସମସ୍ୟା ରହିବନାହିଁ ।
ବିଛା:ଆଜି ଦିନଟି ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଶୁଭ ଅଟେ। ଆପଣ ନିଜର ମେଳାପୀ ଓ ସ୍ନେହୀ ପ୍ରକୃତି ଯୋଗୁଁ ପ୍ରିୟଜନ ଓ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ପ୍ରିୟଜନଙ୍କ ଠାରୁ ଉପହାର ମିଳିପାରେ । ହସଖୁସିରେ ସମୟ ବିତାଇବା ପାଇଁ ଏକ ପରିଭ୍ରମଣର ଆଯୋଜନ ଆଜି ହିଁ କରିବେ । ଦିବସର ଶେଷାର୍ଦ୍ଧରେ ଏକ ଖୁସି ଖବର ପାଇ ଖୁସି ହୋଇପାରନ୍ତି |
ଧନୁ:ଆଜି ଦିନଟି ଆପଣଙ୍କ ପାଇଁ ସେତଟା ଶୁଭଦାୟକ ନୁହେଁ । ଆଜି ଆପଣ ନିଜର ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିପାରନ୍ତି । ତେଣୁ ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପରେ ସଂଯମତା ରକ୍ଷା କରନ୍ତୁ । ଧୀରେସୁସ୍ଥେ ଗାଡି ଚଳାନ୍ତୁ ନଚେତ୍ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ । ପ୍ରଥମରୁ ଦିନଟି ଭଲରେ କଟିଲେ ଶେଷାର୍ଦ୍ଧରେ ମଧ୍ୟ ଭଲରେ କଟିବ । ମାତ୍ର ଦୁର୍ଭାଗ୍ୟ ବଶତଃ ଆପଣଙ୍କ କ୍ଷେତ୍ରରେ ତାହା ଘଟିବ ନାହିଁ। ତେଣୁ ସତର୍କତା ଅବଲମ୍ଵନ କରନ୍ତୁ । ଆପଣଙ୍କ ଖର୍ଚ୍ଚର ମାତ୍ରା ବୃଦ୍ଧି ପାଇପାରେ ।
ମକର: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳଦାୟକ ଅଟେ । ଆଜି ଦିନରେ ଆପଣ ନିଜ ବନ୍ଧୁ ଓ ସମ୍ପର୍କୀୟଙ୍କ ସଙ୍ଗେ ମୌଜ ମଜଲିସରେ ସମୟ କାଟିବେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ବିବାହ ପାଇଁ ଉତ୍କଣ୍ଠିତ ଥିବା ଯୁବକ ଯୁବତୀମାନେ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଆଜି ଦିନଟି ସର୍ବୋତ୍କୃଷ୍ଟ ଅଟେ। ଦିନଟିକୁ ମଧୁରମୟ କରିବାକୁ ଆପଣ ଚାହୁଁଥିଲେ ଏକ ବିଳାସପୂର୍ଣ୍ଣ ପରିଭ୍ରମଣର ଯୋଜନା କରନ୍ତୁ । ଅପ୍ରତ୍ୟାଶିତ ଭାବେ ଏକ ଶୁଭ କର୍ମକୁ ଧୂମଧାମରେ ପାଳନ କରିବା ପାଇଁ ନିଜେ ଆଗରୁ ପ୍ରସ୍ତୁତ ରୁହନ୍ତୁ।
କୁମ୍ଭ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ପ୍ରଦାୟକ ଅଟେ । ଆଜି ଆପଣ ଅତି ସହଜରେ ଲକ୍ଷ ସ୍ଥଳରେ ପହଞ୍ଚିବାରେ ସକ୍ଷମ ହେବେ । ଅଫିସରେ ଆପଣଙ୍କ ଉପରିସ୍ଥ କର୍ମଚାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ପ୍ରସନ୍ନ ହେବେ। ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି। ବ୍ୟକ୍ତିଗତ ଜୀବନରେ ଆପଣ ଦିନତମାମ ପ୍ରଫୁଲ୍ଳ ରହିବେ। ଅର୍ଥ ଲାଭର ସମ୍ଭାବନା ଅଛି । ଗୁରୁଜନ ମାନଙ୍କର ଆଶୀର୍ବାଦ ଆପଣଙ୍କୁ ଖୁସି କରାଇବ ।
ମୀନ:ଆଜି ଦିନଟି ଆପଣଙ୍କ ପାଇଁ ସେତେଟା ଶୁଭଦାୟକ ନୁହେଁ । ମାତ୍ର ଆଜି ସନ୍ଧ୍ୟାଟି ମଧୁମୟ ହେବ । ବିଶ୍ରାମହୀନ, ଶିଥିଳତା ଏବଂ ଉତ୍କଣ୍ଠିତ ହୋଇ ଦିନଟିକୁ ଅଶାନ୍ତ କରନ୍ତୁ ନାହିଁ। ଯଥା ସମ୍ଭବ ନିଜେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାର ଆପଣଙ୍କ ମାନସିକ ଶାନ୍ତି ଫେରି ଆସିବା ସହିତ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଆପଣ ଉପକୃତ ହେବେ ।ବୃତ୍ତିଗତ ଜୀବନରେ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ କାମ କଲାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ଏପରିକି ଆପଣଙ୍କ ଗୋଟିଏ ସାମାନ୍ଯ ତ୍ରୁଟି ପାଇଁ ଗାଳି ଶୁଣିବାକୁ ପଡିପାରେ। ସିଦ୍ଧାନ୍ତ ନେବା ପୂର୍ବରୁ ସତର୍କତା ଅବଲମ୍ଵନ କରନ୍ତୁ । କୌଣସି ଅତ୍ୟନ୍ତ ଜରୁରୀ ସିଦ୍ଧାନ୍ତକୁ ସେତେ ଗୁରୁତ୍ୱ ଦିଅନ୍ତୁ ନାହିଁ । ପରିବାରରେ ଆପଣଙ୍କ ସନ୍ତାନସନ୍ତତିଙ୍କ ଚିନ୍ତାରେ ବ୍ୟସ୍ତ ହୋଇପାରନ୍ତି।