ମେଷ: ଦିନଟି ମିଶ୍ରିତ ଫଳଯୁକ୍ତ ଅଟେ । ଶରୀର ଓ ମନ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ଦିନଟି ବ୍ୟସ୍ତ ବହୁଳ ଏବଂ ଆଳସ୍ୟ ଭରି ରହିବ । ଦିନଟିରେ ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେ କୁପ୍ରଭାବ ପକାଇବ । ସୁନ୍ଦର ଭାବରେ ଓ ଢଙ୍ଗରେ ସାହାଯ୍ୟ ମାଗିଲେ ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ହାସଲ ହେବ । ଦେବ ଦର୍ଶନ ଯୋଗ ଅଛି । ମନ ଯୋଗ ସହ କାର୍ଯ୍ୟ କରନ୍ତୁ ସୁଫଳ ମିଳିବ ।
ବୃଷ: ସାବଧାନତା ଅବଲମ୍ବନ କରନ୍ତୁ । ନୂତନ କାର୍ଯ୍ୟାରମ୍ଭ କରନ୍ତୁ ନାହିଁ । ଦେହ ଭଲ ରହିବ ନାହିଁ ତେଣୁ ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବ୍ୟସ୍ତତା ଓ ଦେହ ପୀଡାରେ କଷ୍ଟ ପାଇବେ । କାର୍ଯ୍ୟ ସ୍ଥଳରେ ଅଳସୁଆ ହେବେ । ଯାତ୍ରା ଶୁଭ ଅଟେ । ଅଧିକ ସମୟ ଦେବ ଦର୍ଶନରେ ଅତିବାହିତ କରନ୍ତୁ ।
ମିଥୁନ: ଗୁପ୍ତ କାର୍ଯ୍ୟ ସିଦ୍ଧି ହେବ ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବେ । ପ୍ରେମ ବାଣରେ ଆଜି କାହାକୁ ବସିଭୁତ କରିପାରନ୍ତି । ଶାରୀରିକ ସୁସ୍ଥତା , ସାମାଜିକ ପ୍ରତିଷ୍ଠା ଓ କ୍ଷାତି ବଢିବ ।
କର୍କଟ:ଦିନଟି ଶୁଭ ଫଳ ଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ଅଟେ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ଅଧିନସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗମାନଙ୍କ ସହ ମଧୁର ସମ୍ପର୍କ ହେବ । ଶତୃ ପରାଜୟ ହେବେ ।
ସିଂହ:ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ହେବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଫଳ ଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ । କିଛି ଆୟୋଯକ ଭାବରେ କାମ କରିପାରନ୍ତି ।
କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ।