ଓଡିଶା

odisha

ETV Bharat / bharat

୧୬ ଏପ୍ରିଲ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ୧୬ ଏପ୍ରିଲ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

୧୬ ଏପ୍ରିଲ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
୧୬ ଏପ୍ରିଲ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Apr 16, 2022, 12:00 AM IST

ମେଷ:ଆଜି ଆପଣ ଭାରି ନିଶ୍ୱାର୍ଥପର ଏବଂ ମଙ୍ଗଳକାରୀ ଅନୁଭବ କରିବେ । ଯଦିଓ କେତେକ ଆପଣଙ୍କର ଏହି ଦୟାଳୁ ମନୋଭାବ ବୋକାମି ଭାବରେ ବିଚାର କରୁଛନ୍ତି, ଏହା ଏକ କଠିନ ପରିସ୍ଥିତିରୁ ବାହାରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ଏହା ମଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ଦେବ ଯାହାକି ଆପଣ ଆବଶ୍ୟକ କରୁଛନ୍ତି । ଆପଣଙ୍କର ସନ୍ତୁଷ୍ଟ ଏବଂ ହସଖୁସୀର ମନୋଭାବରୁ ଆପଣ ଉପକାର ପାଇପାରନ୍ତି ।


ବୃଷ: ନିଜର ଅକପଟ ଚରିତ୍ର ଏବଂ ମିଠା କଥାରେ ସମସ୍ତଙ୍କ ମନ ମୋହିନେବେ । ଏହି ଗୁଣ ଯୋଗୁଁ ପାଖ ପଡୋଶୀ ତଥା ନିଜର ଲୋକଙ୍କ ସଙ୍ଗେ ମଧୁର ସମ୍ପର୍କ ସ୍ଥାପିତ ହେବ । ସମୁହ ଆଲୋ଼ଚନା ତଥା ସଭାସମିତିରେ ସମ୍ମାନ ମିଳିବ । ଆପଣ ନିଜ କର୍ମରେ ଆଶାତିତ ଭାବେ ସୁଫଳ ନ ପାଇଲେ ମଧ୍ୟ କାମ କିଛିବାଟ ଆଗେଇ ଯିବେ । ପେଟ ଯନ୍ତ୍ରଣା ଭୋଗ କରିବେ । ଆପଣ ବାହାର ଖାଦ୍ୟ ନ ଖାଇ ଘରେ ରନ୍ଧା ହୋଇଥିବା ଖାଦ୍ୟ ଖାଆନ୍ତୁ ।ଏହାଦ୍ୱାରା ଆପଣଙ୍କର କାର୍ଯ୍ୟକରିବାକୁ ସ୍ପୃହା ବଢିବ ଓ ଶରୀର ସୁସ୍ଥ ରହିବ ।


ମିଥୁନ:ଦିନଟି ଅବ୍ୟବସ୍ଥା ଓ ଅନିଶ୍ଚିୟତା ଭିତରେ କଟିବ । ଆପଣଙ୍କର ମାନସିକ ଭାବପ୍ରବଣତାର ବେଗ ଏତେ ବୃଦ୍ଧି ପାଇବ ଯେ ଆପଣଙ୍କ ମାନସିକ ଉତ୍ତେଜନା ପ୍ରକାଶ ପାଇପାରେ । ନିଜର ମାଆଙ୍କ ପାଇଁ ଅଧିକ ଭାବପ୍ରବଣ ହୋଇପଡିବେ । କିଛି ଆଲୋଚନାରେ ଅଂଶ ଗ୍ରହଣ କରିବେ । ମାତ୍ର ମାନସିକ ଶାନ୍ତି ପାଇବାକୁ ହେଲେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ନିଜ ଘର କିମ୍ୱା ସ୍ଥାବର ସମ୍ପତ୍ତି ବିଷୟରେ କୌଣସି ଆଲୋ଼ଚନା ଆଜି କରନ୍ତୁ ନାହିଁ ।ପ୍ରିୟଜନଙ୍କ ସହ ସାଧାରଣ ତର୍କବିତର୍କ ଲାଗିପାରେ ।


କର୍କଟ:ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି ଅବଶ୍ୟ ସେଥିରେ ଆପଣଙ୍କ ଖର୍ଚ୍ଚ ଅଧିକ ହେବ । ଯଦିଓ ଆପଣ ଯେତେ ଖର୍ଚ୍ଚ ହେଉଛି ସେ ବିଷୟରେ ଚିନ୍ତା କରିବେ ନାହିଁ କିନ୍ତୁ ସଂଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ ।


ସିଂହ:ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟିଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ । ଆର୍ଥିକ ଅବସ୍ଥା ଭଲ ହେବ ।


କନ୍ୟା:ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ । ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ । କିନ୍ତୁ ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଶେଷରେ ତାହା ଆପଣଙ୍କ ସପକ୍ଷରେ ହିଁ ଯିବ । ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି ।


ତୁଳା: ଆପଣ ଆପଣଙ୍କ ପ୍ରିୟଜନଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ ଓ ସେମାନଙ୍କ ସହ ବାହାରକୁ ଖାଇବା ପିଇବାକୁ ମଧ୍ୟ ଯାଇପାରନ୍ତି । ଯାହା ଦ୍ଵାରା ଆପଣ ସେମାନଙ୍କୁ ନିଜର ଅଧିକ ନିକଟକୁ ଆଣିପାରନ୍ତି । ଆପଣ ସେମାନଙ୍କୁ ଉପହାର ଆଦି ଦେଇ ଆଜି ସେମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିବେ ।


ବିଛା: ଆଜିକାଲି ନିରାଶାକୁ ଆପଣଙ୍କୁ ଏକ ସୁସ୍ଥ ଢଙ୍ଗରେ ସାମ୍‍ନା କରିବା ଶିଖିବା ଦରକାର । ଠିକ ନିଷ୍ପତ୍ତି ନେବା ସବୁବେଳେ କଷ୍ଟକର ।ଭାବନାରେ ବହି ଯାଇ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ କାରଣ ସେଗୁଡିକ ଠିକ ଲାଗିପାରେ କିନ୍ତୁ ପରେ ଅତ୍ୟଧିକ ଅବ୍ୟବହାରିକ ଭଳି ଲାଗିପାରେ ।


ଧନୁ: ଆଜି ଗ୍ରାହକ ଓ ସପ୍ଲାୟରମାନଙ୍କ ସହ ମିଟିଙ୍ଗ ଆୟୋଜନ କରିବାରେ ଆପଣଙ୍କ ଅଧିକାଂଶ ସମୟ ଚାଲିଯିବ । ଆପଣଙ୍କ ଧୈର୍ଯ୍ୟ ଯୋଗୁଁ ଆପଣ ଲୋକମାନେ ଦେଉଥିବା ପରାମର୍ଶ ଓ ମତାମତଗୁଡିକ ଶୁଣିପାରିବେ । ଏହା ଫଳରେ ଅବଶ୍ୟ ଆପଣଙ୍କ ବହୁତ ଲାଭ ଓ ଉତ୍ପାଦନକ୍ଷମ ହେବ ।


ମକର: ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ କାରଣ ଆଜି ଆପଣ ଜଣଙ୍କ ସହ ଦେଖା କରିବେ ଯାହା ସହ ଆପଣ ଜୀବନ ସାରା ସମ୍ପୃକ୍ତ ରହିବେ । ଆହୁରି ମଧ୍ୟ ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କ ଓ ସମ୍ପର୍କୀୟମାନେ ବ୍ୟସ୍ତ ରଖିବ । ସନ୍ଧ୍ୟାରେ ଭ୍ରମଣରେ ଯାଇପାରନ୍ତି ।


କୁମ୍ଭ:ଆପଣଙ୍କ ଅନ୍ତଃ ଧ୍ଵନିକୁ ଶୁଣନ୍ତି ଓ ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ ଯାହା ଦ୍ଵାରା ଆପଣଙ୍କ ପଥରେ ଆପଣଙ୍କୁ ଅନ୍ୟ କେହି ବାଟ ଦେଖାଇବାର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟସ୍ଥଳରେ ଆପଣଙ୍କ ସବୁ ଭଲରେ ଯିବ କାରଣ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ସମର୍ଥନ କରିବେ ।


ମୀନ: ଗ୍ରହ ଆପଣଙ୍କ ସପକ୍ଷରେ ଅଛନ୍ତି ଏବଂ ସମସ୍ତ ପ୍ରକାର କଳାରେ ଆପଣ ଉଚ୍ଚ ସ୍ତରର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ ପାଟର୍ଣ୍ଣର୍‌ସିପ୍‌ ପାଇଁ ଏହା ହେଉଛି ଉତ୍କୃଷ୍ଟ ସମୟ । ଦୈନଦିନ କାର୍ଯ୍ୟର ପ୍ରାୟ ସମସ୍ତ ସମାପ୍ତ କରିସାରିଲା ପରେ ଆପଣ ଆନନ୍ଦ ଉପଭୋଗ କରିବା ପାଇଁ ଚାହିଁବେ, ଏବଂ ପ୍ରୀୟଜନଙ୍କ ସହିତ ପାର୍ଟି କରିବାକୁ ଚାହିଁବେ କିମ୍ୱା ବାହାରକୁ ଯିବାକୁ ଚାହିଁବେ । ବାହାରକୁ ନେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମ୍ପର୍କ ସଫଳତାର ସହିତ ମଜଭୁତ କରିପାରିବେ । ସଫଳତା ପାଇଁ ଆପଣ ଖ୍ୟାତି ଅର୍ଜନ କରିବେ ।

ABOUT THE AUTHOR

...view details