ଓଡିଶା

odisha

ETV Bharat / bharat

ଅକ୍ଟୋବର ୧୫ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର ୧୫ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଅକ୍ଟୋବର ୧୫ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

By

Published : Oct 15, 2022, 12:00 AM IST

ମେଷ: ଆପଣ ଯେତେ ବ୍ୟତିବ୍ୟସ୍ତ ହେଲେ ମଧ୍ୟ ଆପଣଙ୍କ ଦିନ ସେପରି ଯିବ ନାହିଁ ଯେପରି ଆପଣ ଚାହୁଁଛନ୍ତି । ଆଜି ଜଗିରଖି କାମ କରନ୍ତୁ । ଆଜି ଅନେକ ସମସ୍ୟା ଦେଇ ଆପଣ ଗତିକରିବେ । ବାପା ମାଙ୍କ କଥାମାନି ଚଳନ୍ତୁ । କୌଣସି କୋର୍ଟ କଚେରୀ କାମ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ।

ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି । ଆପଣ ଦୂରଯାତ୍ରା କରିବାର ଏହା ଏକ ଶୁଭ ଦିନ । ଆପଣ କିଛି ବିଉଟି ଟ୍ରିଟମେଣ୍ଟ ଆରମ୍ଭ କରି ଅପରାହ୍‍ଣ ସୁଦ୍ଧା ନିଜର ରୂପରେ ପରିବର୍ତ୍ତନ ଆଣିବେ । ଆପଣଙ୍କ ପ୍ରିୟଜନଙ୍କୁ ବିଶେଷ ଧ୍ୟାନ ଦେବେ ।

ମିଥୁନ: ଆଜି ଆପଣଙ୍କ ଶାରୀରିକ ରୂପ ବିଷୟରେ ଆପଣ ବହୁତ ଚିନ୍ତିତ ରହିବେ । କିଛି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ତାହା କରନ୍ତୁ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ । ଅନେକ ଭଲ ଧାରଣା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ ।

କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ ଏବଂ ସବୁ ଥର ଆପଣ ସେଗୁଡିକର ସଫଳତାର ସହିତ ସାମ୍‍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳୀ ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର ।

ସିଂହ: ଆଜି ଦିନଟି ଆପମଙ୍କୁ ଶୁଭଫଳ ପ୍ରଦାନ ନକରିବାର ସମ୍ଭାବନା ରହିଛି । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି। ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ଝଗଡା ମଧ୍ୟ ହୋଇପାରେ ।ଏଥିପାଇଁ ଆପଣ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଏବଂ ସରକାରୀ କାର୍ଯ୍ୟ କଲାବେଳେ ଅତ୍ୟଧିକ ସତର୍କତା ଅବଲମ୍ଵନ କରନ୍ତୁ ।

କନ୍ୟା: ଆପଣ ଆଜି ମାଆ ହଂସ ଭଳି ହୋଇପାରନ୍ତି । ହ୍ରିଂସକ ଭାବେ ସୁରକ୍ଷାତ୍ମକ ଓ ତୀବ୍ର ଏକାନ୍ତ ଆବଶ୍ୟକ । ହୃଦୟର ଗଭୀର ପ୍ରସଙ୍ଗଗୁଡିକ ଶୀଘ୍ର କାର୍ଯ୍ୟାନ୍ଵିତ ହେବ । ବିଳମ୍ଵତା ଶେଷରେ ସମ୍ପୂର୍ଣ୍ଣ ହେବ କାରଣ ଆପଣଙ୍କ ଦିନ ଘଟଣାମୟ ରହିବ।

ତୁଳା: ଆପଣ ଏକ ପୁରୁଣା ରୋମାଣ୍ଟିକ ଘଟଣାକୁ ପୁଣି ଅନୁଭବ କରିବାର ଅନେକ ସମ୍ଭାବନା ଅଛି । ଏପରିକି ଆପଣଙ୍କ ଜୀବନସାଥୀଙ୍କ ଠାରୁ ପ୍ରେମ ପାଇବେ । ଅପରାହ୍‍ଣ ସମୟ ମିଶ୍ରିତ ଫଳ ପ୍ରଦାନ କରିବ । କିନ୍ତୁ, ସଂଧ୍ୟା ସମୟ ଆପଣଙ୍କ ମଉଜ ମଜଲିସ୍‍ରେ ଯିବ ।

ବିଛା: ଦିନ ସାରା ଆପଣ ନିଜ ଭଳି ଭାବୁଥିବା ଲୋକମାନଙ୍କ ସହ ମିଶି ଖୁସି ମନରେ ରହିବେ । ଦିନ ସାରା ଆପଣ ବିଭିନ୍ନ କ୍ରିୟାକଳାପରେ ବ୍ୟସ୍ତ ରହିବେ ଯାହା ଦ୍ଵାରା ଦିନଟି ଆପଣଙ୍କ ଜୀବନ୍ତ ଓ ଉଦ୍ୟୋଗୀ ହେବ । ଅବଶ୍ୟ, ଅତ୍ୟଧିକ ଉତ୍ସାହୀ ହେବା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇପାରେ ।

ଧନୁ: ଆଜିର ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତରେ ଯିବ । ଆପଣଙ୍କ ଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରାଯାଉଛି । ଯଦିଓ ଦିନଟି ବ୍ୟସ୍ତତାରେ ଯିବ ଆପଣଙ୍କ ବସ୍‍ ଦୟାଶୀଳ ରହିବେ ସେଥିପାଇଁ ଦିନଟି ଆପଣଙ୍କ ସହଜ ରହିବ । ପରିବାର ଠାରୁ ଆପଣ ଭଲ ପାଇବା ଓ ସ୍ନେହ ପାଇବେ ।

ମକର: ଆପଣ ଆଜି ଯାହା କରିବେ ସେଥିରେ ତର୍କ ଓ କାରଣ ଖୋଜିବେ ଓ ଏହାକୁ ଅନୁଧ୍ୟାନ କରିବେ । ଆପଣଙ୍କ ଉପରେ କିଛି କାର୍ଯ୍ୟଚାପ ଓ ଚିନ୍ତା ରହିପାରେ । କିନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କିଛି ଭଲ ହେବ ବୋଲି ଆଶା କରି ଆପଣ ସବୁ କଷ୍ଟକୁ ସହି ଚାଲିବେ ।

କୁମ୍ଭ:ଉଭୟ ରୂପ ଓ ଶାରୀରିକ ଭାବେ ନିଜକୁ ପ୍ରସ୍ତୁତ କରନ୍ତୁ । ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ତୀକ୍ଷ୍ଣ ରହିବା ଆବଶ୍ୟକ । ଛାନିଆ ହେବାର କୌଣସି କାରଣ ନାହିଁ । କାରଣ ଏହି ନିଷ୍ପତ୍ତିଗୁଡିକର ଲମ୍ଵା ସମୟ ପର୍ଯ୍ୟନ୍ତ ପ୍ରଭାବ ରହିବ ।

ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ସମ୍ଭାବନା ରହିଛି ।

ABOUT THE AUTHOR

...view details