ଓଡିଶା

odisha

ETV Bharat / bharat

୧୫ ଏପ୍ରିଲ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ୧୫ ଏପ୍ରିଲ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

୧୫ ଏପ୍ରିଲ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
୧୫ ଏପ୍ରିଲ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Apr 15, 2022, 12:00 AM IST

ମେଷ: ଆଜିର ଦିନ ଉତ୍କଣ୍ଠାପୂର୍ଣ୍ଣ ହେବ । ପାରିବାରିକ ଜୀବନ ଶାନ୍ତ ଓ ଆନନ୍ଦଦାୟକ ହେବ । ବାକିଥିବା ପୁରୁଣା କାମ ଶେଷ କରିବେ । ଖର୍ଚ୍ଚ ବଢିବ । ଅର୍ଥ ସଦୁପଯୋଗ କରିବାର ନିଷ୍ପତ୍ତି ନେବେ । ଶରୀର ସୁସ୍ଥ ରହିବ । ଅଯଥା ପ୍ରତିଦ୍ୱନ୍ଦିତା ମୂଳକ ପରିସ୍ଥିତି ଉପୁଜିପାରେ ।

ବୃଷ:ଆଜି ଆପଣ ଭାବନା ରାଇଜରେ ରହି ଅଜବ ଅଜବ କଥା ଭାବିବେ । ଆପଣ କାର୍ଯ୍ୟସ୍ଥଳରେ ଆପଣଙ୍କ ଅଭିନବତା, କଠିନ ପରିଶ୍ରମରେ ପରିପୂର୍ଣ୍ଣ କରି ଦେବେ । ଏହା ସହ ଆପଣ ମିଷ୍ଟଭାଷୀ ହୁଅନ୍ତି ଓ ଆପଣ ବହୁତ ଲୋକଙ୍କୁ ଆପଣଙ୍କ ଯାଦୁରେ ମୁଗ୍‍ଧ କରିପାରିବେ ।

ମିଥୁନ: ଦିନଟି ଆପଣଙ୍କ ପିଲାମାନଙ୍କ ସହ ଭଲ ସମୟ କାଟିବାରେ ଯିବ । ଆପଣ ଘର କାମରେ ବ୍ୟସ୍ତ ରହିବେ ଓ ସେଗୁଡିକ କରିବାରେ କଷ୍ଟ ଅନୁଭବ କରିବେ । କିନ୍ତୁ ଆପଣ ଶେଷରେ ଭଲ କରିବେ ଓ ଫଳାଫଳରେ ସନ୍ତୁଷ୍ଟ ହେବେ । ଯଦି ଆପଣ ମାତା/ପିତା, ତେବେ ଅତ୍ୟଧିକ ଭାବପ୍ରବଣ ହୁଅନ୍ତୁ ନାହିଁ । ଆପଣଙ୍କୁ ପିଲାମାନଙ୍କ ଉପରେ ରାଗିବାକୁ ପଡିପାରେ ।

କର୍କଟ:ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ବାନ୍ଧବଙ୍କ ସହିତ ଆଲୋଚନା କରିବେ । ଦୂର ସ୍ଥାନକୁ ଯାତ୍ରା କରିବେ । ଆର୍ଥିକ ଅବସ୍ଥା ସୁଧୁରିବ । ଶାରୀରିକ ସ୍ତରରେ ସୁସ୍ଥତା ରହିବେ ।

ସିଂହ: କାର୍ଯ୍ୟ ଅନୁପାତରେ ଫଳ ବିଳମ୍ୱରେ ପାଇବେ ।ଭାଙ୍ଗି ନପଡି କାର୍ଯ୍ୟ କରିଚାଲ । କିଛି ସମୟ ନିଜ ପରିବାର ବର୍ଗଙ୍କୁ ଦିଅନ୍ତୁ ଏବଂ ଖୁସି ରୁହନ୍ତୁ । ଦୂର ବନ୍ଧୁ ନିଜର ହେବେ ଓ ଏହାର ଉପକାର ମିଳିବ । ଅର୍ଥ ସଞ୍ଚୟ କରନ୍ତୁ ।

କନ୍ୟା: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍‌ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

ତୁଳା:କୋର୍ଟକଚେରୀ କାମରେ ସାବଧାନତା ଅବଲମ୍ବନ କରନ୍ତୁ । ଅନ୍ୟକୁ ଆହତ କରି ଦୁଃଖ ପାଇବେ । ଗଣ୍ଡଗୋଳ ଉପୁଜି ପାରେ ଅଥବା ଏଥି ପାଇଁ ଧନ ମଧ୍ୟ ଦେବାକୁ ପଡିପାରେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କାହାରିକୁ ମର୍ମାହତ କରନ୍ତୁ ନାହିଁ । ଆଖିରେ ପୀଡା ଅନୁଭବ କରିବେ । ଭଲ ସମୟ ପାଇଁ ପ୍ରାର୍ଥନା କରନ୍ତୁ ।
ବିଛା: ଏହି ଦିନ ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ବନ୍ଧୁମାନଙ୍କ ସହିତ ମିଶିବେ ଏବଂ ତାଙ୍କ ଉପରେ ବହୁତ ଖର୍ଚ୍ଚ କରିବେ । ଅବଶ୍ୟ, ବର୍ତ୍ତମାନଠାରୁ ଯେ କୌଣସି ସମୟରେ ଆପଣଙ୍କ ଦରମା କିମ୍ବା ଆୟରେ ବୃଦ୍ଧି ଆଶା କରିପାରନ୍ତି । ଆପଣଙ୍କ ବରିଷ୍ଠମାନେ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କ କାର୍ଯ୍ୟରେ ଖୁସୀ ରହିବେ ।
ଧନୁ: ଆଜି ଦିନଟି ମଉଜ ମଜଲିସରେ କାଟିପାରନ୍ତି । ପିତାଙ୍କ ପକ୍ଷରୁ ସହଯୋଗର ସୁଅ ଛୁଟିପାରେ । ନିଜ କାର୍ଯ୍ୟରେ ଉପରିସ୍ଥ ହାକିମ ଆପଣଙ୍କୁ ଭଲ ପାଇବେ । ବ୍ୟବସାୟ ସଂକ୍ରାନ୍ତୀୟ ସାକ୍ଷାତକାର ଜଣେ ସଫଳ ପ୍ରତିପତ୍ତିଶାଳୀ ଧନାଧ୍ୟ ବ୍ୟବସାୟୀଙ୍କ ସଙ୍ଗେ ହୋଇପାରେ ଏବଂ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ଯୋଜନା କରି ଅର୍ଥ ବିନିଯୋଗ କରିପାରନ୍ତି ।ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେବେ ।


ମକର: ଗ୍ରହଙ୍କ ପ୍ରଭାବରୁ ଲେଖିକା, ସୃଜନକ୍ଷମ ଏବଂ ସାହିତ୍ୟ ଅନ୍ୱେଷଣ କରିବେ । ଆପଣ ଏପରି କାର୍ଯ୍ୟ୍ୟର ଆୟୋଜନ ଯଦି କରୁଥାନ୍ତି , ତେବେ ଗୋଟିଏ ସୃଜନକ୍ଷମ ଲେଖିକା କର୍ମଶାଳା କିମ୍ୱା ଗୋଷ୍ଠୀ ଉତ୍ସବର ଆୟୋଜନ କଲେ ବହୁ ସଫଳତା ମିଳିପାରେ । ମାନସିକ ଅଶାନ୍ତି ଭୋଗୁଥିଲେ ଆପଣ ନିଜେ କ୍ଳାନ୍ତ ଓ ଦୁର୍ବଳ ହୋଇପଡିବେ । ତେଣୁ ସଂପୂର୍ଣ୍ଣ ଭାବରେ କିଛି ସମୟ ପାଇଁ ବିଶ୍ରାମ ନିଅନ୍ତୁ ।


କୁମ୍ଭ: ଆଜି ଆପଣ ଅତ୍ୟଧିକ ଚିନ୍ତା ମୁଣ୍ଡରେ ଭର୍ତ୍ତି କରିବାରୁ ନିଜକୁ ଦୁର୍ବଳ ଓ ଅସହାୟ ମନେକରିବେ । ତେଣୁ ମନକୁ ଶାନ୍ତ ରଖନ୍ତୁ , ଚିନ୍ତା ମୁକ୍ତ ରୁହନ୍ତୁ ନଚେତ୍‍ ଏହା ଆପଣଙ୍କୁ ଉତ୍ତେଜିତ କରିବ ଏବଂ ମନରେ ହତାଶ ଭାବ ସୃଷ୍ଟି କରିବ । ଏପରି ହେବ ଯେ ଆପଣ ଟିକିଏ ଟିକିଏ କଥାରେ ବା ତୃଟିରେ ରାଗିପାଚି ଲାଲ ହୋଇଯିବେ କିମ୍ୱା ଏପରି କିଛି କାର୍ଯ୍ୟ କରିବେ ଯାହା ପାଇଁ ଆପଣ ଅନୁସୋଚନା କରିବେ । ଅନୈତିକ ବିଦ୍ରୋହାତ୍ମକ କାର୍ଯ୍ୟ୍ୟକଳାପ କିମ୍ୱା ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ।


ମୀନ:ଆଜି ସୃଜନକ୍ଷମ ପ୍ରତିଭାବାନ ବ୍ୟକ୍ତି ସ୍ୱପ୍ନ ରାଇଜରେ ବିଚରଣ କରିବେ । ଯଦି ଆପଣ ଲେଖକ , କବି , ଚିତ୍ରକାର କିମ୍ୱା ମୂର୍ତ୍ତିକର ହୋଇଥାନ୍ତି ତାହା ହେଲେ ଅସୀମ ଲାଭବାନ ହେବେ । ମିଳିମିଶି ବ୍ୟବସାୟ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ଭଲ କାମ ପାଇଁ ପୁରସ୍କୃତ ହୋଇପାରନ୍ତି । ଆପଣଙ୍କ ଉପରେ ନ୍ୟସ୍ତ କାର୍ଯ୍ୟକୁ ସୁରୁଖୁରୁରେ ସମ୍ପନ୍ନ କରିପାରିବେ । ବଣଭୋଜି କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ।

ABOUT THE AUTHOR

...view details