ମେଷ: ଆପଣଙ୍କ ପାଇଁ ଆଜିର ଦିନଟି ଶୁଭ ବା ଲାଭ ରହିବ । ସାଧାରଣତଃ ମାନସିକ ଏବଂ ଶାରୀରିକ ସୁସ୍ଥତା ରହିବ । ନିଜର କାର୍ଯ୍ୟ ହାସଲ କରିବେ । କୃପା ଆପଣଙ୍କ ଉପରେ ରହିବ ଏବଂ ଦିନଟି ସୁଖରେ ନିଜ ଲୋକ ମାନଙ୍କ ସହ କଟିବ । ବନ୍ଧୁ ବାନ୍ଧବଙ୍କ ଆଗମନରେ ଦିନଟି ଆନନ୍ଦରେ ଅତିବାହିତ ହେବ ।
ବୃଷ: କୌଣସି ସମାସ୍ୟା ଆପଣଙ୍କର ମନକୁ ବିଚଳିତ କରିପାରେ। ସେଥିପାଇଁ ଆପଣ ସିଦ୍ଧାନ୍ତ ନେବା ପାଇଁ ଦୋଳାୟମାନ ଅବସ୍ଥାରେ ଗତି କରିପାରନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ। ଯାହାକି ଆପଣ କାହା ଆଗରେ ପ୍ରକାଶ କରିପାରିବେ ନାହିଁ। ମାନସିକ ଶାନ୍ତି ଓ ସମାନରେ ବାଧା ଆସିବ|।ଧୀର ସ୍ଥିର ଭାବେ ଚିନ୍ତା କରି ସମଧାନ କରନ୍ତୁ। କର୍ମରେ ଆଗେଇବାରେ ଇଚ୍ଛା ଥିଲେ ବି ପାରିବେ ନାହିଁ।
ମିଥୁନ: ପ୍ରଚୁର ଅର୍ଥ ସମାଗମର ସୁଯୋଗ ଅଛି । ଅବିବାହିତ ମାନେ ନିଜ ନିଜର ସାଥି ପାଇବାର ସମ୍ଭାବନା ଅଛି । ଅର୍ଥ ଅର୍ଜନ ସହ ସାଙ୍ଗ ମାନଙ୍କ ସହିତ ମୌଜ ମଜଲିସ ହେବ ଏବଂ ସେମାନଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିବ । ଆପଣ ନିଜ ସ୍ତ୍ରୀ/ସ୍ୱାମୀ ତଥା ପିଲାମାନଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇବେ । ମହିଳା ସାଙ୍ଗମାନଙ୍କ କାମ କରିବେ । ନିଜ ପିଲାଙ୍କଠାରୁ ସୁସମ୍ୱାଦ ମିଳିବ। ନିଜ କାମରୁ ଶୁଭ ଫଳ ମିଳିପାରେ। ସମସ୍ତ ଦିଗରୁ ଶୁଭ ଖବର ତଥା ନିଜର ଅନ୍ତରଙ୍ଗ ସାଙ୍ଗ ଆପଣଙ୍କର ଦିନଟି ଆହୁରି ଭଲ ବନେଇବାରେ ସହାୟକ ହେବେ ।
କର୍କଟ: ପେଶାଦାର ମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡି ପାରନ୍ତି ।
ସିଂହ: ଆଜି ଆପଣ ଧର୍ମାର୍ଥ କାର୍ଯ୍ୟକଳାପରେ ଲାଗି ପଡିପାରନ୍ତି । ବନ୍ଧୁ ଏବଂ ପରିବାର ସହ ତୀର୍ଥ ସ୍ଥାନ ବୁଲିଯିବା ପାଇଁ ଆଜି ହେଉଛି ଏକ ବଢିଆ ଦିନ । ଆପଣ ଯଦି କୌଣସି କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେଲେ, ଆପଣ ଯେ କୌଣସି ମତେ ତାହା ସଂପୂର୍ଣ୍ଣ କରି ରହିବେ । ଆପଣଙ୍କ ମନ୍ତବ୍ୟରୁ ଆପଣ ଅଲଗା ରହିବେ । ଆପଣଙ୍କର ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଆପଣଙ୍କ ପେଶା ଉପରେ ଅଳ୍ପ ହଇରାଣର ସମ୍ମୁଖିନ ହୋଇପାରନ୍ତି ।
କନ୍ୟା: ଲୋକମାନକ ସହ କଥାବାର୍ତ୍ତା କରିବାବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ଏଥିପଇଁ ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଆପଣଙ୍କୁ ଦୁଃଖ ଦେଇପାରେ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୁରରେ ରୁହନ୍ତୁ ।