ମେଷ: ଦିନଟି ମଧ୍ୟମ ଧରଣର ଯିବାର ଆଶା କରାଯାଏ । ଅଳ୍ପ ମାନ୍ଦାଳିଆ ଲାଗିପାରେ । ଆପଣଙ୍କ ସଚେତନତା ହାନି ଯୋଗୁଁ ଖର୍ଚ୍ଚ ବଢିପାରେ ।ଗୋଟିଏ ସୀମା ପର୍ଯ୍ୟନ୍ତ ଆପଣ ବ୍ୟଥିତ ହେବେ । ଆର୍ଥିକ ପରିସ୍ଥିତି ତଳକୁ ଖସି ଯିବାର ସମ୍ଭାବନା ରହିଛି । ପ୍ରତିକୂଳ ଭାବନାଠାରୁ ଆପଣ ଦୂରରେ ରହିଲେ ଆପଣଙ୍କ ପାଇଁ ଭଲ ।
ବୃଷ: ଆଜି ଆପଣ ଭିତରୁ ସୁସ୍ଥ ଏବଂ ଆରାମ ଅନୁଭବ କରିବେ । ପରିବାର ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ଅଫିସରେ ଖୁିସି ଖବର ମିଳିପାରେ । ଆପଣଙ୍କ କାର୍ଯ୍ୟରେ ଆପଣଙ୍କ ଉପରିସ୍ଥ ଅଧିକାରୀ ଖୁସି ହୋଇପାରନ୍ତି ।
ମିଥୁନ: ଆଜି ସାବଧାନତାର ଅବଲମ୍ବନ କରନ୍ତୁ । ଆପଣଙ୍କର ପ୍ରଚଣ୍ଡ କ୍ରୋଧ ଏବଂ ତିକ୍ତ ବଚନ, ବିବାଦ ଏବଂ ଭୁଲ ବୁଝାମଣାର କାରଣ ହୋଇପାରେ । ଧ୍ୟାନ କରନ୍ତୁ ଏବଂ ଆରାମ ଅନୁଭବ କରିବେ । ଏହା ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି କରିବ । ଆପଣଙ୍କର ଖର୍ଚ୍ଚ ଉପରେ ନିବିଡ ଦୃଷ୍ଟି ରଖିନ୍ତୁ । ସତର୍କତାର ସହିତ ଗାଡି ଚଲାନ୍ତୁ ।
କର୍କଟ: ଆପଣଙ୍କର ସକାରାତ୍ମକ ଶକ୍ତି ଶୀଘ୍ର କିଛି ପରିମାଣରେ ଫଳପ୍ରଦ ହେବାକୁ ଯାଉଛି । ବନ୍ଧୁଙ୍କ ସହିତ ସାକ୍ଷାତ ଏବଂ ମୌଜମଜଲିସ୍ କରିବେ । ଏକୁଟିଆ ଥିବା ବ୍ୟକ୍ତିମାନେ ମିଳନ ପାଇଁ ପ୍ରସ୍ତୁତ ହୁଅନ୍ତୁ । ଆପଣ ଜୀବନ ସାଥୀ ଶୀଘ୍ର ପାଇପାରନ୍ତି । ହଠାତ୍ ଆର୍ଥିକ ଲାଭ ଏବଂ ଆୟର ସ୍ରୋତରେ ବର୍ଦ୍ଧିତ ହେବ ।
ସିଂହ: ଏହି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ଦିନ ହୋଇପାରେ । ପିଲାଛୁଆ ସଂପର୍କିତ ବିଷୟକୁ ନେଇ ଆପଣ ବ୍ୟସ୍ତ ହୋଇପାରନ୍ତି । ସେୟାର ମାର୍କେଟ୍ ବୁଡିଯାଇପାରେ, ସାବଧାନ ରୁହନ୍ତୁ । ସାରାଦିନ ଆପଣ ଭାବନା ଗ୍ରସ୍ତ ରହିପାରନ୍ତି । ଆପଣ ବୌଦ୍ଧିକ ଭାବନାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଏ ।
କନ୍ୟା: ଆଜି ଆପଣଙ୍କ ପାଇଁ ତୀର୍ଥ ସ୍ଥାନକୁ ଯିବା ଏବଂ ତୀର୍ଥ ଭ୍ରମଣ କରିବା ପାଇଁ ଗୋଟିଏ ବଢିଆ ସମୟ । ଆଜି ଅପୋକ୍ଷାର ଅନ୍ତ ଘଟିବ । ଇଚ୍ଛା ଅନୁିସାରେ କାମ କରିବେ । ଆପଣ ଆପଣଙ୍କ ସଂପର୍କୀୟମାନଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଏହା ଆପଣଙ୍କୁ ଅନେକ ମଜା ଦେବ । ମହିଳା ବନ୍ଧୁ ଏବଂ ସଂପକୀୟମାନଙ୍କଠାରୁ ପ୍ରଚୁର ପରିମାଣରେ ଲାଭ ପାଇପାରନ୍ତି ।