ଓଡିଶା

odisha

ETV Bharat / bharat

ମେ ୧୪ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୧୪ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ମେ ୧୪ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : May 14, 2022, 12:01 AM IST

ମେଷ: ଆଜି ଘରୋଇ ଦୃଷ୍ଟିକୋଣରୁ ଶୁଭ ଅଟେ । ଆର୍ଥିକ ସଫଳତା ଏବଂ ହସ କୌତୁହଳପୂର୍ଣ୍ଣ ଭ୍ରମଣର ଯୋଗ ରହିଛି । ଆପଣଙ୍କର ଭାବପ୍ରବଣତା ନିୟନ୍ତ୍ରଣ କରିବା ପାଇଁ ଅଧିକ ଯତ୍ନ ନିଅନ୍ତୁ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ପ୍ରଶଂସା ଏବଂ ପୁରସ୍କାର ପାଇବାର ସମ୍ଭାବନା ରହିଛି । ପାରିବାରିକ ସ୍ଥିତି ଭଲ ରହିବ ।


ବୃଷ: ଆଜି ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଏବଂ ବସ୍ତୁଗତ ସଫଳତା ଆପଣଙ୍କ ଅପେକ୍ଷାରେ ଅଛି । ଆପଣ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟରେ ପରିଣତ ହେବ । ଆପଣଙ୍କ ଉପରେ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ । ଆପଣଙ୍କ ମନ ହସଖୁସୀରେ ଭରା ରହିବ । ଏହି ଖୁସୀ ଅନ୍ୟମାନଙ୍କ ସହିତ ମଧ୍ୟ ବାଣ୍ଟନ୍ତୁ ।


ମିଥୁନ:ଆପଣ ଅନ୍ୟମାନଙ୍କୁ ନିଜର ନମ୍ର ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍‌ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

କର୍କଟ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର ଦିବସର ପ୍ରାରମ୍ଭରୁ ପ୍ରତି ପଦକ୍ଷେପରେ ନିଶ୍ଚିତ ଭାବେ ଆଗେଇବା ପାଇଁ ଉତ୍ସାହିତ ହେବେ, ମାତ୍ର ଦିବସର ଦ୍ୱିତୀଯାର୍ଦ୍ଧରେ ନିଜକୁ ହତୋତ୍ସାହିତ ମନେକରିବେ । ସେ ଯାହାହେଉ ଧ୍ୟାନ ଏବଂ ପ୍ରାର୍ଥନା କଲେ କିମ୍ଵା ବ୍ୟାୟାମଶାଳା ଯାଇ ନିଜ ଦେହରୁ କିଛି ଝାଳ ବୋହିଗଲେ ଆରାମ ଲାଗିବ ।ଖର୍ଚ୍ଚର ପରିମାଣ ଅଶାତୀତ ଭାବରେ ବୃଦ୍ଧି ପାଇପାରେ ।


ସିଂହ: ଆପଣ ନିଜର ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଏବଂ ଶାନ୍ତଶିଷ୍ଟ ବ୍ୟବହାର ପାଇଁ ସମସ୍ତଙ୍କର ହୃଦୟକୁ ଜୟ କରିପାରିବେ । ଏଥିପାଇଁ ଆପଣ ନିଜର ସହକର୍ମୀଙ୍କ ସାହାୟ୍ଯ ଓ ସହୟୋଗ ପାଇପାରିବେ । ଅନ୍ଯମାନଙ୍କଠାରୁ ମଧ୍ୟ ସେହିପରି ସାହାୟ୍ଯ ଓ ସହାନୁଭୂତି ହାସଲ କରିବେ । ନିଜର ପ୍ରତିଦ୍ୱନ୍ଦୀ ମାନେ ପରାଜିତ ହେବେ ।


କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ଅଟେ । ଆପଣଙ୍କର ପ୍ରଥମ ଭାଷଣରେ ଲୋକଙ୍କର ଧ୍ୟାନକୁ ମୋହିତ କରିବାରେ ସମର୍ଥ ହେବେ । ଏହା ଫଳରେ ସେମାନଙ୍କର ସ୍ନେହ ଓ ପ୍ରଶଂସାରେ ଆପଣ ପୋତିହୋଇ ପଡିବେ । ଏହା ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଉପହାର ଅଟେ ।

ତୁଳା: ଆଜି ଦିନଟିକୁ ଆପଣ କଷ୍ଟରେ କାଟିପାରନ୍ତି । ନିଜର ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ଆପଣ ଅସନ୍ତୋଷ ଭାବ ପ୍ରକାଶ କରିବା ସହ ନିଜକୁ ଦୁର୍ବଳ ଓ ଅସମର୍ଥ ବୋଲି ଲ୍ରୋଧନ୍ୱିତ ହୋଇପାରନ୍ତି । ଏହାଫଳରେ ବନ୍ଧୁ ଓ ପ୍ରିୟଜନଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ, ତେଣୁ ନିଜକୁ ଯୁକ୍ତିତର୍କରୁ ଦୂରେଇ ରହିବା ସହ ନମ୍ର ଏବଂ କୋମଳ ବ୍ୟବହାର ପ୍ରଦର୍ଶନ କରନ୍ତୁ ।


ବିଛା: ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଆଜି ଦିନଟି ଆପଣଙ୍କୁ ଆନନ୍ଦ ପ୍ରଦାନ କରିପାରେ । ଏହାର ଶୁଭ ନିଦର୍ଶନ ସ୍ୱରୁପ ଆପଣଙ୍କର ବ୍ୟବସାୟ ଓ ବୃତ୍ତିରେ ଅର୍ଥଲାଭ ହୋଇପାରେ । ନିଜର ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ଆପଣ ଏକ ସୁଖମୟ ପରିଭ୍ରମଣର ଯୋଜନା କରିପାରନ୍ତି । ମାତ୍ର ନିଜର ଖର୍ଚ୍ଚପ୍ରତି ସତର୍କତା ଅବଲମ୍ଵନ କରନ୍ତୁ ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସୁଫଳ ପାଇବେ । ଗୃହରେ ଏବଂ ଅଫିସରେ ସୁସ୍ଥ ବାତାବରଣ ଯୋଗୁଁ ଏହା ସମ୍ଭବପର ହୋଇପାରେ । ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଆପଣ ପରିଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ଦରମା ବୃଦ୍ଧି ମଧ୍ୟ ହୋଇପାରେ ।

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ଯଦି କିଛି ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହେଲେ ତୁରନ୍ତ ତାହାକ କାର୍ଯ୍ୟକାରୀ କରନ୍ତୁ । ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ବ୍ୟବସାୟୀଙ୍କ ନିମନ୍ତେ ଏହି ଦିନଟି ଆଶୀର୍ବାଦ ସୂଚକ ମନେ ହୋଇପାରେ ।

କୁମ୍ଭ: ଆଜି ଆପଣ ନିଜକୁ ଶାନ୍ତ, ନମ୍ର ଭାବକୁ ଆପଣେଇ ନେଲେ ଦିବସଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ବୋଲି ମନେହେବ । ନିଜର କ୍ରୋଧକୁ ସମ୍ଵରଣ କଲେ ସବୁ କାର୍ଯ୍ୟରେ ସଫଳତା ହାସଲ କରିପାରିବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ମନେହେବ । ଆପଣ ନିଜର ତର୍କବିତର୍କ ମନୋଭାବକୁ ଦମନ କରି ପରିସ୍ଥିତିକୁ ଧୀରସ୍ଥିର ଚିତ୍ତରେ ସୁଧାରି ନେଇପାରିବେ ।

ମୀନ:ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ ନିଜର ବନ୍ଧୁ ଓ ପ୍ରୀଯଜନଙ୍କ ସହ ମୌଜ ମଜଲିସ କରିବାପାଇଁ ପରିଭ୍ରମଣରେ ଯିବାର ଯୋଜନା କରିପାରନ୍ତି । କର୍ମଜୀବିଙ୍କ କ୍ଷେତ୍ରରେ ସେମାନେ ନିର୍ବିଘ୍ନରେ ବା କୌଣସି କାର୍ଯ୍ୟରେ ସଫଳତା ଲାଭ କରିବେ । ଯୁଗ୍ମ ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ତଥା ଉତ୍ତମ ବୁଝାମଣା ଯୋଗୁଁ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ ।

ABOUT THE AUTHOR

...view details