ମେଷ:ଆପଣଙ୍କ ପାଇଁ ଆଜିର ଦିନଟି ଶୁଭ ଅଟେ । ସାଧାରଣତଃ ମାନସିକ ଏବଂ ଶାରୀରିକ ସୁସ୍ଥତା ରହିବ। ନିଜର କାର୍ଯ୍ୟ ହାସଲ କରିବେ। କୃପା ଆପଣଙ୍କ ଉପରେ ରହିବ ଏବଂ ଦିନଟି ସୁଖରେ ନିଜ ଲୋକ ମାନଙ୍କ ସହ କଟିବ । ବନ୍ଧୁ ବାନ୍ଧବଙ୍କ ଆଗମନରେ ଦିନଟି ଆନନ୍ଦରେ ଅତିବାହିତ ହେବ ।
ବୃଷ: କୌଣସି ସମାସ୍ୟା ଆପଣଙ୍କର ମନକୁ ବିଚଳିତ କରୁଛି । ସେଥିପାଇଁ ଆପଣ ସିଦ୍ଧାନ୍ତ ନେବା ପାଇଁ ଦୋଳାୟମାନ ଅବସ୍ଥାରେ ଗତି କରୁଛନ୍ତି। ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିପାରନ୍ତି। ଯାହାକି ଆପଣ କାହା ଆଗରେ ପ୍ରକାଶ କରିପାରିବେ ନାହିଁ। ମାନସିକ ଶାନ୍ତି ଓ ସମ୍ମାନରେ ବାଧା ଆସିବ । ଧୀର ସ୍ଥିର ଭାବେ ଚିନ୍ତା କରି ସମଧାନ କରନ୍ତୁ । କର୍ମରେ ଆଗେଇବାରେ ଇଚ୍ଛା ଥିଲେ ବି ପାରିବେ ନାହିଁ ।
ମିଥୁନ: ପ୍ରଚୁର ଅର୍ଥ ସମାଗମର ସୁଯୋଗ ଅଛି । ଅବିବାହିତମାନେ ନିଜ ନିଜର ସାଥି ପାଇବାର ସମ୍ଭାବନା ଅଛି । ଅର୍ଥ ଅର୍ଜନ ସହ ସାଙ୍ଗମାନଙ୍କ ସହିତ ମୌଜ ମଜଲିସ କରିବେ ଏବଂ ସେମାନଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିବ । ଆପଣ ନିଜ ସ୍ତ୍ରୀ ବା ସ୍ୱାମୀ ତଥା ପିଲାମାନଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇବେ । ମହିଳା ସାଙ୍ଗ ମାନଙ୍କ କାମ କରିବେ । ନିଜ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିପାରେ । ନିଜ କାମରୁ ଶୁଭ ଫଳ ଓ ସମସ୍ତ ଦିଗରୁ ଶୁଭ ଖବର ପାଇ ପାରନ୍ତି । ନିଜର ଅନ୍ତରଙ୍ଗ ସାଙ୍ଗ ଆପଣଙ୍କର ଦିନଟି ଆହୁରି ଭଲ ବନେଇବାରେ ସହାୟକ ହେବେ ।
କର୍କଟ: ଆଜି ଦିନଟିରେ ମନ ଭଲ ରହିବ । ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ । ଉପରସ୍ଥ କର୍ମଚାରୀ ମାନେ ଖୁସି ରହିବେ । ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲା ଖୋଲି ଭାବରେ କିଛି ଆଲୋଚନା କରିବେ । ଘର ସାଜସଜ୍ଜାରେ ମନ ନିବେଶ କରିବେ । ଅଫିସ୍ କାମରେ ଦୂର ଯାତ୍ରା କରିପାରନ୍ତି । ମାଆଙ୍କ ସହ ସମ୍ପର୍କ ନିବିଡ ହେବ । ସରକାରୀ ସ୍ତରରୁ ସୁବିଧା ଆଶା କରାଯାଇଛି । ଦିନ ସାରା ଆପଣଙ୍କ ମାନସିକ ଓ ଶାରୀରିକ ଅବସ୍ଥା ଭଲ ରହିବ ।
ସିଂହ: ଆଜି ଆପଣଙ୍କର ଦିନଟି ମଧ୍ୟମ ଫଳ ଦେବ । ଆପଣ ଚେଷ୍ଟା କରି ଆପଣଙ୍କ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କ ଚିନ୍ତା ବର୍ଣ୍ଣବାଚ୍ୟ ହେବ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗି ପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ସୁଖବର ପାଇପାରନ୍ତି । ମାନସିକ ଚିନ୍ତା ଲାଗି ରହିବ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।
କନ୍ୟା: ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ । ଶରୀରର ଯତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ରେଷ୍ଟୁରାଣ୍ଟର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ନିଜର ବାକ୍ୟାଳାପ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି,ନଦୀ,ପୋଖରୀ ଠାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚାନ୍ତ ହେବେ । ଅସାମାଜିକ କାର୍ଯ୍ୟରୁ ନିବୃତ ରୁହନ୍ତୁ ।