ମେଷ: ଆଜି ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ସାଧାରଣ ଏବଂ ସାଂସାରିକ ରହିବ । ଛୋଟ ଧରଣର ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ ଏବଂ ଆପଣ ମାନ୍ଦା, କ୍ଳାନ୍ତ ଏବଂ ଅନ୍ଫିଟ୍ ଅନୁଭବ କରିପାରନ୍ତି । ଆପଣଙ୍କର ଦୈନଦିନ ବ୍ୟାୟାମ ଅଧିକ କରିବା ଆବଶ୍ୟକ ନାହିଁ, ଏହା ଆଗରୁ ହିଁ ଉଚ୍ଚ ସ୍ତରରେ ରହିଥାଏପାରେ । ତା ପରିବର୍ତ୍ତେ, ଆପଣ ଅନୁଭବ କରନ୍ତୁ ଯେ ବିଶ୍ରାମ ଏବଂ ଅବକାଶ ହେଇଛି ମୁଖ୍ୟ । ଭ୍ରମଣ କରିବା ଆଗକୁ ଘୁଞ୍ଚାନ୍ତୁ, କାର୍ଯ୍ୟ ସମାପ୍ତ କରିବା ପାଇଁ ଏଣେତେଣେ ଭାଗ ଦୌଡ କରିବା ଅପେକ୍ଷା ଧୀର ମନ୍ତର ଗତିରେ କରନ୍ତୁ ।
ବୃଷ: ଆଜି ଆପଣଙ୍କ ପାଇଁ ମଧ୍ୟମ ପ୍ରଭାବର ରହିବ । ଅବଶ୍ୟ, ସବୁଠାରୁ ଉତ୍ତମ ଯେ ଆପଣ ଯେପରି କରିପାରିବେ, ତାହା ସେଭଳି ଭଲ ହେବ । କିନ୍ତୁ, ଆପଣଙ୍କର ମନର ଦୃଢବଳ, ମଜଭୁତ ଇଚ୍ଛାଶକ୍ତି ସହିତ ଏହା ଅତ୍ୟନ୍ତ କଷ୍ତକର ହେବ ନାହିଁ ।ଆପଣ ଯେତିକି ଚେଷ୍ଟା କରିବେ, ସେତିକି ଫଳ ପାଇବେ । ଲକ୍ଷ୍ୟ ହୀନ ଭାବରେ ଘୁରି ବୁଲିବା ଅପେକ୍ଷା ଏହା ଅତିକମ୍ରେ ଭଲ ।
ମିଥୁନ: ମୋଟ୍ ଉପରେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । କେବଳ ଗୋଟିଏ ପରାମର୍ଶ - ଭାବିଚିନ୍ତି ଏବଂ ଧ୍ୟାନର ସହିତ ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ଯଦିଓ ପାଣ୍ଠି ଆପଣଙ୍କ ପାଖରେ ଯେଥେଷ୍ଟ ଭାବରେ ଅଛି, ତେବେ ବି ନ ଭାବି ନ ଚିନ୍ତି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ଅନ୍ୟଥା, ଆଜି ଦିନ ହେଉଛି ଶାନ୍ତ ଏବଂ ଆକସ୍ମିକର ଦିନ । କୌଣସି ତୀବ୍ରତା ନାହିଁ, କୌଣସି ଭାଗଦୌଡ ନାହିଁ, କେବଳ ସାଧାରଣ, ଭଲ, ପରିବାର, ବନ୍ଧୁବର୍ଗ କିମ୍ୱା ପ୍ରୀୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ ।
କର୍କଟ: ସାଧାରଣ ଭାବରେ ଏହି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ ଏବଂ କୌଣସି ବଡ ଧରଣର ଘଟଣା ଘଟିବ ନାହିଁ । ଆପଣଙ୍କ ଚାରିପଟେ ସମସ୍ୟା ରହିବା ଅପେକ୍ଷା, ଆପଣଙ୍କ ମନ ତୀବ୍ରଗତିରେ କାମ କରିବ । ଆପଣ କରିଥିବା ପ୍ରଚେଷ୍ଟା କରିବା ଅନୁସାରେ ପ୍ରାପ୍ତ ହୋଇଥିବା ଫଳରେ ଆପଣ ଅସନ୍ତୁଷ୍ଟ ରହିବେ । ଫଳରେ ଆପଣ ରାଗି ରାଗି ଏବଂ ବ୍ୟସ୍ତ ରହିବେ ।
ସିଂହ: ଯଦି ଆପଣ ଆପଣଙ୍କ ଦକ୍ଷତାରେ ବିଶ୍ୱାସ କରିବେ, ତେବେ ସବୁ ଠିକ୍ ହୋଇଯିବ । ଏହା ହିଁ ଆଜି ଘଟିବ, ଆପଣ ଯେତେବେଳେ ଅଧିକ ଆତ୍ମବିଶ୍ୱାସ ନିଜର ସମସ୍ତ କାରବାରରେ ପ୍ରଦର୍ଶନ କରିବେ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି ଶାନ୍ତ ଏବଂ ସହଜର ସହିତ ସବୁଠାରୁ କଷ୍ଟକର କାର୍ଯ୍ୟ ମଧ୍ୟ ସମାପ୍ତ କରିବାରେ ସମ୍ଭବ କରାଇବ । ସରକାର ସମ୍ପର୍କିତ କାରବାର କିମ୍ୱା ଅମଲାତନ୍ତ୍ର କାର୍ଯ୍ୟରୁ ଆପଣ ଲାଭ ପାଇପାରନ୍ତି ।
କନ୍ୟା: ଔଦ୍ଧତ୍ୟ ଏବଂ ଅଳ୍ପକେ-ରାଗିବା ଗୁଣ କାହା ପାଇଁ ବି ଭଲ ନୁହେଁ ଏବଂ ଏହା ଆପଣଙ୍କ ପାଇଁ ମଧ୍ୟ ଲାଗୁ । ତେବେ ଏହି ଉପଦେଶ କାହିଁକି ? କାରଣ, ଦିନସାରା ଆପଣ ଅନେକ ପ୍ରତିକୂଳ ଘଟଣାର ସମ୍ମୁଖୀନ ହେବେ ଯାହାକି ଆପଣଙ୍କୁ ଏକ ବିସ୍ଫୋରଣ ହେଲା ଭଳି ପରିସ୍ଥିତିକୁ ଆଣି ଦେଇପାରେ । ଏହା ଅତି ଉତ୍ତମ ଯେ ଆପଣଙ୍କର ନିଜ ଉପରେ ବିଶ୍ୱାସ ଅଛି, ଗର୍ବ ଅନୁଭବ କରିବା ଆପଣଙ୍କ ପାଇଁ କ୍ଷତିକାରକ ହେବ ଏବଂ ଏହା ଅତି ପ୍ରୀୟ ସାଙ୍ଗକୁ ମଧ୍ୟ ଆପଣଙ୍କଠାରୁ ଦୁରେଇ ଦେଇପାରେ ।