ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ । ପାରିବାରିକ ସମ୍ପର୍କ ବୃଦ୍ଧି ପାଇବ । ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଆଜି ପରିବାର ସହିତ ସମୟ ଅତିବାହିତ କରିବା ପାଇଁ ଚେଷ୍ଟା କରନ୍ତୁ ।
ବୃଷ: ଆଜି ଦିନଟି ପର୍ଯ୍ୟଟନ ପାଇଁ ଏକ ଶୁଭ ଦିନ ଅଟେ । ବହୁତ ଦୂର ସ୍ଥାନକୁ କିମ୍ୱା ଧାର୍ମିକ ସ୍ଥାନକୁ ନିଜର ଯାତ୍ରା ଆରମ୍ଭ କରିପାରନ୍ତି । ଯେ କୌଣସି ନୂତନ ଦୁଃସାହାସିକ କାର୍ଯ୍ୟରେ ଶୁଭାରମ୍ଭ କରିବେ । ଅର୍ଥ ଉପାର୍ଜନ କରିବାର ସୁଯୋଗ ପାଇବେ । ଧାର୍ମିକ ସ୍ଥାନ ପରିଭ୍ରମଣରୁ ଫେରି କିଛି ନୂତନ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ । ବିଦେଶରେ ଥିବା ପ୍ରିୟଜନଙ୍କ ଠାରୁ ଶୁଭ ସମ୍ୱାଦ ପାଇବେ । ସାଧାରଣ ମୁଣ୍ଡବ୍ୟଥା ଓ ସର୍ଦ୍ଦି ଯୋଗୁଁ ଆପଣ କଷ୍ଟ ପାଇପାରନ୍ତି ।
ମିଥୁନ: ଆଜି ସେମିତି କିଛି ଅଦ୍ଭୁତ ଓ ଅପ୍ରୀତିକର ଘଟଣା ଘଟିପାରେ । ସତର୍କତା ଅବଲମ୍ୱନ କରିବାକୁ ଉପଦେଶ ଦିଆଯାଉଛି । କଟା ଘାରେ ଲୁଣ ଛିଞ୍ଚିବା ସଦୃଶ ଏହା ଆପଣଙ୍କୁ ଶକ୍ତ ଆଘାତ ଦେଇପାରେ । ତେଣୁ ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲଗିରହିବ । ଏଥିରୁ ପରିତ୍ରାଣ ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରିବା ପ୍ରୟୋଜନ ଅଟେ ।
କର୍କଟ: ଆଜି ଆପଣ ନିଜର ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ କାଟିବେ । ଅର୍ଥ ପ୍ରାପ୍ତି ଯୋଗ ରହିଛି । ବ୍ୟବସାୟୀମାନେ ବ୍ୟବସାୟରେ ଲାଭବାନ ହେବେ ଏବଂ ସହକର୍ମୀଙ୍କ ଦ୍ୱାରା ଉପକୃତ ହେବେ । ପ୍ରିୟଜନଙ୍କ ସହ ଦୂରସ୍ଥାନ ଭ୍ରମଣରେ ଯାଇ ମୌଜ ମଜଲିସ କରିବେ ଏବଂ ଏହି ସ୍ମୃତି ବହୁଦିନ ପାଇଁ ମନେ ରହିବ । ସମାଜରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ ।
ସିଂହ: ଆଜି ଦିନଟି ଆଦୌ ଶୁଭଙ୍କର ନୁହେଁ । ବହୁ ଦୁଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରିବ । ନିଜକୁ ଦୃଢ ଓ ସ୍ଥିର ରଖନ୍ତୁ । ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡନ୍ତୁ ନାହିଁ। ଅଫିସରେ ମଧ୍ୟ ଆପଣ ନିଜ କାର୍ଯ୍ୟକୁ ମନଯୋଗ ସହକାରେ ସମ୍ପୁର୍ଣ୍ଣ କରିପାରିବେନାହିଁ । ସହକର୍ମୀଙ୍କ ସହଯୋଗ ମିଳିବ ନାହିଁ। ସେମାନେ ସମାଲୋଚନା କରିପାରନ୍ତି । ତେଣୁ ଆପଣ ନିଜର ଉପରିସ୍ଥ ହାକିମଙ୍କୁ ନିଜର ନିଷ୍ଠାର ପରୀକ୍ଷା ଦେଇପାରନ୍ତି ।
କନ୍ୟା: ଆଜିର ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ଏକ କଷ୍ଟପ୍ରଦ ଦିବସ ଅଟେ । ନିଜ ସନ୍ତାନଙ୍କର ଅଳି ଅର୍ଦ୍ଦଳି ଯୋଗୁଁ ଆପଣ ନିଜର କାର୍ଯ୍ୟରେ ମନୋନିବେଶ କରିପାରିବେ ନାହିଁ। ଅର୍ଥ ବିନିଯୋଗ କରିବା ପାଇଁ ଦିନଟି ଶୁଭ ନୁହେଁ । ଆଜି କୌଣସି ସଭା ସମିତିରେ ବା କୌଣସି ଆଲୋଚନାରେ ଭାଗ ନେବାକୁ ବାରଣ କରାଯାଇଛି ।