ଓଡିଶା

odisha

ETV Bharat / bharat

Horoscope: ଶୁଭ ଦୀପାବଳି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By ETV Bharat Odisha Team

Published : Nov 12, 2023, 12:01 AM IST

ମେଷ: ଆପଣ ଆଜି ଆଧ୍ୟାତ୍ମିକତା ଆଡକୁ ଢଳି ପଡିବେ । ଏଣୁ ଆପଣଙ୍କର ମାନସିକ ଅବସ୍ଥା ଏବଂ ଶାରୀରିକ ସୁସ୍ଥତାରେ ଅଭାବ ଦେଖାଦେବ । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି । ତେଣୁ ସତର୍କ ହେବେ ।

ବୃଷ: ଏହି ଦିନରେ ଆପଣ ବହୁତ ଖୁସିରେ ରହିବେ । ବନ୍ଧୁ ଏବଂ ପ୍ରିୟଜନ ଆପଣଙ୍କ ପରିବେଶକୁ ଖୁସିରେ ଭରପୁର କରିଦେବେ । ନୂଆ ନୂଆ ଯୋଗାଯୋଗ ଏବଂ ବନ୍ଧୁତ୍ୱ ଆପଣଙ୍କର ବ୍ୟବସାୟ ଏବଂ ପେଶା ପାଇଁ ଲାଭଜନକ ସାବ୍ୟସ୍ତ ହେବ । ଗୋଟିଏ ଛୋଟ ଯାତ୍ରା ଆପଣଙ୍କୁ ଆନନ୍ଦ ଦେବ । ସ୍ୱଳ୍ପରେ କହିବାକୁ ହେଲେ, ଏହି ଦିନ ଆପଣଙ୍କର ସମସ୍ତ ଖୁସି ପୁରା କରିବ ।

ମିଥୁନ: ଆଜି ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଏପରିକି ପେଶା କ୍ଷେତ୍ରରେ, ଆପଣଙ୍କର ଆଗ୍ରହ ବଢିବ । ଯାହା ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ପୁରସ୍କାର ପାଇପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ ।

କର୍କଟ:ଆଜି ଦିନଟି ମହିଳାଙ୍କ ପାଇଁ ଭାଗ୍ୟଶାଳୀ ରହିବ । ଆପଣ ଏକ ଛୋଟ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଏହା ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନଟି ଆପଣ ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ଖୁସିରେ ବିତାଇବେ ।

ସିଂହ:ନିଜ କର୍ମରେ ପ୍ରତିଯୋଗୀମାନଙ୍କୁ ପରାସ୍ତ କରି ନିଜର କାର୍ଯ୍ୟକୁ ସଫଳକାମ କରିଥିବାରୁ ପ୍ରଫୁଲ୍ଳିତ ହେବେ । ଭାଇଭଉଣୀଙ୍କ ସହ ସମ୍ପର୍କ ଅତି ମଧୁମୟ ହୋଇପାରେ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ କୌଣସି ଏକ ସୌନ୍ଦର୍ଯ୍ୟମୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ଶାରିରୀକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିପାରେ । ଅର୍ଥଲାଭର ଶୁଭ ସୂଚନା ଅଛି । ମନ ସ୍ଥିର ଓ ଶାନ୍ତ ରହିବ । ମହିଳାମାନଙ୍କ ଠାରୁ ଶୁଭେଚ୍ଛା ମିଳିବ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଙ୍କର ।

କନ୍ୟା: ଆଜି ଦିନଟି ସୌଭାଗ୍ୟଶାଳୀ ଅଟେ । ଆପଣଙ୍କର ମେଳାପୀ ଯୋଗୁଁ ଜନସାଧାରଣ ଆପଣଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବେ । ପାରିବାରିକ ଶାନ୍ତି ଅତୁଟ ରହିବ । ତଥାପି ଆପଣ ନିଜର ଭାଷାକୁ ସଞ୍ଜତ ନ କଲେ ମନାନ୍ତର ବା ଝଗଡା ହେବାର ସମ୍ଭାବନା ଅଛି । ଅର୍ଥ ଦେଣନେଣ କାରବାରରେ ସନ୍ତୁଷ୍ଟ ହେବେ । ହାନିକାରକ ଚିନ୍ତା ମନରୁ ଦୂର କରନ୍ତୁ । ଆପଣ ନିଜର ପ୍ରିୟଜନ ଓ ବନ୍ଧୁଙ୍କ ସହ ସାକ୍ଷାତ କରିବେ । ଅଳ୍ପଦିନ ପାଇଁ ପରିଭ୍ରମଣରେ ଯାଇପାରନ୍ତି ।

ତୁଳା: ଆପଣ ନିଜର ଆତ୍ମବିଶ୍ବାସ ବଳରେ ଯେଉଁ କାର୍ଯ୍ୟ ହାତକୁ ନେବେ , ସେଥିରେ ସଫଳତା ଅର୍ଜନ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ଶାରିରୀକ ଓ ମାନସିକ ସୁସ୍ଥତା ବଜାୟ ରହିବ । ମଉଜ ମଜଲିସ୍ ଏବଂ ଜିନିଷପତ୍ର କିଣାବିକାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ନିଜ ମନରେ ଦୃଢ଼ ବିଶ୍ୱାସ ରଖନ୍ତୁ। ସୃଜନଶୀଳ କାର୍ଯ୍ୟକଳାପରେ ଆପଣ ନିଜକୁ ବ୍ୟସ୍ତ ରଖିପାରନ୍ତି ।

ବିଛା: ଆଜି ଆପଣଙ୍କର ଖର୍ଚ୍ଚର ମାତ୍ରା ଅତ୍ୟାଧିକ ହୋଇପାରେ । ଅବଶ୍ୟ ଏହି ଖର୍ଚ୍ଚ ଆପଣଙ୍କୁ ଅତ୍ୟାଧିକ ଆନନ୍ଦ ପ୍ରଦାନ କରିବାରେ ସହାୟକ ହେବ । ଆପଣ, ମୌଜ ମଜଲିସରେ ଓ ବିଳାସ ବ୍ୟସନରେ ଆତ୍ମ ତୃପ୍ତି ଲାଭ କରିବା ପାଇଁ ଖର୍ଚ୍ଚ କରିବାକୁ ଆଦୌ ଦ୍ୱିଧା ପ୍ରକାଶ କରିବେ ନାହିଁ | ମାତ୍ର ଆପଣଙ୍କ ଶରୀର ଆଜି ଅସୁସ୍ଥ ରହିପାରେ । ସେଥିପାଇଁ ନିଜକୁ ଦୁଃଖି ଓ ଅସହାୟ ମନେ କରିବେ । କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଆଜି ଦିନଟି ଶୁଭପ୍ରଦ ନୁହେଁ । ଏପରି ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ । ଯେଉଁଥିପାଇଁ ଆପଣ ନିଜ ବନ୍ଧୁ ବାନ୍ଧବ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହେବେ । ଜଣେ ଆତ୍ମୀୟଙ୍କ ଦୁର୍ବ୍ୟବହାର ଯୋଗୁଁ କ୍ରୋଧିତ ହେବେ । ଧୈର୍ଯ୍ୟ ଧରନ୍ତୁ , ନଚେତ୍‍ ଅସୁବିଧା ଭୋଗିପାରନ୍ତି । କୌଣସି କାରଣରୁ ସାମାଜିକ ଲାଞ୍ଛନା ଭୋଗିପାରନ୍ତି ଏବଂ ଅପମାନିତ ହୋଇପାରନ୍ତି ।

ଧନୁ: ଅତ୍ୟଧିକ ମାନସିକ ଚାପ ଯୋଗୁଁ ଚିଡଚିଡ ହୋଇପାରନ୍ତି । ଆଜି ଏପରି ଗୋଟିଏ ଦିନ ଯେ ଆପଣଙ୍କ ଉପରେ ବହୁ କାର୍ଯ୍ୟର ଭାର ବ୍ୟସ୍ତ ଥାଇ ମଧ୍ୟ ଅବିଚଳିତ ଭାବରେ କାର୍ଯ୍ୟକୁ ବିଶ୍ରାମହୀନ ଭାବେ ସମ୍ପୂର୍ଣ୍ଣ କରିବାରେ ସଫଳତା ପାଇବେ ଏବଂ ଆତ୍ମସନ୍ତୋଷ ଲାଭ କରିବେ । ଭଗବାନଙ୍କ ଆଶୀର୍ବାଦରୁ ଆପଣଙ୍କର ଦାମ୍ପତ୍ୟ ଜୀବନର ସ୍ୱାଦ ଅତ୍ୟନ୍ତ ମଧୁର ହୋଇପାରେ । ବନ୍ଧୁମାନଙ୍କ ଗହଣରେ କୌଣସି ଏକ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇ ଆନନ୍ଦ ଉଲ୍ଳାସରେ ସମୟ କାଟିପାରନ୍ତି । ପ୍ରେମୀମାନଙ୍କ ପାଇଁ ପ୍ରେମ ଓ ପ୍ରଣୟର ଶୁଭ ଦିନ ଅଟେ । ନିଜ ପତ୍ନୀ , ପୁତ୍ର ଓ ବାନ୍ଧବୀଙ୍କ ଠାରୁ ଉପକୃତ ହୋଇପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ ।

ମକର: ଆଜି ଆପଣଙ୍କର ପାରିବାରିକ ଜୀବନ ମଧୁମୟ ହେବ। ବନ୍ଧୁ ଓ ପ୍ରିୟଜନଙ୍କ ସହ ସାକ୍ଷାତ ଲାଭ କରି ସନ୍ତୋଷ ପ୍ରକାଶ କରିବେ। ନିଜର ବ୍ୟବସାୟରେ ଆର୍ଥିକ ଉପାର୍ଜନକୁ ବଢାଇବା ପାଇଁ ବିଭିନ୍ନ ସ୍ଥାନ ବୁଲିପାରନ୍ତି । ବୃତ୍ତିଗତ ଜୀବନରେ ବହୁ ଅର୍ଥ ଉପାର୍ଜନ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କର କାର୍ଯ୍ୟକଳାପରେ ସନ୍ତୋଷ ପ୍ରକାଶ କରିବେ । ଦୁର୍ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ସତର୍କତା ଅବଲମ୍ୱନ କରନ୍ତୁ ।

କୁମ୍ଭ: ଆପଣ ନିଜର ପ୍ରତିଯୋଗୀଙ୍କ ସହ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରନ୍ତୁ ନାହିଁ। ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ତଥାପି ଆପଣଙ୍କ ମାନସିକ ଶାନ୍ତି ଅବ୍ୟାହତ ରହିବ । ନିଜର ଉପରିସ୍ଥ ହାକିମଙ୍କ ସହ ମାର୍ଜିତ ବ୍ୟବହାର କରନ୍ତୁ । ମନୋରଞନ କାର୍ଯ୍ୟକ୍ରମରେ ଖର୍ଚ୍ଚାନ୍ତ ହେବେ । ସନ୍ତାନମାନଙ୍କ ଚିନ୍ତା ଯୋଗୁଁ ମାନସିକ ଚାପ ପଡିପାରେ । ବିଦେଶରୁ ଶୁଭ ଖବର ମିଳିପାରେ ।

ମୀନ: ଆପଣ ସ୍ୱଭାବରେ ଈର୍ଷାଳୁ ଓ ଅଶାନ୍ତ ଅଟନ୍ତି । ତେବେ ଏଥିରୁ ଆପଣଙ୍କୁ ନିବୃତ ହେବାକୁ ପଡ଼ିବ । କେହି ଜଣେ ଆପଣଙ୍କ ଛବିକୁ ଖରାପ କିମ୍ବା ପ୍ରତିଷ୍ଠାରେ କ୍ଷତି ପହଞ୍ଚାଇବା ପାଇଁ ଚେଷ୍ଟା କରିବ । ସେଥିରୁ ମୁକୁଳିବାକୁ ହେଲେ ଉତ୍ତେଜିତ ନ ହୋଇ ସାଧାରଣ ଭାବେ ପ୍ରତିକ୍ରିୟା ରଖନ୍ତୁ ।

ABOUT THE AUTHOR

...view details