ଓଡିଶା

odisha

ETV Bharat / bharat

ମେ ୧୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ମେ ମାସର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୧୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ମେ ୧୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : May 12, 2022, 12:15 AM IST

ମେଷ: ବିନା କାରଣରେ ଆପଣ ଆଜି ଅଶାନ୍ତ ହୋଇପାରନ୍ତି । ଅବଶ୍ୟ ଆପଣ ଅନ୍ୟମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିବେ,କିନ୍ତୁ ଆପଣଙ୍କୁ ତାହା ଠାରୁ ଅଧିକ ଉଦାର ହେବାକୁ ପଡିବ ଓ ଆପଣଙ୍କ ସହ ଥିବା ଲୋକମାନଙ୍କୁ ସଫଳତାର ରହସ୍ୟ ଜଣାଇବା ଆବଶ୍ୟକ ।

ବୃଷ: ଯଦି ଆପଣ ସମ୍ପର୍କ ଏବଂ ସର୍ବସାଧାରଣ ବକ୍ତା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆଜି ଆପଣ ଶ୍ରୋତାମାନଙ୍କୁ ଉତ୍ସାହିତ କରିବେ ଏବଂ ଆନନ୍ଦ ଉପଭୋଗ କରିବାକୁ ଦେବେ । ଏପରିକି ବ୍ୟକ୍ତି ବିଶେଷଙ୍କ ସହିତ କଥାବାର୍ତ୍ତା ସମୟରେ ମଧ୍ୟ ଆପଣଙ୍କ ଶ୍ରୋତା ଅତ୍ୟନ୍ତ ପ୍ରଭାବିତ ହୋଇ ନିରବ ହୋଇଯିବେ । ଫଳରେ ଦୀର୍ଘକଳୀନ ଭାବରେ ଜଣାଶୁଣା ବ୍ୟକ୍ତିମାନଙ୍କ ସହିତ ଏବ ବିଶେଷ ସମ୍ପର୍କ ରହିବାର ସମ୍ଭାବନା ରହିଛି ।

ମିଥୁନ: ବିଶେଷ ଭାବରେ ମହିଳାମାନଙ୍କ ସହିତ କାରବାର କଲାବେଳେ ଆପଣଙ୍କ ଭାବ ପ୍ରବଣତା ଆପଣଙ୍କୁ ଅତ୍ୟଧିକ ଭାବରେ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ । ଆପଣ ମାୟାଜାଲରେ ଫସି ପାରନ୍ତି କାରଣ ମହିଳା ଜଣକ ଆପଣଙ୍କୁ ଭାବନାତ୍ମକ ଭାବରେ ଶୋଷଣ କରିପାରେ । କେବଳ ଗୋଟିଏ ଜିନିଷ ଆଜି ଆପଣଙ୍କ ପାଇଁ ମହିଳାଠାରୁ ଅଧିକ ବିପଦସଙ୍କୁଳ ତାହା ହେଉଛି ଜଳାଶୟ, ସେଥିରୁ ଦୂରରେ ରହନ୍ତୁ ।

କର୍କଟ: ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ । କୌଣସି ଏକ ରମଣୀୟ ସ୍ଥାନ ଦେଖିବାକୁ ଯାଇପାରନ୍ତି । ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବ । ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହିତ ସମ୍ପର୍କୁ ବୃଦ୍ଧି କରିବେ । ସାମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ୱଚ୍ଛଳତାର ବୃଦ୍ଧି ବି ହୋଇପାରେ ।


ସିଂହ: ଆଜି ଆପଣଙ୍କ ଦିନ ଆଦୌ ଆପଣଙ୍କ ଅନୁସାରେ ଯିବ ନାହିଁ । ବନ୍ଧୁତ୍ୱ ସମ୍ପର୍କ ଯାହାକି ଆପଣ ଆପଣଙ୍କ ପରିବାର ଲୋକଙ୍କ ସହ ସେୟାର କରନ୍ତି, ତାହା ଆପଣଙ୍କ ପାଇଁ ଏକ ଅତି ଉତ୍ତମ ବିଷୟବସ୍ତୁ ଆଣିଦେବ । ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି ।

କନ୍ୟା: ଆଜି ଧାର୍ମିକ ବିଶ୍ଵାସ ଓ ଆଧ୍ୟାତ୍ମିକତା ସମ୍ପର୍କିତ ସମସ୍ୟାଗୁଡିକ ସାମ୍‍ନାକୁ ଆସିବ । ଆପଣଙ୍କ ପସନ୍ଦ କ୍ଷେତ୍ରରେ ସଫଳତା ପାଇବା ପାଇଁ ଗୋଟିଏ ମନରେ ଆପଣଙ୍କ ଲକ୍ଷ୍ୟକୁ ଅନୁସରଣ କରନ୍ତୁ, ଓ ଆପଣଙ୍କ ଦକ୍ଷତା ଓ ପ୍ରତିଭାର ଲାଭ ଉଠାନ୍ତୁ । ଆପଣ ଆଜି ସମ୍ପର୍କ କ୍ଷେତ୍ରରେ ଭାବପୂର୍ଣ୍ଣ ନ ହୋଇ ତର୍କସଙ୍ଗତ ଓ ହିସାବୀ ହେବା ଆବଶ୍ୟକ ।


ତୁଳା: କ୍ଷମତାରେ ଥିବା କେହି ଜଣେ ଆପଣଙ୍କୁ ମଜାରେ ହଇରାଣ କରିପାରନ୍ତି । କିନ୍ତୁ ହାର ନମାନି ଧୈର୍ଯ୍ୟର ସହ ମୁକାବିଲା କରନ୍ତୁ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ପରିସ୍ଥିତି ଆହୁରି ଖରାପ ଆଡକୁ ଗତି କରିପାରେ । ଭ୍ରମଣ କରିବା ଏଡାନ୍ତୁ । ଆଜି ଯୋଜନା କରିଥିବା ସମସ୍ତ କାର୍ଯ୍ୟ ହୁଏତ ସମାପ୍ତ କରିବା ପାଇଁ ଆପଣ ସମର୍ଥ ହେବେ ।


ବିଛା:ଯଦି ଆପଣ ନିକଟରେ ମିଳିତ ଭାବେ ଏକ ବ୍ୟବସାୟ ଆରମ୍ଭ କରିଥାଆନ୍ତି, ତେବେ ଆଜି ଏକ ଲାଭଦାୟକ ଚୁକ୍ତି କରିବା ପାଇଁ ଆପଣ ପ୍ରଥମ ପାଦ ଆଗକୁ ନେଇପାରନ୍ତି । ଅବଶ୍ୟ ଆଜି ଆପଣ ଚୁକ୍ତିରେ ସ୍ଵାକ୍ଷର କରିବା ପୂର୍ବରୁ କିଛି ସମୟ ନେବା ଆବଶ୍ୟକ ।

ଧନୁ: ଆପଣ ଆଜି ପଥରକୁ ମଧ୍ୟ ସୁନା କରିପାରିବେ । ବ୍ୟବସାୟରେ ଆପଣଙ୍କ ଜ୍ଞାନ ଦ୍ଵାରା ଆପଣ ଉତ୍ପାଦନକ୍ଷମତାରେ ସବୁଠାରୁ ଭଲ ଫଳାଫଳ ପାଇବେ ଓ ନୂଆ ଚୁକ୍ତି କରିପାରିବେ । ଦିନର ଅଧିକାଂଶ ସମୟରେ ଆପଣଙ୍କ ପଦକ୍ଷେପ ପଦ୍ଧତିଗତ, ଅନୁଶାସିତ ଓ ବ୍ୟବସ୍ଥିତ ରହିବ ।


ମକର: ଆପଣଙ୍କୁ ଆଜି ଆପଣଙ୍କ ପାଇଁ ସଠିକ ଜୀବନସାଥୀ ମିଳିବାର ଅନେକ ସମ୍ଭାବନା ଅଛି ଓ ଆପଣ ତାଙ୍କୁ ନିଜ ମନକଥା କହିବେ । ଆପଣଙ୍କ ପରିବାର ଆପଣଙ୍କ ପାଇଁ ସବୁକିଛି ଓ ଗତ କିଛି ବର୍ଷ ମଧ୍ୟରେ ଆପଣ ଏହି ବିଷୟରେ ଅଧିକ ଭାବବୋଧକ ରହିବେ ।


କୁମ୍ଭ:ଆପଣଙ୍କ ମନ ଭାବନାରେ ଭରା ରହିବ ଏବଂ ଏହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ କ୍ଳାନ୍ତ କରିଦେବ । ଆପଣ ରାଗିବେ, ଯେତେବେ‌ଳେ ନିଜକୁ ଶାନ୍ତ କରିପାରିବେ, ସେତେବେଳେ ହିଁ ଭଲ ଅନୁଭବ କରିବେ, ଅଧିକ ଭାବିବା ବନ୍ଦ କରନ୍ତୁ । ଚୋରୀ ଏବଂ ଅନ୍ୟ ଆଇନ ବିରୁଦ୍ଧ କାମରୁ ଦୂରରେ ରହନ୍ତୁ । ନିରାଶ ମନୋଭାବକୁ ଦୁରରେ ରଖନ୍ତୁ ଏବଂ ଆପଣଙ୍କ ଭାଷା ଉପରେ ନଜର ରଖନ୍ତୁ ।


ମୀନ: ଆପଣଙ୍କ ନିକଟରେ କେହି ପହଞ୍ଚିପାରିବେ ନାହିଁ, କିନ୍ତୁ ଆପଣ ଯେହେତୁ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସଠିକତା ଆଣିବାରେ ସାହାଯ୍ୟ କରୁଛନ୍ତି ସେଥିପାଇଁ ସେମାନଙ୍କର କୌଣସି ଅଭିଯୋଗ ରହିବ ନାହିଁ । ଆପଣ ପ୍ରେରିତା କରିବେ ଓ ସେମାନେ ପ୍ରେରିତ ହେବେ ।

ABOUT THE AUTHOR

...view details