ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କଠାରୁ କିଛି ଅର୍ଥ ମିଳିପାରେ । ନିଜ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଆପଣଙ୍କୁ ଯିବାକୁ ପଡିପାରେ । ନିଜ ଗୃହର ପରିବେଶ ଦୋଳାୟମାନ ଅବସ୍ଥାରେ ରହିବ । ନିଜ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ । ନିଜର ମାଆଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।
ବୃଷ: ଆଜି ବିଦେଶରୁ ସୁଫଳଯୁକ୍ତ ଖବର ପାଇବେ । ଏଥିରେ ଖୁସୀ ହୋଇ ବିଦେଶ ଯିବାପାଇଁ ମନ ବଳାଇବେ। ଛାତ୍ରମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
ମିଥୁନ: ଦିନଟି ଅତ୍ୟନ୍ତ ଅଶୁଭଜନକ ଅଟେ । ଯେଉଁମାନେ ନିଜର ଶାରୀରିକ ଅସୁବିଧା ପାଇଁ ଚିକିତ୍ସିତ ହେଉଛନ୍ତି, କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଶଲ୍ୟଚିକିତ୍ସା କରନ୍ତୁ ନାହିଁ । ଆକ୍ରମଣାତ୍ମକ ମନୋଭାବ ଆପଣଙ୍କୁ ଆଘାତ ଦେଇପାରେ । ନିଜର ମାନସିକ ଶାନ୍ତିକୁ ରକ୍ଷା କରନ୍ତୁ । ଅସାବଧାନତା ନିଜର ମାନହାନି ଘଟାଇ ପାରେ । ସେଥିପାଇଁ କଥାବାର୍ତ୍ତାରେ ନମ୍ର ଭାବ ଆପଣଙ୍କୁ ଝଗଡାରୁ ବଞ୍ଚାଇପାରିବ । ଖର୍ଚ୍ଚର ପରିମାଣ ଅଧିକ ହୋଇଯିବା ଯାହା ପାଇଁ ଆପଣ ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇପାରନ୍ତି । ମାନସିକ ଶାନ୍ତି ପାଇବାକୁ ହେଲେ ଠାକୁରପୂଜା ହିଁ ସର୍ବତ୍କୃଷ୍ଟ ଉପାୟ ଅଟେ ।
କର୍କଟ: ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟାଇପାରିବେ । ମନୋରଞ୍ଜନ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ପାଇବେ। ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ। ଆପଣ ନିଜର ଅଂଶୀଦାରଙ୍କଠାରୁ ଉପକୃତ ହେବେ । ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ ।
ସିଂହ: ଉତ୍କଣ୍ଠାରେ ଜଡିତ ହୋଇ ଦିନଟି ଅଶାନ୍ତିରେ କଟିବ। ଦୁଃଖଦୁର୍ଦ୍ଦଶା ଭୋଗିବା ଯୋଗୁଁ ମନ ଭାରାକ୍ରାନ୍ତ ହେବ। କୌଣସି କାରଣରୁ କାର୍ଯ୍ୟ କରିବାବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ ।
କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଅଟେ। ନିଜର ସନ୍ତାନମାନଙ୍କ ଚିନ୍ତାରେ ବୁଡି ରହିବେ । ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜି ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ପାଇଁ ହତୋତ୍ସାହିତ ହେବେ । ମାନସିକ ଅଶାନ୍ତିରେ ଦିନଟିକୁ ଅତିବାହିତ କରିବେ। କୌଣସି ମେଧା ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ ।