ମେଷ:ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ହେବ । ଆଜି ଆପଣ ସଂପୂର୍ଣ୍ଣ ଭାବରେ ସାମର୍ଥ୍ୟଯୁକ୍ତ ହେବେ ଏବଂ ପୂର୍ଣ୍ଣ ଆଗ୍ରହର ସହ ଆପଣ କାର୍ଯ୍ୟକୁ ଆଗେଇ ନେବେ । ପରିବାର ସହିତ ଘର ପରିବେଶରେ ଆନନ୍ଦମୟ ସମୟ ବିତାଇବେ ଯାହାକି ଆପଣଙ୍କୁ ସଂପୂର୍ଣ୍ଣ ଭାବରେ ଖୁସି ଦେବ । ଆଉ ମଧ୍ୟ ଗୋଟିଏ ସାମାଜିକ ଭାବରେ ଏକାଠି ହେବା କିମ୍ବା ପାର୍ଟି କରିବାର ସମ୍ଭାବନା ଅଛି ।
ବୃଷ: ଆଜି ଆପଣ ବିଷାଦପୂର୍ଣ୍ଣ ରହିବେ । ଅସୁସ୍ଥ ଶରୀର କିମ୍ବା ଆଖି ବ୍ୟଥା ଏହାର କାରଣ ହୋଇପାରେ । ଆପଣଙ୍କୁ ଦିଆଯାଇଥିବା ଆଜିର କାମ ଶେଷ ନ ହୋଇ ଅଧାରେ ରହିପାରେ । ଖର୍ଚ୍ଚ ଉପରେ ନଜର ରଖନ୍ତୁ । କଠିନ ପରିଶ୍ରମ ସଫଳତା ଆଣିପାରେ । ସାବଧାନ ରୁହନ୍ତୁ ଦୁର୍ଘଟଣା ଆଶଙ୍କାରେ ଅଛନ୍ତି ।
ମିଥୁନ: ସମସ୍ତ ବାଦବିବାଦ ଏବଂ ସଂଘର୍ଷ ପରେ, ନକ୍ଷତ୍ରଗଣ ଅନ୍ତିମରେ ଆପଣଙ୍କ ସପକ୍ଷରେ ଅଛନ୍ତି । ଆଜି ଦିନ ସମସ୍ତ ପ୍ରକାର ଆଶୀର୍ବାଦ ଦେବାକୁ ପ୍ରତିଶୃତିବଦ୍ଧ । ଅତି କମ୍ରେ ଆପଣ ସନ୍ତୁଷ୍ଟି ଅନୁଭବ କରିବେ ଏବଂ ଦିନ ଶେଷରେ ଶାନ୍ତିରେ ଶୋଇପାରିବେ । ବନ୍ଧୁମାନଙ୍କ ଠାରୁ ଉପହାର ଏବଂ ସହକର୍ମୀ ମାନଙ୍କଠାରୁ ସହଯୋଗ ଆଶା କରିପାରିବେ ।
କର୍କଟ:ଦିନର ଅଧିକାଂଶ ସମୟ ଆପଣ ପ୍ରାର୍ଥନା, ମନ୍ଦିର ପରିଦର୍ଶନ ଏବଂ ଧାର୍ମିକ ପ୍ରବଚନରେ ବ୍ୟସ୍ତ ରହିବେ । କଣ ଭୁଲ୍ ଏବଂ କଣ ଠିକ୍ ସେହି ତର୍କରେ ଆପଣ ବ୍ୟସ୍ତ ରହିବେ । ଧାର୍ମିକ ପରିଦର୍ଶନ କିମ୍ୱା ଏକ୍ସକରସନ୍ରୁ ଆପଣ ଲାଭଦାୟକ ହେବ । ପରିବାର ସଦସ୍ୟମାନେ ଆପଣଙ୍କ ସହିତ ଯାଇ ପାରନ୍ତି, ଆପଣ ମିଳିମିଶି ଆନନ୍ଦ ଉଲ୍ଲାସରେ ସମୟ କାଟିବେ ।
ସିଂହ: ଆଜି ଦିନଟିରେ ଆପଣ ଧାର୍ମୀକ କାର୍ଯ୍ୟରେ ନିଜକୁ ଲିପ୍ତ ରଖି ପାରନ୍ତି । ଗୋଟିଏ ଧାର୍ମିକ ସ୍ଥାନକୁ ସମସ୍ତଙ୍କୁ ବୁଲାଇବା ପାଇଁ ନେଇ ପାରନ୍ତି । ଆଜି ଆପଣ ନିଜର କ୍ରୋଧ ସମ୍ୱରଣ କରନ୍ତୁ । ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ଆଜି ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟରେ କିଛି ବାଧାବିଘ୍ନ ଆସିପାରେ ତେଣୁ ଆପଣ ମନଧ୍ୟାନ ଦେଇ କାର୍ଯ୍ୟଟିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ଆପଣ ମାନସିକ ଅଶାନ୍ତି ଭୋଗି ପାରନ୍ତି । ଏହାର ପ୍ରଧାନ କାରଣ ଆପଣଙ୍କ ସନ୍ତାନମାନେ ହୋଇପାରନ୍ତି ।
କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ରାସ୍ତା କଡରେ ବିକ୍ରି ହେଉଥିବା ପାଟି ସୁଆଦିଆ ଖାଦ୍ୟ ଖାଇବାକୁ ବନ୍ଦ କରନ୍ତୁ ନଚେତ୍ ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ ନଚେତ୍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ । ଜଳାଶୟ ବା ଜଳଠାରୁ ଦୂରତା ରଖନ୍ତୁ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ବେଆଇନ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ ନଚେତ୍ ଭୁଲ ବୁଝାମଣାରୁ ଝଗଡା ହୋଇପାରେ ।