ଓଡିଶା

odisha

ETV Bharat / bharat

Horoscope: ନଭେମ୍ବର 11 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By ETV Bharat Odisha Team

Published : Nov 11, 2023, 6:54 AM IST

ମେଷ: ଘରୋଇ ଦୃଷ୍ଟିକୋଣରୁ ଆଜି ଦିନଟି ଶୁଭ ଅଟେ । ଆର୍ଥିକ ସଫଳତା ଏବଂ ହସ କୌତୁହଳପୂର୍ଣ୍ଣ ଭ୍ରମଣର ଯୋଗ ରହିଛି । ଆପଣଙ୍କର ଭାବପ୍ରବଣତା ନିୟନ୍ତ୍ରଣ କରିବା ପାଇଁ ଅଧିକ ଯତ୍ନ ନିଅନ୍ତୁ । ନିଜର କାର୍ଯ୍ୟ ପାଇଁ ଆପଣ ପ୍ରଶଂସା ଏବଂ ପୁରସ୍କାର ପାଇବାର ସମ୍ଭାବନା ରହିଛି । ପାରିବାରିକ ସ୍ଥିତି ଭଲ ରହିବ ।

ବୃଷ:ଆଜି ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଏବଂ ବସ୍ତୁଗତ ସଫଳତା ଆପଣଙ୍କ ଅପେକ୍ଷାରେ ଅଛି । ଆପଣ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟରେ ପରିଣତ ହେବ । ଆପଣଙ୍କ ଉପରେ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ । ଆପଣଙ୍କ ମନ ହସଖୁସିରେ ଭରା ରହିବ । ଏହି ଖୁସି ଅନ୍ୟମାନଙ୍କ ସହିତ ମଧ୍ୟ ବାଣ୍ଟନ୍ତୁ ।

ମିଥୁନ:ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍‌ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି ।

କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଅଶାନ୍ତ ରହିବ । ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଶାରୀରିକ ଓ ମାନସିକ ଅଶାନ୍ତି ଦେଖାଦେବ । ପାରିବାରିକ କଳହ ଦେଖାଦେଇପାରେ । ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ରହିବ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।

ସିଂହ: ଆପଣ ଧାର୍ମିକ ଏବଂ ଅନୁକୂଳ କାର୍ଯ୍ୟକଳାପରେ ମଜ୍ଜି ରହିପାରନ୍ତି । ତା' ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଆଜି ଦିନରେ ଆପଣ ବହୁତ ରାଗି ପାରନ୍ତି । ବିଦେଶରେ ଥିବା ଆପଣଙ୍କର ପ୍ରିୟଜନଙ୍କଠାରୁ କିଛି ଖବର ଆଶା କରିପାରନ୍ତି । ଆଜି ଆପଣ ନିର୍ଦ୍ଦିଷ୍ଟ କାମରେ ଲକ୍ଷ୍ୟ ରଖିବେ । ମାନସିକ ଭାବରେ ହଇରାଣ ହୋଇପାରନ୍ତି । ତାହାର ପ୍ରଥମ କାରଣ ଆପଣଙ୍କ ପିଲାମାନେ ହୋଇପାରନ୍ତି ।

କନ୍ୟା: ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାହାଫଳରେ ଅଶାନ୍ତି ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶାନ୍ତିରେ ରଖିପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।

ତୁଳା: ଆଜି ଦିନଟିରେ ଆପଣଙ୍କୁ ଅନେକ କିଛି କରିବାର ଅଛି । ଆପଣ ସପିଂ ପାଇଁ ଯାଇପାରନ୍ତି । ପରିବର୍ତ୍ତିତ ସମୟ ଅନୁସାରେ ନିଜକୁ ବଦଳାଇବାକୁ ଚେଷ୍ଟା କରିପାରନ୍ତି । ଆପଣଙ୍କର ଶାରୀରିକ ଏବଂ ମାନସିକ ଶକ୍ତି ବଦଳି ଯାଇପାରେ । ଆଜି ସୁସ୍ବାଦୁ ଭୋଜନ କରିବେ ।

ବିଛା: ଆପଣ ସୁସ୍ଥ ଅନୁଭବ କରିବେ । ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହିବ । ଅସୁସ୍ଥ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ହେଉଛି ଖୁସିର ସମୟ ଯେହେତୁ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ସମ୍ଭାବନା ରହିଛି । ଆପଣ ଆପଣଙ୍କ ସହକର୍ମୀଙ୍କଠାରୁ ସହଯୋଗ ଏବଂ ସହାୟତା ପାଇପାରନ୍ତି । ଆପଣଙ୍କ ପ୍ରତିଦ୍ୱନ୍ଦୀମାନଙ୍କୁ ସଫଳ ଭାବରେ ହରାଇବାରେ ସକ୍ଷମ ରହିବେ ।

ଧନୁ: ହଜମ ଜନିତ ସମସ୍ୟା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଆପଣଙ୍କ ପିଲାର ପାଠପଢା ଏବଂ ସ୍ୱାସ୍ଥ୍ୟ ସଂପର୍କିତ ବିଷୟ ସାରା ଦିନ ଆପଣଙ୍କ ମନରେ ରହିବ । ଆଜି ନିଜର ରାଗକୁ ନିୟନ୍ତ୍ରଣରେ ରଖିନ୍ତୁ । ଜ୍ଞାନଭିତ୍ତିକ ଆଲୋଚନାରୁ ଦୂରରେ ରହିବେ । ଅବଶ୍ୟ ଆପଣ ଆଜି କଳା ଏବଂ ସାହିତ୍ୟ ଆଡକୁ ଦୁର୍ବଳତା ପ୍ରକାଶ କରିପାରନ୍ତି ।

ମକର: ଆଗ୍ରହ ଏବଂ ଶକ୍ତି ଅଭାବରୁ ଆଜି ଆପଣ ଶାରୀରିକ ଏବଂ ମାନସିକ ଭାବରେ କିଛି ଉତ୍ତମ କରିପାରିବେ ନାହିଁ । ଏହା ପଛରେ ପରିବାରିକ କଳହ ଥାଇପାରେ । କୌଣସି ଦୁର୍ଘଟଣାର ସମ୍ମୁଖିନ ହୋଇପାରନ୍ତି । ସତର୍କ ରୁହନ୍ତୁ । ଖୁସି ଏବଂ ଆଗ୍ରହ ଅଭାବରୁ ଆପଣଙ୍କ ଦିନ ଫିକା ଏବଂ ମାନ୍ଦାଳିଆ ରହିପାରେ ।

କୁମ୍ଭ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ । ଯେପରିକି ଚିନ୍ତାର ବାଦଲ ସବୁ ଆପଣଙ୍କ ପାଖରୁ ପଳାଇ ଯାଇଛି । ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟି ପାରିବେ । ସାନ ଭାଇ ଭଉଣୀମାନଙ୍କ ସହ ଭଲ ସମୟ ବିତାଇବେ । ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି । ତାହା ଆହୁରି ଆନନ୍ଦମୟ ରହିବ । ଆପଣଙ୍କ ପ୍ରତିଦ୍ୱନ୍ଦୀକୁ ପଛରେ ପକାଇ ସଫଳତା ହାସଲ କରିବା ହେତୁ ଆପଣଙ୍କ ଭାଗ୍ୟ ଉଜ୍ୱଳ ହୋଇ ଉଠିବ ।

ମୀନ: ନିଜ ହିସାବ ଉପରେ ନଜର ରଖନ୍ତୁ । ଧୈର୍ଯ୍ୟ ହେଉଛି ସମ୍ପଦ । ଆପଣଙ୍କୁ ନିୟମିତ ଭାବରେ ବ୍ୟାୟାମ କରିବାର ଆବଶ୍ୟକତା ପଡିବ । ଆପଣଙ୍କ ରାଗକୁ କାବୁ କରିବାକୁ ହେଲେ ଜିଭକୁ କାମୁଡି ଚୁପ୍‌ ରହିବାକୁ ପଡିପାରେ । ଯାହାଫଳରେ ଆପଣ ଓ ଆପଣଙ୍କ ମାଆଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ । ଅର୍ଥ ସମ୍ବନ୍ଧୀୟ ବିଷୟରେ ସାବଧାନତା ବଜାୟ ରଖନ୍ତୁ । ଅର୍ଥହୀନ ଯୁକ୍ତିଠାରୁ ଦୂରେଇ ରୁହନ୍ତୁ ।

ABOUT THE AUTHOR

...view details