ମେଷ : ଆପଣ ଭାଗ୍ୟଶାଳୀ , ଆପଣଙ୍କ ପାଇଁ ସମସ୍ତ ପ୍ରକାର ପ୍ରଶଂସା ଏବଂ ପୁରସ୍କାର ଗଚ୍ଛିତ ରହିଛି, ଯାହାକି ଆପଣଙ୍କ ସାମାଜିକ ସଂପର୍କ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆସିବ । ବୌଦ୍ଧିକ ଆଲୋଚନା ଆପଣଙ୍କୁ ଉତ୍ସାହିତ କରିବ ଏବଂ ଆପଣଙ୍କର ଅଂଶଗ୍ରହଣ ପ୍ରଶଂସିତ ହେବ । ଅବଶ୍ୟ, ଆପଣଙ୍କର ସମାଲୋଚନା ମନୋଭାବ ନିୟନ୍ତ୍ରଣରେ ରଖନ୍ତୁ ।
ବୃଷ: ସୁନ୍ଦର ମନୋବୃତ୍ତିର ପୁରସ୍କାର ଆପଣ ପାଇ ଆସୁଛନ୍ତି । ମାନସିକ ସ୍ଥିରତା, ସ୍ପଷ୍ଟତା ଏବଂ ଶାନ୍ତତାର ଲାଭ ଅନେକ ରହିଛି । ଯାହାକି ଆପଣ ପ୍ରାପ୍ତ କରିବେ। ଯେତେବେଳେ ଆପଣ ନିଷ୍ପତ୍ତି ନେବେ ଯେ “ ପଛକଥା ଛାଡି ଆଗକୁ ଯିବା” ମନୋବୃତ୍ତି ଅନୁସରଣ କରିବେ । ଏଥିସହ ହସ, କୌତୁହଳ କରିବେ ଏବଂ ଅନ୍ୟମାନଙ୍କ ବିଷୟରେ ବ୍ୟସ୍ତ ନ ହୋଇ ନିଜ କାମ ନିଜେ କରି ଚାଲିବେ । ନୂଆ ଭାବରେ ପ୍ରାପ୍ତ ହୋଇଥିବା ଏକ ଖୁସି ଖବର ଆପଣଙ୍କ ପରିବାର ଏବଂ ଆପଣଙ୍କୁ ଅନେକ ଖୁସି ଏବଂ ଆନନ୍ଦ ଦେବ ।
ମିଥୁନ:ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ''ନିଜ ଦୁନିଆଁ'' ରୁ ବାହାରକୁ ଆସନ୍ତୁ ଏବଂ ଆପଣଙ୍କ ପିଲା, ସ୍ୱାମୀ/ସ୍ତ୍ରୀ କିମ୍ୱା ପ୍ରିୟଜନଙ୍କ ଆବଶ୍ୟକତା ଆଡକୁ ଧ୍ୟାନର ସହିତ ନଜର କରନ୍ତୁ । ସେମାନଙ୍କର ସ୍ୱାସ୍ଥ୍ୟକୁ ନେଇ ଯତ୍ନଶୀଳ ହୁଅନ୍ତୁ ଏବଂ ଧ୍ୟାନ ଆବଶ୍ୟକ କରିପାରେ । ନକ୍ଷତ୍ରର ପ୍ରଭାବରୁ ଜଣା ପଡୁଛି ଯେ ନିଜର ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ନଜର ଦେବା ଆବଶ୍ୟକ ଯେହେତୁ ଆପଣ ସହଜରେ ପେଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।
କର୍କଟ: ଯାହାହେଲେ କିଛି ଆପଣଙ୍କୁ ହତବୁଦ୍ଧି କରୁଛି। ହୁଏତ ଆପଣ ନିଜକୁ ଅପରାଧୀ ବିଚାର କରୁଛନ୍ତି କିମ୍ୱା ବର୍ତ୍ତମାନର ଚାକିରୀରେ ସନ୍ତୁଷ୍ଟ ନୁହନ୍ତି । ଆପଣ ଜାଣିଛନ୍ତି ଆପଣ ଅଧିକ ପାଇବା ପାଇଁ ଯୌଗ୍ୟ, ତେଣୁ ଆପଣଙ୍କୁ ସେହିପରି ଅନୁଭବ ହେଉଛି । ଏହିଭଳି ଭାବନା ଯୋଗୁଁ ଆପଣ ଙ୍କ ମନରେ ନିରାଶ ସ୍ଥାନ ନେବ । ଯଦି ଆପଣ କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରୁଛନ୍ତି, ତେବେ ଆପଣଙ୍କର ବର୍ତ୍ତମାନ ପରିସ୍ଥିତିକୁ ଆଉ ଥରେ ମୂଲ୍ୟାଙ୍କନ କରନ୍ତୁ ।
ସିଂହ:ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି। ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍ କରନ୍ତୁ । ଯଦି ସମ୍ଭବ, ବେଆଇନ୍ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇ ଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖେଇ ଥାଏ ।
କନ୍ୟା: ଆଜିର ସାରାଂଶ ହେଉଛି ''ମିଠା ଏବଂ ମିଠାଭରା'' । ତେଣୁ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଆପଣ ଅନ୍ୟ ଲୋକଙ୍କ ଅପେକ୍ଷା ଅଧିକ ମିଠା । ଯାହା ସବୁ ମିଠା, ଆପଣଙ୍କ ଆଜିର କାର୍ଯ୍ୟସାରଣୀରେ ଅଛି । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ। ଯେତେବେଳେ ଆପଣ ଲୋକମାନଙ୍କ ଠାରୁ ପ୍ରଶଂସା ପାଇବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୁର୍ବରୁ ସମାପ୍ତ କରିପାରିବେ ।