ମେଷ: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ସକାଳ ହେଉଛି ସବୁଠାରୁ ଉତ୍ତମ । ବ୍ୟବସାୟୀ ଏବଂ ପେଶାଦାରମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସେମାନଙ୍କ ବରିଷ୍ଠ କାର୍ଯ୍ୟରେ ସନ୍ତୁଷ୍ଟ ଏବଂ ଖୁସୀ ହେବେ । ଆଜି କୌଣସି କାର୍ଯ୍ୟକୁ ନେଇ ପୁରସ୍କୃତ ହୋଇପାରନ୍ତି ।
ବୃଷ:ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ଆପଣଙ୍କ ସନ୍ଦିଗ୍ଧ ମନ ଆପଣଙ୍କୁ ବିଚଳିତ କରିବ । ଆପଣ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟପାଇଁ କିଛି ଅର୍ଥ ବ୍ୟୟ କରିପାରନ୍ତି ।
ମିଥୁନ: ଆପଣ ଆପଣଙ୍କ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ, ଯାହାକି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟାରେ ପ୍ରତିଫଳିତ ହେବ । ଅତ୍ୟନ୍ତ ହସ ଖୁସୀରେ ପରିବାର ଏବଂ ବନ୍ଧୁ ମେଳରେ ଦିନଟି ବିତାଇବେ । ହୁଏତ ଆପଣ ଅନେକ ସପିଙ୍ଗ୍ କରିବା ଯାଇପାରନ୍ତି ଏବଂ ସ୍ୱାଦଭରା ମିଲ ମଧ୍ୟ ଖାଇପାରନ୍ତି ।
କର୍କଟ: ଆଜି ନିଜ କାର୍ଯ୍ୟର ଫଳ ପାଇବେ। ନିଜର ପର୍ଶିନାଲିଟି କିପରି ଉନ୍ନତ ହେବ ସେଥିପ୍ରତି ଗୁରୁତ୍ୱ ଦେବେ। ଘରର ସାଜସଜ୍ଜା ପ୍ରତି ରୁଚି ବଢିବ। ଆଜି ବାହାରକୁ ବୁଲିବାକୁ ଯାଇପାରନ୍ତି ।
ସିଂହ: ନିଜର ମହତ୍ତ୍ବକୁ ନ୍ୟୁନ ଭାବନ୍ତୁ ନାହିଁ । ଅନେକ ସମସ୍ୟାର ସମାଧାନ ଆପଣଙ୍କ ପାଖେ ଅଛି । ଲୋକଙ୍କୁୁ ପ୍ରଭାବିତ କରିବେ । ନୂଆ ଡିଲ୍ କରି ପ୍ରମୁଖ ଦାୟିତ୍ବ ନିର୍ବାହ କରିବେ ।
କନ୍ୟା: ଆପଣଙ୍କ କଳା ପ୍ରସ୍ଫୁଟିତ ହେବ । ନିଜଲୋକଙ୍କୁୁନେଇ ଖୁସି ଅନୁଭବ କରିବେ । ଘରେ ଉପଯୁକ୍ତ ସ୍ଥାନରେ ଆସବାବପତ୍ର ସଂଖ୍ୟା ବୃଦ୍ଧି କରିବେ । କାର କିଣିବାର ଯୋଜନା କରିଥିଲେ ଆଜି କିଣନ୍ତୁ ।