ମେଷ: ଆଜିର ଦିନଟି ହସଖୁସିରେ କଟିବ । ଅନ୍ୟମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ପାଇଁ ଚେଷ୍ଟା କରିବେ । ବାକି ରହିଥିବା କାର୍ଯ୍ୟ ଆଜି ଶେଷ କରିବେ । ପରିବାର ସହିତ ସମୟ ବିତାନ୍ତୁ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଘରର ଇଷ୍ଟ ଦେବୀଙ୍କୁ ସୁମରଣା କରନ୍ତୁ ।
ବୃଷ:ଆଜି ଆପଣ ଶାରୀରିକ ଭାବେ ସତର୍କ ରୁହନ୍ତୁ । ଆପଣ କଳା, ଡିଜାଇନିଂ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାତ୍ମକ ଦିଗର ଆବିଷ୍କାର କରିବେ । ଆପଣଙ୍କ ପ୍ରତିଭା ପାଇଁ ସବୁ ଜାଗାରେ ଆଜି ସମ୍ମାନିତ ହୋଇପାରନ୍ତି ।
ମିଥୁନ:କାର୍ଯ୍ୟ ବ୍ୟସ୍ତତା ଭିତରେ ଆଜି ଦିନ କଟିବ । କାର୍ଯ୍ୟସ୍ଥଳରେ, ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ ରହିବ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା କରିବେ । ଗାଡ଼ି ଚଳାଇଲା ବେଳେ ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ ।
କର୍କଟ:ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ ଏବଂ ସବୁ ଥର ଆପଣ ସେଗୁଡ଼ିକର ସଫଳତାର ସହିତ ସାମ୍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ପରିବାରକୁ ସମୟ ଦିଅନ୍ତୁ ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । ବିଶ୍ରାମ ନିଅନ୍ତୁ । ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହରନ୍ତୁ ନାହିଁ ।
କନ୍ୟା: ଦିନଟି ଘଟଣାବହୁଳ ରହିବ । କାର୍ଯ୍ୟବ୍ୟସ୍ତତା ଭିତରେ ଦିନ କଟିବ । ବାକି ରହିଥିବା କାର୍ଯ୍ୟ ଆଜି ସମ୍ପୁର୍ଣ୍ଣ ହେବ । ଅଫିସରେ ନିଜ କାର୍ଯ୍ୟକୁ ନେଇ ପ୍ରଶଂସା ସାଉଁଟିବେ ।