ମେଷ: ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ପାରିବାରିକ ତଥା ଘର ବିଷୟରେ ଆଲୋଚନା ମଙ୍ଗଳମୟ ହେବ । ଆଗରୁ କରିଥିବା ଯୋଜନା ଫଳପ୍ରଦ ହେବ । କାମ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ ।
ବୃଷ: ଆଜି ବିଦେଶରେ ରହିଥିବା ନିଜ ବନ୍ଧୁ ତଥା ଆତ୍ମିୟମାନଙ୍କଠାରୁ ସୁଫଳଯୁକ୍ତ ଖବର ପାଇବେ। ବିଦେଶ ଗସ୍ତରେ ଯିବା ପାଇଁ ମନ ବଳାଇବେ । ଛାତ୍ରମାନେ ବିଦେଶରେ ପାଠ ପଢିବା ପାଇଁ ସମୟ ଅନୁକୁଳ ଅଟେ । ଛୁଟିର ଆନନ୍ଦ ନେଇପାରନ୍ତି । ଏହିସବୁ କାରଣରୁ ଆନନ୍ଦିତ ହୋଇରହିବେ । କାମ ଅଧିକ ଥିବା ସତ୍ତ୍ୱେ ମନ ଭଲ ରହିବ । ଆୟ ବହୁଳ ଦିନ ଓ ଅର୍ଥଲଗାଣ ପାଇଁ ମଧ୍ୟ ସୁଦିନ ଅଟେ ।
ମିଥୁନ: କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ । ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ ।ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।
କର୍କଟ:ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ । ଆପଣଙ୍କ ବ୍ୟବସାୟ ପାର୍ଟ୍ନର୍ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣରେ ଯାଇପାରନ୍ତି ।
ସିଂହ: ଆଜି ଦିନ ଆପଣଙ୍କ ସପକ୍ଷରେ ଯିବ ନାହିଁ ।ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘେରି ରହିବ । ଛାତିକୁ ଦମ୍ଭ କରନ୍ତୁ । ଆଜିର ଦିନଟି ଅଫିସ୍ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ । ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ ।
କନ୍ୟା: ଆଜି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।