ମେଷ: ଅଳ୍ପ ସମୟ ଭିତରେ ଅଧିକା ଲାଭ ପାଇଁ ଆପଣ ଲୋଭି ନହେବା ପାଇଁ ପରାମର୍ଶ ଦିଆଯାଇଛି । କିମ୍ବା ଆପଣ ଅସୁବିଧାରେ ପଡିପାରନ୍ତି । ସମସ୍ତ ପ୍ରକାର ଆଇନ୍ଗତ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ । ଆର୍ଥିକ କାରବାର କରିବାବେଳେ ସାବଧାନତା ଅବଲମ୍ବନ କରିବେ । ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ । ଫଳରେ ଆପଣ ଆପଣଙ୍କର କାର୍ଯ୍ୟର ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନପାରନ୍ତି ।
ବୃଷ: ଆପଣଙ୍କ ପରିବାର ଏବଂ ପିଲା ବିଷୟରେ ଭଲ ଖବର ଆପଣଙ୍କୁ ଅତି ଉତ୍ସାହିତ କରିବ । ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିବାରେ ଏବଂ ଆପଣଙ୍କର ସ୍କୁଲ୍ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟ ଦିନ ଅଟେ । ଏଣୁ ସଠିକ୍ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ ହେବେ । ଆଇନ୍ ଏବଂ କୋର୍ଟ୍ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରିବେ ।
ମିଥୁନ: ଆଜି ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ ଅଟେ। ଆଜି ସେମାନଙ୍କର ପ୍ରଚୁର ଲାଭ ହେବ। କର୍ମଜୀବିଙ୍କ ନିମନ୍ତେ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ। ଅଫିସରେ ଆପଣଙ୍କର କର୍ମଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ଆପଣ ନିଜର ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ। ଏହି ଖୁସିରେ ସେ ଆପଣଙ୍କର ପଦୋନ୍ନତି କରିପାରନ୍ତି। ଦିବସଟିକୁ ମଧୁମୟ କରିବାକୁ ଅଜି ସନ୍ଧ୍ୟାରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି। ଅର୍ଥଲାଭ ହୋଇପାରେ। ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି।
କର୍କଟ: ଦିବସଟିର ପ୍ରଥମାର୍ଦ୍ଧ ଭଲରେ ନକଟିଲେ ମଧ୍ୟ ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ଦେବାରେ ସକ୍ଷମ ହେବ। ଆପଣ ଉତ୍କଣ୍ଠିତ ହୋଇ ରହିବେ। ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି। ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ। ମାନସିକ ଶାନ୍ତି ପାଇବାକୁ ଧ୍ୟନ ଓ ଯୋଗର ଆଶ୍ରୟ ନିଅନ୍ତୁ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ପାଇବେ ନାହିଁ। ମଧ୍ୟାହ୍ନପରେ ଆପଣଙ୍କର ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ। ଆପଣଙ୍କ ଭାଙ୍ଗି ପଡିଥିବା ମନ ଓ ସାହାସ ପୁନର୍ବାର ଯୋଡି ହୋଇଯିବ ଏବଂ ଆପଣଙ୍କର ଆତ୍ମବିଶ୍ୱାସ ମଧ୍ୟ ଦୃଢ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟୀ ମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି।
ସିଂହ: ଆଜି ଦିବସଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ନଚେତ୍ ଅସୁବିଧାରେ ପଡିପାରନ୍ତି। ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର କାମ ଆସିପାରେ। ତେଣୁ ଆପଣ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ। ନଚେତ୍ ଏପରି ଅନବରତ କାର୍ଯ୍ୟରେ ମନନିବେଶ କଲେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ। ଅପ୍ରତ୍ୟାସିତ ଭାବରେ ଅର୍ଥଲାଭ ହୋଇପାରେ।
କନ୍ୟା: ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିବାସିରେ ଯିବ। ମଉଜ ମଜଲିସ୍ କରିପାରନ୍ତି । ଆପଣଙ୍କ ବିଜିନେସ୍ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି । ଏଣୁ ଦିନର ଆର ଅଧକରେ ଆପଣଙ୍କ କାର୍ଯ୍ୟକ୍ରମର ଅନ୍ୟ ଗତି ନେବ । ହଠାତ୍ ଆପଣଙ୍କ ଶରୀର କ୍ଷୀଣ ହୋଇଯିବ ଏବଂ ଏହାକୁ ଠିକ୍ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ ।