ମେଷ:ଆଜିର ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣଙ୍କ ଭାଷା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଉଛି଼ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ, ଏହା ଆପଣଙ୍କ ଉପରେ ନିର୍ଭର କରେ ଯେ ଆପଣ କିପରି ସେଗୁଡିକର ସାମନା କରିବେ । ଭାବିଚିନ୍ତି କାମ କରନ୍ତୁ ।
ବୃଷ: ଆଜି ବିବାହ ଯୋଗ ରହିଛି । ଭ୍ରମଣର ଯୋଜନା କରିପାରନ୍ତି । ବିଦେଶରେ ଥିବା ସମ୍ପର୍କୀୟଙ୍କ ସୁଖବର ଖୁସିର କାରଣ ହେବ । ଆର୍ଥିକ ଖର୍ଚ୍ଚ ବଢିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।
ମିଥୁନ:ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆପଣ କିଛିକାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଆଜି ଦିନଟିରେ ଆପଣଙ୍କର ନାମ ଓ ସମ୍ମାନ ବୃଦ୍ଧି କରିବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ । ନିଜର ବାକ୍ୟାଳାପରେ ସତର୍କତା ଅବଲମ୍ୱନ କରିବା ବିଧେୟ ।
କର୍କଟ:ଆଜି ଆରାମରେ ରହନ୍ତୁ । ଶାରୀରିକ ଓ ମାନସିକ ଅବସ୍ଥା ଖରାପ ହୋଇପାରେ । ମସ୍ତିଷ୍କ ତଥା ପେଟ ପାଇଁ ଗୋଳମାଳରେ ପଡିପାରନ୍ତି । ହଠାତ ଖର୍ଚ୍ଚ କରିବେ । ନୂଆ କାମ ଓ ଯାତ୍ରା କରନ୍ତୁ ନାହିଁ ।
ସିଂହ:ଦିନସାରା ଶାରୀରିକ ଚିନ୍ତା ଓ ଅସୁସ୍ଥତାରେ ରହିବେ । ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସାବଧାନତାର ସହ ସରକାରୀ ତଥା ସମ୍ପତ୍ତି ଜନିତ କାଗଜରେ ହସ୍ତାକ୍ଷର କରିବେ । କୋର୍ଟ କଚେରୀ ମାମଲା ଠାରୁ ଦୂରରେ ରହନ୍ତୁ ।
କନ୍ୟା:ବୁଝି ବିଚାରି କାମ କରନ୍ତୁ । ନିଜ ପ୍ରିୟଜନଙ୍କ ସହ ଭଲ ସମ୍ପର୍କ ରହିବ । ବନ୍ଧୁ ମିଳନ ହେବ । କୁଟିଳ ଲୋକଙ୍କୁ ଚିହ୍ନିବାରେ ସକ୍ଷମ ହେବେ । ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ଅର୍ଥ ଲାଭ ହେବ । ସମାଜରେ ପ୍ରତିଷ୍ଠା ମିଳିବ।
ତୁଳା:ମନ ବଳ କମ ରହିବା ଯୋଗୁଁ କୌଣସି କାମ ସ୍ଥିର କରିବାରେ କଷ୍ଟ ହେବ। ଜରୁରୀ ଓ ନୂତନ କାମର ନିର୍ଣ୍ଣୟ ନିଅନ୍ତୁ ନାହିଁ । ଘରଲୋକଙ୍କ ସହିତ ପାଟିତୁଣ୍ଡ ହେବ । ନିଜ କଥା ଉପରେ ସଂଯତ ରଖନ୍ତୁ । କୌଣସି କାର୍ଯ୍ୟ ଲୁଚିଛପି କରନ୍ତୁ ନାହିଁ ।
ବିଛା:ଆଜି ଦିନଟି ଏକ ସ୍ମରଣୀୟ ଦିନ ଅଟେ । ଶାରୀରିକ ତଥା ମାନସିକ ଦୃଷ୍ଟିରୁ ଭଲ ରହିବ । ବହୁମୂଲ୍ୟ ସମୟ ନିଜ ପ୍ରିୟଜନଙ୍କ ପାଇଁ ଦେବେ । ଭଲପାଉଥିବା ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ । ସୁସମ୍ୱାଦ ପ୍ରାପ୍ତ ହେବେ । ଆନନ୍ଦଦାୟକ ଭ୍ରମଣରେ ଯାଇପାରନ୍ତି ।
ଧନୁ:ଆଜି ଏକ କଷ୍ଟଦାୟକ ଦିନ ହେବ । ଘରେ ପାଟିତୁଣ୍ଡରେ ବିବ୍ରତ ରହିବ । ନିଜେ ଠିକରେ କଥାବାର୍ତ୍ତା କରନ୍ତୁ । ରାଗରୁଷା ଠାରୁ ନିବୃତ ରୁହନ୍ତୁ । ସାବଧାନ ଆଜି ଦୁର୍ଘଟଣା ଘଟିପାରେ । ଶାରୀରିକ ସମସ୍ୟା ଦେଖାଦେବ ଓ ଖର୍ଚ୍ଚ ବଢିବ ।
ମକର: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆଜି ଆପଣ ନିଜର ଅନ୍ତରଙ୍ଗ ବନ୍ଧୁ ଏବଂ ସ୍ନେହୀ ବନ୍ଧୁବାନ୍ଧବଙ୍କ ସାକ୍ଷାତ ଲାଭ କରିପାରନ୍ତି । ବିବାହ ସୁତ୍ରରେ ଆବଦ୍ଧ ହୋଇ ସ୍ଥାୟୀ ଜୀବନ ଅତିବାହିତ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ ଅଟେ । କୌଣସି ବନ୍ଧୁଙ୍କଠାରୁ ଅପ୍ରତ୍ୟାଶିତ ଭାବେ ଉପହାର ପାଇପାରନ୍ତି । ଯାତ୍ରା ଯୋଗ ରହିଛି ।
କୁମ୍ଭ:ଆଜି ସୁଫଳଦାୟକ ଦିନ ଅଟେ । ଅତି ସୁବିଧାର ସହ ସମସ୍ତ କାମ ସାରିବେ, ଯାହା ପାଇଁ ଆପଣ ଖୁସି ରହିବେ। କାର୍ଯ୍ୟସ୍ଥଳରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନିଜ କାମରେ ତୃପ୍ତ କରିବେ । ଯାହା ପାଇଁ ଏହା ପଦୋନ୍ନତି କରାଇବାରେ ସହାୟକ ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଅର୍ଥ ଲାଭ ହୋଇପାରେ ।
ମୀନ: ପ୍ରବଳ ମାନସିକ ଚାପରେ ଭାରାକ୍ରାନ୍ତ ରହିବେ । ଶରୀରର ପୀଡା ଓ ହାଲିଆ ଦୁଃଖ ଦେବ । ଗୁରୁଜନଙ୍କ ସହ କାମ କରୁଥିବାବେଳେ ସତର୍କ ରୁହନ୍ତୁ । ପୁରାଦିନ ପିଲାଙ୍କ ଚିନ୍ତାରେ ରହିପାରନ୍ତି । ଜରୁରୀ କାମ ନକରିବା ଭଲ ଅଟେ । ବ୍ୟବସାୟୀମାନେ ଅସୁବିଧାର ସମ୍ମୁଖୀନ ହେବେ । ଦୁଃଶ୍ଚିନ୍ତା ଛାଡନ୍ତୁ ।