ମେଷ: ଆପଣ ନିଜର କ୍ରୋଧୀ ଓ ବିବାଦୀୟ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଯଦି ସକ୍ଷମ ହେବେ, ତାହାହେଲେ ଆଜିର ଦିନଟିକୁ ଖୁସିରେ କାଟିବା ଆପଣଙ୍କ ପକ୍ଷେ ସହଜ ସାଧ୍ୟ ହେବ । ନଚେତ୍ ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଆଜି ଆପଣ କୌଣସି ଆଲୋଚନା ଓ ତର୍କରେ ଭାଗ ନିଅନ୍ତୁ ନାହିଁ । ଆପଣଙ୍କର ଖର୍ଚ୍ଚର ସମୀକ୍ଷା କରନ୍ତୁ ଏବଂ ବାହ୍ୟ ଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଯେତେ ଦୂର ସମ୍ଭବ ଆଜିର ସ୍ଥିରକୃତ ଯାତ୍ରାକୁ କିଛିଦିନ ପାଇଁ ସ୍ଥଗିତ ରଖନ୍ତୁ । କାରଣ ଆଜି ଦିନଟିରେ ଯାତ୍ରା ଆପଣଙ୍କ ପକ୍ଷେ ଶୁଭଫଳ ପ୍ରଦାନ କରିବ ନାହିଁ।
ବୃଷ:ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ସଙ୍ଗେସଙ୍ଗେ ଦିନର ଶେଷ ଭାଗରେ ସେତେଟା ମିଳିବ ନାହିଁ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହେବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ରୂପ ଗ୍ରହଣ କରିପାରେ । ଯେଉଁ ଆଗ୍ରହ ନେଇ ଆପଣ ନିଜ ଉପରେ ନ୍ୟସ୍ତ ଥିବା କର୍ମକୁ ସାରିଥାନ୍ତେ, ସେଥିପାଇଁ ନିଜର ବ୍ୟଗ୍ରତା ପ୍ରକାଶ ନ କରିପାରନ୍ତି । ଏହାଦ୍ୱାରା ଆପଣ ହତୋତ୍ସାହିତ ହେବାସହ ଉତ୍କଣ୍ଠିତ ହେବେ । ଏପରି କୌଣସି ଘଟଣାରେ ଆପଣଙ୍କୁ ନିୟୋଜିତ କରନ୍ତୁନାହିଁ ଯେଉଁଥିରେ ଆପଣଙ୍କର ସମ୍ମାନରେ ଅର୍ଥ ଆସିବ ।
ମିଥୁନ: ଦିବସରେ ପ୍ରଥମାର୍ଦ୍ଧରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । କାରଣ ଆପଣ ଯୁଦ୍ଧାସକ୍ତ ବ୍ୟକ୍ତି ଅଟନ୍ତି । ଦିବସର ପ୍ରଥମରୁ ଏପରି ମନୋବୃତ୍ତି ଆପଣଙ୍କ ଆବେଗକୁ କମାଇ ଦେବ ଏବଂ ଉତ୍କଣ୍ଠାକୁ ଦୁର୍ବଳ କରିଦେବେ। ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ ନୁହେଁ କାରଣ ସେମାନେ ପଢାପଢିରେ ସଫଳତା ପାଇବେ ନାହିଁ । ଅପରାହ୍ନରେ କିଛି ପରିବର୍ତ୍ତନ ଘଟିପାରେ । ଆପଣ କିଛି ବନ୍ଧୁଙ୍କୁ ନିଜ ଗୃହକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିପାରନ୍ତି । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ । ଆଜିର ସନ୍ଧ୍ୟାକୁ ନିଜ ମନଭରି ଉପଭୋଗ କରିବା ପାଇଁ ଉତ୍ସୁକୁତା ପ୍ରଦର୍ଶନ କରିବେ, ଯାହାକି ଆପଣ ବହୁ ଦିନରୁ କରିପାରିନଥିଲେ।
କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିଯନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ । ଆପଣଙ୍କ ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ । ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଅପରାହ୍ନ ପରେ ଅଯଥା ଅବାନ୍ତର କଥା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ ।
ସିଂହ:ଦିବସର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ଯେପରି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ । ତୁଚ୍ଛକଥାକୁ ନେଇ ମୁଁହ ହୁଡାହୁଡି ହେବା ପରିବର୍ତ୍ତେ ନିଜର ସ୍ୱାସ୍ଥ୍ୟ ପ୍ରତି ୟତ୍ନନେବା ବାଞ୍ଛନୀୟ ଅଟେ । ଯଦି ଆପଣଙ୍କର ବାର୍ତ୍ତାଳପ ଯୁକ୍ତିସଙ୍ଗତ, ତଥାପି ଆପଣ ଶାନ୍ତ ରୁହନ୍ତୁ। ତାହାହେଲେ ଦିବସର ଶେଷାର୍ଦ୍ଧ ସୁଖ ଶାନ୍ତିରେ ଅତିବାହିତ କରିବେ । ନୂତନ ଚିନ୍ତାଧାରାରେ ଯୋଜନା କରି କାର୍ଯ୍ୟ ଆରମ୍ଭ କରିବେ ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା କଷ୍ଟସାଧ୍ୟ ହେବନାହିଁ। ନିଜର ପ୍ରିୟଜନଙ୍କ ସଙ୍ଗେସଙ୍ଗେ ବନ୍ଧୁତ୍ୱର ସମ୍ପର୍କ ନିବିଡ ହେବ ।
କନ୍ୟା: ଦିବସର ପ୍ରଥମାର୍ଦ୍ଧ ବୃତ୍ତିରେ, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ । ଆପଣ ନିଜର ବନ୍ଧୁବାନ୍ଧବଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ମାତ୍ର କୌଣସି ପ୍ରକାର ପ୍ରଭାବିତ ନ ହୋଇ କୂଟନୀତି ପ୍ରଯୋଗ କରି ସେମାନଙ୍କ ସହ କଥାବାର୍ତ୍ତା କରନ୍ତୁ । ଏପରି କରିବା ଦ୍ୱାରା ସେମାନଙ୍କ ସଙ୍ଗେସଙ୍ଗେ ଭୁଲ ବୁଝାମଣା ହେବନାହିଁ କି ଝଗଡା ମଧ୍ୟ ହେବନାହିଁ । ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସତର୍କତା ଅବଲମ୍ଵନ କରନ୍ତୁ ।