ମେଷ : ଆଜି ସାଙ୍ଗମାନଙ୍କ ସହିତ ବହୁତ ବ୍ୟସ୍ତ ରହିବେ । ସମ୍ପର୍କୀୟଙ୍କଠାରୁ ଉପହାର ପାଇପାରନ୍ତି । ସାଙ୍ଗମାନଙ୍କ ପାଇଁ ମଧ୍ୟ ଟଙ୍କା ଖର୍ଚ୍ଚ କରିବେ । ଭବିଷ୍ୟତରେ ନୂତନ ବନ୍ଧୁତା ମଧ୍ୟ ଲାଭ ଆଣିପାରେ । ପିଲାମାନେ ମଧ୍ୟ ଉପକୃତ ହେବେ । ବାହାରକୁ ଯିବାକୁ ଯୋଜନା କରିପାରନ୍ତି । ଚାକିରିଆ ବ୍ୟକ୍ତିମାନେ ମଧ୍ୟାହ୍ନ ପରେ ଲକ୍ଷ୍ୟ ପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସରକାରୀ କାର୍ଯ୍ୟରେ ସଫଳତା ପାଇବେ । ବ୍ୟବସାୟରେ ସହଭାଗୀତା କାର୍ଯ୍ୟରୁ ମଧ୍ୟ ଉପକୃତ ହୋଇପାରନ୍ତି । ବିଦ୍ୟାର୍ଥୀମାନଙ୍କ ପାଇଁ ସମୟ ଭଲ ଅଟେ ।
ବୃଷ : ଚାକିରିରେ ତୁମେ ପଦୋନ୍ନତିର ଖବର ପାଇବ । ଅଧିକାରୀଙ୍କ ସହଯୋଗ ପାଇବ । ତୁମ ସପକ୍ଷରେ ଆସୁଥିବା ସରକାରୀ ନିଷ୍ପତ୍ତି ଲାଭଦାୟକ ହେବ । ଘରୋଇ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ତୁମର ପ୍ରିୟ ବ୍ୟକ୍ତିଙ୍କ ସମର୍ଥନ ପାଇ ଖୁସି ହେବ । ନୂତନ କାର୍ଯ୍ୟର ସଂଗଠନକୁ ହାତକୁ ନେବ । ଅସମାପ୍ତ କାର୍ଯ୍ୟ ସମାପ୍ତ ହୋଇପାରେ । ବୈବାହିକ ଜୀବନରେ ମଧୁରତା ରହିବ । ସ୍ବାସ୍ଥ୍ୟ ଭଲ ରହିବ । ତୁମେ ଧନ ଏବଂ ସମ୍ମାନ ପାଇବ । ବ୍ୟବସାୟୀମାନେ ବକେୟା ଫେରସ୍ତ ପାଇଁ ଏହା ଏକ ଅନୁକୂଳ ଦିନ ।
ମିଥୁନ : ଆଜିର ଦିନଟି ତୁମର ଏତେ ଭଲରେ କଟିବ ନାହିଁ। ସମସ୍ତ କ୍ଷେତ୍ରରେ ବାଧା ପ୍ରତିବନ୍ଧକର ସାମ୍ନା କରିବ । ଏହା ସ୍ବାସ୍ଥ୍ୟ, ସମ୍ପଦ କିମ୍ବା ପରିବାର ବର୍ଗଙ୍କ ପାଇଁ ହୋଇପାରେ। ତେଣୁ ଚେଷ୍ଟା କରି ଏପରି କିଛି କରନ୍ତୁ ଯଦ୍ବାରା କିଛି ଆନନ୍ଦ ଓ ଶାନ୍ତି ମିଳିବ। କାର୍ଯ୍ୟସ୍ଥଳରେ ମଧ୍ୟ ଚିଡିଚିଡା ସ୍ବଭାବ ରହିବ । କାରଣ ସହକର୍ମୀମାନେ ସାହଯ୍ୟ କରିବେ ନାହିଁ। ଏପରିକି ତୁମ ସାଙ୍ଗ ତଥା ଉଚ୍ଚ କର୍ତ୍ତୃପକ୍ଷମାନେ ତୁମ ଉପରେ ଗାଳିବର୍ଷଣ କରିପାରନ୍ତି। ତେଣୁ ସେମାନଙ୍କ ସହିତ କଥାବାର୍ତ୍ତା ନକରିବା ହିଁ ଭଲ। ତୁମର ପିଲାମାନେ ମଧ୍ୟ ବିଶେଷ ଦୃଷ୍ଟି ଆକର୍ଷଣ କରିବେ। ଆଜି କରିଥିବା କାର୍ଯ୍ୟରୁ ସୁଫଳ ପାଇବ ନହିଁ।
କର୍କଟ : ତୁମ ଉପରେ ନକାରତ୍ମକତା ଛାଇ ରହିବ । ଆଜି ଦିନସାରା ଶାରୀରିକ ଏବଂ ମାନସିକ ଅସୁସ୍ଥତା ଦେଖାଯିବ । ଏହା ତୁମ ମନକୁ କାର୍ଯ୍ୟରେ ଲଗାଇବ ନାହିଁ । ନକାରତ୍ମକତାଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଉଛି । ଆଜି ବି ତୁମକୁ କ୍ରୋଧ ଉପରେ ସଂଯମତା ରଖିବାକୁ ପଡିବ । ଖର୍ଚ୍ଚ ଅଧିକ ହେବ । ସାବଧାନ ରୁହନ୍ତୁ ଯେ ପରିବାର ସଦସ୍ୟଙ୍କ ସହିତ ଯେପରି କୌଣସି ବିବାଦ ନହେଉ । ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସରକାରୀ ବିରୋଧୀ ପ୍ରବୃତ୍ତିରୁ ଦୂରେଇ ରହିବା ଲାଭଦାୟକ ହେବ ।
ସିଂହ : ସିଂହ ରାଶି ମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ। ଦିନର ଦ୍ବିତିୟାର୍ଦ୍ଧରେ କିଛି ଲଢେଇ କରି ପାରନ୍ତି। ପତ୍ନିଙ୍କ ଦେହ ଭଲ ରହିବ ନାହିଁ। ତୁମର ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ ଏବଂ ମନମାଳିନ୍ୟ ହୋଇ ପାରେ। ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୂରେଇ ରୁହନ୍ତୁ। ଆଜି ବିଭିନ୍ନ ଧରଣର ଲୋକଙ୍କ ସହମିଶିବେ, ଏହାର ସୁଯୋଗ ଉଠାଇ ଆନନ୍ଦ ହୁଅନ୍ତୁ।
କନ୍ୟା : ଆଜି ଦିନଟି ଭଲରେ କଟିବ। ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ। ଆଜି ସ୍ବାସ୍ଥ୍ୟ ଭଲ ରହିବ। ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଆଜିର ଦିନରେ ଅନେକ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟାଳୟରେ ମଧ୍ୟ, ସାଥୀମାନେ ତୁମକୁ ସାହାଯ୍ୟ କରିବେ ଏବଂ ତୁମ କାମ ଶେଷ କରିବାରେ ସାହାଯ୍ୟ କରିବେ ।