ଓଡିଶା

odisha

ETV Bharat / bharat

ପିଲାଙ୍କୁ କେବେ ମିଳିବ ଟିକା ? ପୁନାୱାଲା ଦେଲେ ବଡ ବୟାନ - ପୁନାୱାଲାଟ

ହାମାରୀର ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଏନେଇ ବଡ ବୟାନ ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଦାର ପୁନାୱାଲା । ଅଧିକ ପଢନ୍ତୁ...

ପିଲାଙ୍କୁ କେବେ ମିଳିବ ଟିକା ? ପୁନାୱାଲା ଦେଲେ ବଡ ବୟାନ
ପିଲାଙ୍କୁ କେବେ ମିଳିବ ଟିକା ? ପୁନାୱାଲା ଦେଲେ ବଡ ବୟାନ

By

Published : Aug 6, 2021, 10:16 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଖୁବଶୀଘ୍ର ଦେଶରେ ଶିଶୁଙ୍କ ପାଇଁ ଟୀକାକରଣ ଆରମ୍ଭ ହେବାର ଆଶା କରାଯାଉଛି । ମହାମାରୀର ତୃତୀୟ ଲହରୀ ଆଶଙ୍କା ମଧ୍ୟରେ ଏନେଇ ବଡ ବୟାନ ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଅଦାର ପୁନାୱାଲା ।

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଶୁକ୍ରବାର କହିଛନ୍ତି, ଭାରତରେ ତାଙ୍କ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଅନ୍ୟ ଏକ COVID ଟିକା କୋଭାଭ୍ୟାକ୍ସ ଅକ୍ଟୋବରରେ ବୟସ୍କମାନଙ୍କ ପାଇଁ ଏବଂ 2022ସୁଦ୍ଧା ପିଲାମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା ରହିଛି । ସେରମ ଇନଷ୍ଟିଚ୍ୟୁଟକୁ ସହାୟତା ପ୍ରଦାନ କରିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଚାହିଦା ପୂରଣ ପାଇଁ କମ୍ପାନୀ କୋଭିସିଲ୍ଡର ଉତ୍ପାଦନ ବୃଦ୍ଧି କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ।

ପୁନାୱାଲା ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସଂସଦରେ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଅଧଘଣ୍ଟାଏ ବୈଠକ ହୋଇଛି । ଏହି ବୈଠକ ପରେ ପୁନାୱାଲା କହିଛନ୍ତି ଯେ ସରକାର ଆମ ସହ ସହଯୋଗ କରୁଛନ୍ତି ଏବଂ ଆମେ କୌଣସି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉନାହୁଁ। ସମସ୍ତ ସହଯୋଗ ଏବଂ ସମର୍ଥନ ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଉଛୁ।

ପିଲାମାନଙ୍କୁ ଟିକାକରଣ ବିଷୟରେ ପୁନାୱାଲା କହିଛନ୍ତି, ପିଲାମାନଙ୍କ ପାଇଁ କୋଭୋଭାକ୍ସ ଆସନ୍ତା ବର୍ଷ ଉପଲବ୍ଧ ହେବ । ସମ୍ଭବତଃ ଜାନୁଆରୀ କିମ୍ବା ଫେବୃଆରୀ ସୁଦ୍ଧା ଏହା ଆସିବ ।

ABOUT THE AUTHOR

...view details