ଓଡିଶା

odisha

ETV Bharat / bharat

Honney Trapped: ହନିଟ୍ରାପରେ ବାୟୁସେନା ଅଧିକାରୀ, ଗିରଫ କଲା ଦିଲ୍ଲୀ ପୋଲିସ - ବିଦେଶକୁ ପ୍ରତିରକ୍ଷା ବିଭାର ତଥ୍ୟ ଦେଉଥିଲେ ବାୟୁସେନା ଅଧିକାରୀ

ମହିଳାଙ୍କ ମୟାଜାଲରେ ଫଶି ବିଦେଶକୁ ପ୍ରତିରକ୍ଷା ବିଭାଗ ସହିତ ଜଡିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିଲେ ବାୟୁସେନା ଅଧିକାରୀ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାୟୁସେନା ଅଧିକାରୀଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ଗିରଫ କରିଛି । ଅଧିକ ପଢନ୍ତୁ

ହନିଟ୍ରାପର ଶିକାର ହୋଇ ତଥ୍ୟ ଦେଉଥିଲେ ବାୟୁସେନା ଅଧିକାରୀ, ଗିରଫ କଲା କ୍ରାଇମବ୍ରାଞ୍ଚ
ହନିଟ୍ରାପର ଶିକାର ହୋଇ ତଥ୍ୟ ଦେଉଥିଲେ ବାୟୁସେନା ଅଧିକାରୀ, ଗିରଫ କଲା କ୍ରାଇମବ୍ରାଞ୍ଚ

By

Published : May 12, 2022, 1:10 PM IST

ନୂଆଦିଲ୍ଲୀ:ହନିଟ୍ରାପରେ ଫସିଲେ ଭାରତୀୟ ଯବାନ । ମହିଳାଙ୍କ ମାୟାଜାଲରେ ଫଶି ବିଦେଶକୁ ପ୍ରତିରକ୍ଷା ପ୍ରତିଷ୍ଠାନ ଗୁଡିକ(Defence Installations) ଜଡିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଉଥିଲେ ବାୟୁସେନା ଅଧିକାରୀ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାୟୁସେନା ଅଧିକାରୀ ଜଣଙ୍କୁ ଦିଲ୍ଲୀ କ୍ରାଇମବ୍ରାଞ୍ଜ ଗିରଫ କରିଛି । ଗିରଫ ଯବାନ ହେଉଛନ୍ତି ଦେବେନ୍ଦ୍ର ଶର୍ମା ।

ଯବାନ ଜଣଙ୍କ ଜଣେ ମହିଳାଙ୍କ ସହ କଥା ହୋଇ ପ୍ରତିରକ୍ଷା ବିଭାଗର ସମ୍ବେଦନଶୀଳ ସୂଚନା ଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଗିରଫ ଯବାନଙ୍କ ଘର କାନପୁରରେ, ସେ ଦିଲ୍ଲୀର ସୁବୋରୋଟୋ ପାର୍କରେ ବାୟୁସେନା ରେକର୍ଡ କାର୍ଯ୍ୟାଳୟରେ ଜିଡି ଭାବରେ କାର୍ଯ୍ୟ କରୁଥିଲେ । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ମେ' ୬ ତାରିଖରେ ପୋଲିସ୍‌ ଅଭିଯୁକ୍ତ ଦେବେନ୍ଦ୍ର ଶର୍ମାଙ୍କୁ ଗୁଇନ୍ଦା ଏଜେନ୍ସିର ଇନ୍‌ପୁଟ୍‌କୁ ଆଧାର କରି ଦିଲ୍ଲୀ ପୋଲିସ ଅଫିସିଆଲ ସିକ୍ରେଟ ଆକ୍ଟ(OSA)ରେ ଗିରଫ କରିଥିଲା । ତେବେ ଏହି ଘଟଣାରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ହାତଥିବା ପୋଲିସ ସନ୍ଦେହ କରିଛି ।

ତେବେ ଗିରଫ ହେବାପରେ ପ୍ରତିରକ୍ଷା ବିଭାଗର କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇ ଏହା ବଦଳରେ ଟଙ୍କା ମଧ୍ୟ ପାଉଥିଲା ଅଭିଯୁକ୍ତ । ଅଭିଯୁକ୍ତଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ମଧ୍ୟ ପୋଲିସ ସନ୍ଧେହ କରୁଛି । ଏହି ଘଟଣାରେ ଯବାନଙ୍କ ସହ ଯୋଗାଯୋଗ କରୁଥିବା ମହିଳାଙ୍କୁ ଟ୍ରାକ କରିବା ଆରମ୍ଭ କରିଛି ପୋଲିସ । ଯେଉଁ ନମ୍ୱରରୁ ମହିଳା ଦେବେନ୍ଦ୍ରଙ୍କ ସହ କଥା ହେଉଥିଲେ ତାହା ଭାରତୀୟ ସର୍ଭିସ୍‌ ପ୍ରୋଭାଇଡ଼ରଙ୍କ ନମ୍ୱର ହୋଇଥିବା ଜଣାପଡିଛି ।

ABOUT THE AUTHOR

...view details