ଓଡିଶା

odisha

MHA Advisory: ହନୁମାନ ଜୟନ୍ତୀ ପାଇଁ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଡଭାଇଜରୀ

By

Published : Apr 5, 2023, 4:22 PM IST

ଗତ ରାମ ନବମୀ ଅବସରରେ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଗୁଜରାଟରେ ବ୍ୟାପକ ହିଂସା ବ୍ୟାପୀ ଥିଲା । ଏଥିରେ ଅନେକ ଧନସମ୍ପତି ନଷ୍ଟ ହୋଇଛି । ପର୍ବପର୍ବାଣୀ ପାଳନ ବେଳେ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ସମସ୍ତ ରାଜ୍ୟ ସରକାର ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ହନୁମାନ ଜୟନ୍ତୀ ପାଇଁ ସମସ୍ତ ରାଜ୍ୟ ସୁରକ୍ଷା ସୁନିଶ୍ଚିତ କରନ୍ତୁ । ପର୍ବପର୍ବାଣୀ ବେଳେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ । ଆଇନ ଶୃଙ୍ଖଳା ସହ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ । ଏଥିରେ କୌଣସି ଅବହେଳା ଗ୍ରହଣୀୟ ନୁହେଁ । ସମ୍ଭାବ୍ୟ ହିଂସାକୁ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଉ । ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଆଡଭାଇଜରୀ ଜାରି କରି ଏଭଳି କଡା ନିର୍ଦ୍ଦେଶନାମା ଦେଇଛି ।

ଏହାବି ପଢନ୍ତୁ- ଚେନ୍ନାଇରେ ବଡ଼ ଧରଣର ଅଘଟଣ, ମନ୍ଦିର ପୋଖରୀରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଗତ ରାମ ନବମୀ ଅବସରରେ ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଗୁଜରାଟରେ ବ୍ୟାପକ ହିଂସା ବ୍ୟାପିଥିଲା । ଏଥିରେ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଛି । ପର୍ବପର୍ବାଣୀ ପାଳନ ବେଳେ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଯାହା ଗ୍ରହଣୀୟ ନୁହେଁ । ସମସ୍ତ ରାଜ୍ୟ ସରକାର ଆଇନ ଶୃଙ୍ଖଳାକୁ ସୁନିଶ୍ଚିତ କରନ୍ତୁ ।

ହନୁମାନ ଜୟନ୍ତୀ ଦୁଇ ଦିନ ପୂର୍ବରୁ ଆକ୍ସନ ମୋଡକୁ ଆସିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ଆହୁରି କହିଛି ହନୁମାନ ଜୟନ୍ତ୍ରୀ ଓ ପରବର୍ତ୍ତୀ ଶୋଭାଯାତ୍ରାକୁ ନେଇ ରାଜ୍ୟ ସରକାର ସୁରକ୍ଷା ସଦୃଢ କରିବା ଦରକାର । ଯଦି କୌଣସି ଆଶଙ୍କା ସୃଷ୍ଟି ହେଉଛି ଆଗୁଆ ପଦକ୍ଷେପ ନିଆଯାଉ । ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବାକୁ ଯୋଜନା କରୁଥିବା ତତ୍ତ୍ବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପର୍ବପର୍ବାଣୀ ବିଭିନ୍ନ ଧାର୍ମିକ ଶୋଭାଯାତ୍ରା ବେଳେ ସୁରକ୍ଷାରେ କୌଣସି ତୃଟି ଗ୍ରହଣୀୟ ହେବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

ଏହାବି ପଢନ୍ତୁ- ମୋଦିଙ୍କ ଗସ୍ତ ପୂର୍ବରୁ ତେଲେଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ ଅଟକ

ସୂଚନାଯୋଗ୍ୟଯେ ଗତ ରାମ ନବମୀ ଅବସରରେ ଆୟୋଜିତ ହୋଇଥିବା ଶୋଭାଯାତ୍ରା ବେଳେ ବ୍ୟାପକ ହିଂସା ହୋଇଥିଲା । ବିଶେଷ କରି ପଶ୍ଚିମବଙ୍ଗ, ବିହାର, ମହାରାଷ୍ଟ୍ର ଓ ଗୁଜରାଟରେ ହିଂସାକାଣ୍ଡ ଘଟିଥିଲା । ମହାରାଷ୍ଟ୍ର ଗୁଜରାଟରେ ତୁରନ୍ତ ସ୍ଥିତି ନିୟନ୍ତ୍ରଣ ଆସିଥିବା ବେଳେ ପଶ୍ଚିମବଙ୍ଗ ଓ ବିହାରରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଯାହାକୁ ନେଇ ବିହାରର ନାଳନ୍ଦାରେ ଇଣ୍ଚରନେଟ ସେବାକୁ ବନ୍ଦ କରାଯାଇଥିଲା । ଏହାସହ ବିହାର ପୋଲିସ ଶରିଫ ଓ ନାଳନ୍ଦାରେ କର୍ଫ୍ୟୁ ଲଗାଇଥିଲା । ଏହାସହ ପଶ୍ଚିମବଙ୍ଗରେ ବି ହିଂସାକୁ ନେଇ ବିଜେପି ଓ ଟିଏମସି ମୁହାଁମୁହିଁ ହୋଇଥିଲେ । ଘଟଣା ସ୍ଥଳରେ ଏବେ ସ୍ଥାନୀୟ ପୋଲିସ ସହ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷାବଳ ମୁତୟନ ଅଛନ୍ତି ।

ABOUT THE AUTHOR

...view details