ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ପରେଡରେ ହିଂସା ପରେ ଆକ୍ସନ ମୋଡରେ କେନ୍ଦ୍ର ଗୃହମନ୍ତ୍ରଣାଳୟ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମୁତୟନ ହେବେ 1500 CRPF ଯବାନ । ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।
ଆକ୍ସନ ମୋଡରେ ଗୃହମନ୍ତ୍ରଣାଳୟ, ଦିଲ୍ଲୀରେ ମୁତୟନ ହେବେ 1500 CRPF ଯବାନ - ଗୃହମନ୍ତ୍ରଣାଳୟ
ଚାଷୀଙ୍କ ଟ୍ରାକ୍ଟର ପରେଡରେ ହିଂସା ପରେ ଆକ୍ସନ ମୋଡରେ କେନ୍ଦ୍ର ଗୃହମନ୍ତ୍ରଣାଳୟ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମୁତୟନ ହେବେ 1500 CRPF ଯବାନ । ଅଧିକ ପଢନ୍ତୁ...
ଆକ୍ସନ ମୋଡରେ ଗୃହମନ୍ତ୍ରଣାଳୟ, ଦିଲ୍ଲୀରେ ମୁତୟନ ହେବେ 1500 CRPF ଯବାନ
ଚାଷୀଙ୍କ ହିଂସା ପ୍ରଦର୍ଶନ ଥମିବାକୁ ନା ନେଉନାହିଁ । ଧିରେ ଧିରେ ତୀବ୍ରତର ହେବାକୁ ଲାଗିଛି ଏହି ଆନ୍ଦୋଳନ । ଦିଲ୍ଲୀରେ ଟ୍ରାକ୍ଟର ନେଇ ଅରାଜକତା ସୃଷ୍ଟି ଜାରି ରଖିଛନ୍ତି ପ୍ରଦର୍ଶନକାରୀ । ପୀରଗଢି ଛକରେ ଆନ୍ଦୋଳକାରୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀର ପଞ୍ଜାବବାଗ ଅଭିମୁଖେ ଯାଇଛନ୍ତି ।
ସେପଟେ ITO ଓ ନାଙ୍ଗଲୋଇର ଅନେକ ସ୍ଥାନରେ ପୋଲିସ ଉପରକୁ ପଥର ମାଡ କରିବା ସହ ବ୍ୟାରିକେଡ ଭଙ୍ଗିଛନ୍ତି ପ୍ରଦର୍ଶନକାରୀ । ହିଂସା ପ୍ରଦର୍ଶନ ଯୋଗୁଁ ଅଶାନ୍ତ ହୋଇ ପଡିଛି ଦିଲ୍ଲୀର ମାହୋଲ ।