ଓଡିଶା

odisha

ETV Bharat / bharat

ହିଜବ ଉଲ ମୁଜାହିଦ୍ଦିନ ଓ LeTର ୧୦ ସଦସ୍ୟ ଆତଙ୍କବାଦୀ ଘୋଷିତ - ହିଜବ ଉଲ ମୁଜାହିଦ୍ଦିନ

ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବା ଓ ହିଜବ ଉଲ୍-ମୁଜାହିଦ୍ଦିନର ୧୦ ଜଣ ସଦସ୍ୟ ଆତଙ୍କବାଦୀ ଘୋଷିତ । ଅଧିକ ପଢନ୍ତୁ

ହିଜବ ଉଲ ମୁଜାହିଦ୍ଦିନ ଓ Letର ୧୦ ସଦସ୍ୟ ଆତଙ୍କବାଦୀ ଘୋଷିତ
ହିଜବ ଉଲ ମୁଜାହିଦ୍ଦିନ ଓ Letର ୧୦ ସଦସ୍ୟ ଆତଙ୍କବାଦୀ ଘୋଷିତ

By

Published : Oct 5, 2022, 10:58 AM IST

ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବା ଓ ହିଜବ ଉଲ୍-ମୁଜାହିଦ୍ଦିନର ୧୦ ଜଣ ସଦସ୍ୟକୁ ଆତଙ୍କବାଦୀ ଘୋଷଣା କରିଛନ୍ତି ଭାରତ ସରକାର । ବେଆଇନ କାର୍ଯ୍ୟକଳାପ(ନିବାରଣ) ଆକ୍ଟ(UAPA) ଅନୁସାରେ ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୧୦ ଜଣ ବ୍ୟକ୍ତିଙ୍କୁ ଆତଙ୍କୀ ଭାବେ ଘୋଷିତ କରିଛନ୍ତି । ଏହି ଆତଙ୍କୀମାନେ ହେଲେ ପାକିସ୍ତାନୀ ନାଗରିକ ହବିବୁଲ୍ଲା ମଲିକ ଓରଫ ସାଜିଦ ଦତ୍ତ, ଜମ୍ମୁ-କାଶ୍ମୀର ବାରମୁଲ୍ଲାର ବସିଦ୍ ଅହମ୍ମଦ ରେଶି, ସୋପୋରର ଇମତିୟାଜ ଅହମ୍ମଦ କାନ୍ଦୁ(Imtiyaz Ahmad Kandoo) ଓରଫ ସାଜଦ୍, ପୁଞ୍ଚ ନିବାସୀ ଜାଫର ଇକବାଲ ଓରଫ୍ ସଲିମ, ପୁଲୱାମା ଶେଖ୍ ଜମୀଲ ଉର୍ ରେହମାନ ଅଟନ୍ତି । ତେବେ ଏହି ଆତଙ୍କୀମାନେ ଏବେ ପାକିସ୍ତାନରେ ଅବସ୍ଥାପିତ ଅଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ, ଶ୍ରୀନଗର ଅଞ୍ଚଳର ବିଲାଲ ଅହମ୍ମଦ ବେଗ୍ ଓରଫ ବାବର, ପୁଞ୍ଚର ରାଫିକ ନାଇ, ଦୋବାର ଇରସାଦ ଅହମ୍ମଦ, କୁପୱାରାର ବାସିର ଅହମ୍ମଦ ଓରଫ ଇମତିୟାଜ ଏବଂ ବାରମୁଲ୍ଲା ନିବାସୀ ସୌକତ ଅହମ୍ମଦ ଓରଫ ସୌକତ ମୋଚି ନାମ ରହିଛି । ଭାରତରେ ଆତଙ୍କୀ କାର୍ଯ୍ୟକଳାପ ବିସ୍ତାରରେ ଏମାନଙ୍କର ସମ୍ପୃକ୍ତି ଥିବା ଅଭିଯୋଗରେ ୧୦ ଜଣଙ୍କୁ ଆତଙ୍କବାଦୀ ଘୋଷଣା କରାଯାଇଛି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି ।

ଏହାମଧ୍ୟ ପଢନ୍ତୁ:Shopian Encounter: 12 ଘଣ୍ଟା ମଧ୍ୟରେ କାଶ୍ମୀରରେ ପୁଣି ଏନକାଉଣ୍ଟର, 4 ଆତଙ୍କୀ ସଫା

ବିଜ୍ଞପ୍ତିରେ କୁହାଯାଇଛି, ପୁଞ୍ଚରେ ସୁରକ୍ଷାକର୍ମୀଙ୍କୁ ଉପରେ ଆକ୍ରମଣ ଘଟଣାରେ ହବିବୁଲ୍ଲା ମଲିକ ମାଷ୍ଟରମାଇଣ୍ଡ ଥିଲା । ଏହାସହିତ ଜମ୍ମୁ-କାଶ୍ମୀର ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ ଅନୁପ୍ରବେଶରେ ମଧ୍ୟ ତା'ର ସମ୍ପୃକ୍ତି ରହିଛି । ହବିବୁଲ୍ଲା କାଶ୍ମୀର ଘାଟିରେ ଆତଙ୍କବାଦୀ ନେଟୱାର୍କ ବିସ୍ତାର କରିବା ସହ ଏକାଧିକ ଆକ୍ରମଣ ଘଟାଇଛି । ସେହିପରି ବସିଦ୍ ଅହମ୍ମଦ ହିଜବ ଉଲ୍-ମୁଜାହିଦ୍ଦିନର ସଦସ୍ୟ ହୋଇଥିବା ବେଳେ ଜମ୍ମୁ-କାଶ୍ମୀରରେ ଟାର୍ଗେଟ କିଲିଂରେ ଜଡିତ ରହିଛି । ଇମତିୟାଜ ଅହମ୍ମଦ କାନ୍ଦୁ(Imtiyaz Ahmad Kandoo) ମଧ୍ୟ ହିଜବୁଲ ମୁଜାହିଦ୍ଦିନର ସଦସ୍ୟ ହୋଇଥିବା ବେଳେ ଆତଙ୍କୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ପାଣ୍ଠି ଯୋଗାଣ କାର୍ଯ୍ୟରେ ସମ୍ପୃକ୍ତ ରହିଛି । ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏକାଧିକ ଆକ୍ରମଣରେ ମଧ୍ୟ ତା'ର ହାତ ଅଛି । ଏହାବ୍ୟତୀତ ସେ ଯୁବକମାନଙ୍କୁ ପ୍ରବର୍ତ୍ତାଇ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ କରୁଥିବାର ମଧ୍ୟ ଅଭିଯୋଗ ରହିଛି ।

ABOUT THE AUTHOR

...view details