ନୂଆଦିଲ୍ଲୀ: ସଂସଦ ପରିସରରେ ଗୃହମନ୍ତ୍ରୀ ଅମିତ ଶାହ( Home Minister Amit Shah ) କଂଗ୍ରେସ ଦଳର ଧୂମ ଧୂଲେଇ କରିଛନ୍ତି । ଶାହ କହିଛନ୍ତି ଆଜିର ଭାରତ 1962 ଭଳି ଭାରତ ନୁହେଁ । 1962 ରେ ଚୀନ ଆମର ହଜାର ହଜାର ହେକ୍ଟର ଜମି କବଜା କରିନେଲା । ସେତେବେଳେ କଂଗ୍ରେସ ସରକାର ପାଟି ଚୁପ କରିବସିଥିଲା । ଗଲୱାନ ଭ୍ୟାଲିରେ ଯେତେବେଳେ ଭାରତୀୟ ବୀର ଯବାନ ମାତୃଭୂମିର ସୁରକ୍ଷା ପାଇଁ ଲଢେଇ କରୁଥିଲେ, ସେତେବେଳେ ଚୀନ ଅଧିକାରୀଙ୍କୁ କିଏ ରାତ୍ରୀ ଭୋଜନରେ ଆପ୍ୟାୟିତ କରୁଥିଲା?
ଏହାବି ପଢନ୍ତୁ- Defence Minister Statement: ସୀମା ସୁରକ୍ଷା ପାଇଁ ସେନା ସକ୍ଷମ: ପ୍ରତିରକ୍ଷା ମନ୍ତ୍ରୀ
ଗତ 9 ତାରିଖରେ ଭାରତ-ଚୀନ ସୀମା ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଘଟିଛି ଦୁଇ ଦେଶ ସେନା ମଧ୍ୟରେ ସଂଘର୍ଷ (clash in LAC)। ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋରଦାର ହୋଇଛି ସଂସଦର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ଏହା ଉପରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ମନୀଷ ତିୱାରୀ ନୋଟିସ ଦେଇଥିଲେ । ଅନ୍ୟ ବିରୋଧୀ ଦଳ ଗୁଡିକ ମଧ୍ୟ ଏହା ସଂଘର୍ଷକୁ ନେଇ ସଂସଦରେ ଆଲୋଚନା ପାଇଁ ଦାବି କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ପୁରା ଘଟଣାକୁ ନେଇ ବିବୃତ୍ତି ମଧ୍ୟ ଦେଇ ସାରିଛନ୍ତି । ହେଲେ ଏହା ପୂର୍ବରୁ ଆଜି ସଂସଦ ବାହାରେ କଂଗ୍ରେସ ପାର୍ଟିକୁ ଆକ୍ରମଣ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ଶାହଙ୍କ ଅଭିଯୋଗ
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଆଜି କଂଗ୍ରେସ ସାଂସଦ ମାନେ ପ୍ରଶ୍ନକାଳ ଚଳାଇବାକୁ ଦେଲେ ନାହିଁ । କଂଗ୍ରେସର ଏହି ଅଶୋଭନୀୟ ବ୍ୟବହାରକୁ ନିନ୍ଦା କରୁଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଭାରତ-ଚୀନ ସଂଘର୍ଷ ସମ୍ପର୍କରେ ବିବୃତି ରଖିବେ । ଏହାସତ୍ବେ କଂଗ୍ରେସ ସାଂସଦ ପ୍ରଶ୍ନକାଳରେ ବିଶୃଙ୍ଖଳା କରିବା ନିନ୍ଦନୀୟ । ଶାହା କହିଛନ୍ତି ଅରୁଣାଚଳ ପ୍ରଦେଶ ତୱାଙ୍ଗ ସେକ୍ଟରରେ ଭାରତୀୟ ଯବାନ ଅଦମ୍ୟ ବୀରତ୍ବ ପ୍ରଦର୍ଶନ କରି ଚୀନର ଷଡଯନ୍ତ୍ରକୁ ବିଫଳ କରିଛନ୍ତି । ସେନାର ଏହି ସୌର୍ଯ୍ୟକୁ ନେଇ ଦେଶବାସୀ ଗର୍ବିତ । ଚୀନ ଯବାନଙ୍କୁ ଭାରତୀୟ ଯବାନ ଯେଉଁଭଳି ଭାବେ କଡା ଜବାବ ଦେଇଛନ୍ତି ତାହାକୁ ମୁଁ ଭୁରି ଭୁରି ପ୍ରଂଶସା କରୁଛି ବୋଲି କହିଛନ୍ତି ଶାହ ।
ସରକାରଙ୍କ ଜବାବ ସତ୍ବେ କଂଗ୍ରେସର କାହିଁକି ହଙ୍ଗାମା?
ଗୃହମନ୍ତ୍ରୀ ଶାହ କହିଛନ୍ତି ତୱାଙ୍ଗରେ ଘଟିଥିବା ଘଟଣାକୁ ନେଇ ସରକାର ସଂସଦରେ ଜବାବ ରଖିବା ପାଇଁ ଘୋଷଣା କରିବା ସତ୍ବେ କଂଗ୍ରେସ ସାଂସଦ ମାନେ ସଂସଦରେ ହୋ ହାଲ୍ଲା କରିବା କେତେ ଦୂର ଠିକ ବୋଲି ଶାହ କହିଛନ୍ତି । ଶାହ କହିଛନ୍ତି ସଂସଦରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ନେଇ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲି । ହେଲେ ଯେତେବେଳେ ପ୍ରଶ୍ନକାଳର ପ୍ରଶ୍ନ ସଂଖ୍ୟା 5 ଦେଖିଲି, ବୁଝିଗଲି କାହିଁକି କଂଗ୍ରେସ ସଦସ୍ୟ ହଙ୍ଗାମା କରି ପ୍ରଶ୍ନକାଳ ବନ୍ଦ କଲେ । କାରଣ ପ୍ରଶ୍ନ ତାଲିକାରେ ପ୍ରଶ୍ନ ସଂଖ୍ୟା 5 ରେ ରାଜୀବ ଗାନ୍ଧୀ ଫାଉଣ୍ଡେସନର FCR ବାତିଲ ସମ୍ପର୍କିତ ପ୍ରଶ୍ନ ଥିଲା । ଯାହାକୁ କଂଗ୍ରେସ ସାଂସଦ ମଧ୍ୟ ପଚାରିଥିଲେ । ଉତ୍ତର ମଧ୍ୟ ପ୍ରସ୍ତୁତ ଥିଲା । ଉତ୍ତର ଥିଲା ବର୍ଷ 2005-06 ଓ 2006- 07 ଆର୍ଥିକ ବର୍ଷରେ କଂଗ୍ରେସକୁ ଚୀନ ଦୂତାବାସ ପକ୍ଷରୁ 1 କୋଟି 35 ଲକ୍ଷ ଟଙ୍କା ଦାନ ଆକାରରେ ମିଳିଥିଲା ।