ଡେରାଡୁନ: ଓସ୍କାର 2022ର ବିଜେତା ଘୋଷିତ ହୋଇଛନ୍ତି । କିନ୍ତୁ ଏଥର ଅଭିନେତା ୱିଲ ସ୍ମିଥଙ୍କ କାରଣରୁ ଓସ୍କାର ଆଓ୍ବାର୍ଡ ଅଧିକ ଚର୍ଚ୍ଚାରେ ରହିଥିବା ପରି ମନେହେଉଛି । ହଲିଉଡ ଅଭିନେତା ୱିଲ ସ୍ମିଥ ତାଙ୍କ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ପ୍ରଶଂସକମାନେ କେବଳ ହଲିଉଡରେ ନୁହଁନ୍ତି ବରଂ ସମଗ୍ର ବିଶ୍ୱରେ ଏବଂ ମଧ୍ୟ ଭାରତରେ ମଧ୍ୟ ଅଛନ୍ତି । ୱିଲ୍ ସ୍ମିଥ୍ ନିଜେ ବାରମ୍ବାର ଭାରତ ପରିଭ୍ରମଣରେ ଆସିବା ସହ ଭାରତୀୟ ସଂସ୍କୃତି ଓ ସଭ୍ୟତାକୁ ଖୁବ ପସନ୍ଦ ମଧ୍ୟ କରନ୍ତି । କେବଳ ଏତିକି ନୁହେଁ ସେ ଉତ୍ତରାଖଣ୍ଡର ହରିଦ୍ୱାରରେ ଜଣେ ଶ୍ରଦ୍ଧାଳୁ ଭାବେ ଶିଷ୍ୟତ୍ବ ମଧ୍ୟ ଗ୍ରହଣ କରିଥିଲେ ।
ତେବେ ବର୍ତ୍ତମାନ ସ୍ମିଥଙ୍କର ଏପରି ବ୍ୟବହାର ସାରା ବିଶ୍ବରେ ଚର୍ଚ୍ଚାରେ ରହିଥିବା ବେଳେ ସେ ଭାରତରେ ନିଜ ଆଧ୍ୟାତ୍ମିକ ଗୁରୁ ଭାବେ ଗ୍ରହଣ କରିଥିବା ବିଶିଷ୍ଟ ଜ୍ୟୋର୍ତିବିଦ ପ୍ରତୀକ ମିଶ୍ରପୁରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଜ୍ୟୋତିଷ ପ୍ରତାପ କହିଛନ୍ତି, 2018 ରେ ସ୍ମିଥ ଭାରତରେ ପହଞ୍ଚିଥିଲ । ସେତେବେଳେ ସେ ସ୍ବଇଚ୍ଛାରେ ତାଙ୍କ ନିକଟକୁ ଆସି ଭାରତୀୟ ସଭ୍ୟତା ଏବଂ ସଂସ୍କୃତି ବିଷୟରେ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିବା ସହ ହିନ୍ଦୁ ଗ୍ରହ ନକ୍ଷତ୍ର ଅନୁଯାୟୀ ପୂଜାପାଠ କରିଥିଲେ।