ଓଡିଶା

odisha

ETV Bharat / bharat

ପୁଣେର ଗୁଗୁଲ ଅଫିସକୁ ବୋମାରେ ଉଡାଇବାକୁ ଧମକ, ହାଇଦ୍ରାବାଦରୁ କଲର ଗିରଫ

ଗୁଗୁଲ କମ୍ପାନୀ କାର୍ଯ୍ୟଳୟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିବା ପରେ ପୋଲିସ ଘଟଣାର ତଦନ୍ତ କରି ହାଇଦ୍ରାବାଦରୁ ଜଣେ ମଦ୍ୟପ ଯୁବକଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

By

Published : Feb 13, 2023, 1:13 PM IST

bomb threat to googles pune office
ପୁଣେରେ ଗୁଗୁଲ ଅଫିସକୁ ବୋମା ଧମକ

ମୁମ୍ବାଇ:ଗୁଗୁଲ ଅଫିସକୁ ଉଡାଇ ଦେବାକୁ ଧମକ । ମହାରାଷ୍ଟ୍ର ପୁଣେ ସହରର ଥିବା ଗୁଗୁଲ କମ୍ପାନୀ କାର୍ଯ୍ୟଳୟକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଧମକପୂର୍ଣ୍ଣ କଲ ଆସିଥିବା ଜଣାପଡିଛି । ଏ ନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ଟିମ୍‌ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ଆସିଥିବା ଫୋନ୍‌ କଲ ମିଛ ବୋଲି ଜଣାପଡିଛି । ତଦନ୍ତ ପରେ ମଥ୍ୟା କଲ କରିଥିବା ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଏକ ଫୋନ୍‌ କଲ୍‌ ଆସିଥିଲା । ଯେଉଁଥିରେ ଗୁରୁଲ ଅଫିସରେ ବୋମା ଥିବା କୁହାଯାଇଥିଲା । ଏହାପରେ କୋରେଗାଓଁ ପାର୍କ ଅଞ୍ଚଳରେ ଥିବା ଗୁରୁଲ ଅଫିସରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ପରେ ଏହା ଏକ ଫେକ୍‌ କଲ୍‌ ବୋଲି ଜଣା ପଡିଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚି ଗୁଗୁଲ ଅଫିସରେ ତନତନ କରି ଯାଞ୍ଚ କରିଥିଲେ । ମାତ୍ର କିଛି ମିଳି ନଥିଲା । ଗୁଗୁଲ ଅଫିସ ବିଲ୍ଡିଂରୁ ବିଡିଡିଏସ ଟିମ ସହ ପୋଲିସ ଛାନଭିନ କରିଥିଲେ । ଏଭଲି କଲ୍‌ କିଏ କରିଥିଲା ପୋଲିସ ତାର ତଦନ୍ତ ଆରମ୍ଭ କରିଥିଲା । ହାଇଦ୍ରାବାଦରୁ ଜଣେ ବ୍ୟକ୍ତି ଗୁଗୁଲ ଇଣ୍ଡିଆ ଅଫିସକୁ ଫୋନ କରି ବୋମା ଥିବା ନେଇ କହିଥିବା ପ୍ରାଥମିକ ତଦନ୍ତର ଜଣାପଡିଛି । ଅଭିଯୁକ୍ତକୁ ଗିରଫ କରି ପୋଲିସ ପଚରାଉଚରା କରୁଛି । ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଏହା ବି ପଢନ୍ତୁ...Aero India 2023: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ନୂଆ ଭାରତ ସାମର୍ଥ୍ୟର ସାକ୍ଷୀ ହେଲା ବେଙ୍ଗାଲୁରୁ ଆକାଶ

ବିକେସି ପୋଲିସ ଘଟଣାକୁ ନେଇ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ବ୍ୟକ୍ତି ଜଣଙ୍କ ହାଇଦ୍ରାବାଦର ପାନ୍ୟାମ ବାବା ଶିବାନନ୍ଦ । ଗୁଗୁଲ ଇଣ୍ଡିଆରୁ ଏହି ଫୋନ୍‌ କଲ ଆସିଥିଲା । ଶିବାନନ୍ଦ ଏବି ଫୋନ କଲ କରିଥିଲେ । ପୋଲିସକୁ ଏହି ଖବର ମିଳିବା ପରେ ତୁରନ୍ତ ପୋଲିସ ପୁଣେ ପୋଲିସକୁ ଖବର ଦେଇଥିଲା । ଏହା ପରେ ମୁମ୍ବାଇ ପୋଲିସକୁ ଘଟଣା ନେଇ ଅବଗତ କରାଯାଇଥିଲା । ଗୁଗୁଲ ପକ୍ଷରୁ ଦିଲୀପ ତାମ୍ବେ ଶିବାନନ୍ଦଙ୍କ ବିରୋଧରେ ଧମକ ଅଭିଯୋଗ କରିଥିଲେ । ଧାରା 505 (1) (b) ଏବଂ 505 (2) ଆଧାରରେ ମାମଲା ରୁଜୁ ହୋଇଛି । ଏହି ମାମଲାର ତଦନ୍ତ ଆରମ୍ଭ ହୋଇଛି । ହାଇଦ୍ରାବାଦରୁ କଲ ଆସିଥିବା ଜଣାପଡିଥିଲା । ଏହାପରେ ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ପୋଲିସ ହାଇଦ୍ରାବାଦ ଅଭିମୁଖେ ବାହାରିଥିଲା ।

ABOUT THE AUTHOR

...view details