ଓଡିଶା

odisha

ETV Bharat / bharat

ଅଳ୍ପକେ ବର୍ତ୍ତିଲେ ଗୃହମନ୍ତ୍ରୀ ଶାହ, ବିଦ୍ୟୁତ ତାରରେ ଲାଗିଗଲା ପ୍ରଚାର ରଥ - ଶାହଙ୍କ ରାଜସ୍ଥାନ ଗସ୍ତ

Amit Shah Luckily Escape: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜସ୍ଥାନରେ ପ୍ରଚାର ବେଳେ ଇଲେକ୍ଟ୍ରି ତାରରେ ଧକ୍କା ହେଲା ଶାହଙ୍କ ପ୍ରଚାର ରଥ । ଅଧିକ ପଢ଼ନ୍ତୁ

Rajasthan: ଅଳ୍ପକେ ବର୍ତ୍ତିଲେ ଶାହ, ବିଦ୍ୟୁତ ଖୁଣ୍ଟରେ ପିଟିହେଲା ପ୍ରଚାର ଥର
Rajasthan: ଅଳ୍ପକେ ବର୍ତ୍ତିଲେ ଶାହ, ବିଦ୍ୟୁତ ଖୁଣ୍ଟରେ ପିଟିହେଲା ପ୍ରଚାର ଥର

By ETV Bharat Odisha Team

Published : Nov 7, 2023, 9:21 PM IST

Updated : Nov 8, 2023, 10:27 AM IST

ଜୟପୁର: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜସ୍ଥାନରେ ପ୍ରଚାର ବେଳେ ଶାହଙ୍କ ପ୍ରଚାର ରଥ ଏକ ଝୁଲନ୍ତା ବିଦ୍ୟୁତ ତାର ସହ ଧକ୍କା ହୋଇଛି । ଆଜି (ମଙ୍ଗଳବାର) ରାଜସ୍ଥାନର ନାଗୌର ଜିଲ୍ଲାର ପର୍ବତସରରେ ଏକ ନିର୍ବାଚନୀ ଶୋଭାଯାତ୍ରାରେ ଏହି ଦୁର୍ଘଟଣା ଘଟିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଶାହଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ସହ କାର୍ଯ୍ୟକ୍ରମକୁ ଅଧାରୁ ବାତିଲ କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜସ୍ଥାନର ନୂତନ ଗଠିତ ଦିଡ଼ୱାନା ଜିଲ୍ଲାର ମାକ୍ରାନାରେ ଏହି ରୋଡ୍‌ ଶୋ' କରିବାକୁ ଯାଉଥିବା ବେଳେ ଏକ ବଡ଼ ଧରଣ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି । ଅମିତ ଶାହାଙ୍କ ପ୍ରଚାର ରଥ ରାସ୍ତାରେ ବିଦ୍ୟୁତ ତାର ସହ ଧକ୍କା ହୋଇଥିଲା । ଏହାପରେ ଶାହାଙ୍କୁ ରଥରୁ ଓହ୍ଲାଇ ଅନ୍ୟ ଏକ ଗାଡ଼ିକୁ ନିଆଯାଇଥିଲା । ଏହାପରେ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହି ଘଟଣାରେ ବିଜେପି ନେତ୍ରୀ ଅଳକା ଗୁର୍ଜର କହିଛନ୍ତି ଯେ ଦେଶର ଗୃହମନ୍ତ୍ରୀଙ୍କ ସହ ଏପରି ଘଟଣା ଘଟିଛି, ଏହା ଅତ୍ୟନ୍ତ ନିନ୍ଦନୀୟ । ତେବେ ଆଶ୍ବସ୍ତିର କଥା ହେଉଛି ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନାହିଁ ।

ବାତିଲ୍ ହେଲା ରୋଡ ଶୋ’:

ସୂଚନା ଅନୁସାରେ, ଅମିତ ଶାହା ପର୍ବତର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ରୋଡ୍ ଶୋ’ରେ ଅଂଶଗ୍ରହଣ କରିବା ପାଇଁ ପହଞ୍ଚିଥିଲେ । ଏକ ନାଲି ରଙ୍ଗର ରଥ ସଜ୍ଜିତ ଗାଡ଼ିରେ ମାକ୍ରାନାରୁ ତାଙ୍କୁ ନିଆଯାଇଥିଲା । ଯେତେବେଳେ ଅମିତ ଶାହଙ୍କ ପ୍ରଚାର ରଥ ବିଦିୟାଦ ଅଞ୍ଚଳର ଏକ ଗ୍ରାମ ଭିତରରେ ସଙ୍କୀର୍ଣ୍ଣ ରାସ୍ତା ଦେଇ ଯାଉଥିବା ବେଳେ ଝଲି ରହିଥିବା ବିଜୁଳି ତାରରେ ଧକ୍କା ଖାଇଥିଲା । ବିଜୁଳି ତାର ଛିଡ଼ିବା ସହ ସ୍ପାର୍କିଂ ମଧ୍ୟ ହୋଇଥିଲା । ସାଙ୍ଗରେ ଥିବା ସୁରକ୍ଷାକର୍ମୀମାନେ ଶାହଙ୍କୁ ସୁରକ୍ଷିତ ଅନ୍ୟ ଗାଡ଼ିକୁ ସ୍ଥାନାନ୍ତରିତ କରିଥିଲେ । ପରେ ଶାହଙ୍କ କାର୍ଯ୍ୟକ୍ରମ ବାତିଲ ହେବା ସହ ଶାହ ଘଟଣାସ୍ଥଳ ଛାଡ଼ିଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏପରି ସ୍ଥିତି ସୃଷ୍ଟି ହେଲା, ତାର ତଦନ୍ତ ଆରମ୍ଭ ହୋଇଛି ।

ଏହି ଘଟଣା ପରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଭାରତୀୟ ଜନତା ପାର୍ଟିର ନେତ୍ରୀ ଅଳକା ଗୁର୍ଜର ଏହି ଘଟଣାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ସେହି ରାସ୍ତା ଦେଇ ରୋଡ ଶୋ' କରିବାର ଥିଲା । ତେଣୁ ଏପରି ସ୍ଥିତି ଜାଣିଶୁଣି ସୃଷ୍ଟି କରାଯାଇଥିବା ଅଳକା କହିଛନ୍ତି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ସୂଚନା ଦେଇଛି ।

Last Updated : Nov 8, 2023, 10:27 AM IST

ABOUT THE AUTHOR

...view details