ଓଡିଶା

odisha

ETV Bharat / bharat

ଇତିହାସର ପୁନରାବୃତ୍ତି; ଜାଣନ୍ତୁ 20ବର୍ଷ ପୂର୍ବରୁ କେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ବାନ୍ଧିଛି ପୋଲିସ ? - Murasoli Maran

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗରଫଦାରୀ ଦୋହରାଇଲା ଇତିହାସ । ପୂର୍ବରୁ ମଧ୍ୟ ଗିରଫ ହୋଇଛନ୍ତି ୨ କେନ୍ଦ୍ରମନ୍ତ୍ରୀ । ଜାଣନ୍ତୁ ସମ୍ପୂର୍ଣ୍ଣ ଖବର..

ଦୋହରିଲା ୨୦ ବର୍ଷ ପୂର୍ବ ଇତିହାସ, ଜାଣନ୍ତୁ ପୂର୍ବରୁ କେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ବାନ୍ଧିଛି ପୋଲିସ...
ଦୋହରିଲା ୨୦ ବର୍ଷ ପୂର୍ବ ଇତିହାସ, ଜାଣନ୍ତୁ ପୂର୍ବରୁ କେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ବାନ୍ଧିଛି ପୋଲିସ...

By

Published : Aug 24, 2021, 6:04 PM IST

ହାଇଦ୍ରାବାଦ:କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗରେ ଗିରଫ ହୋଇଛନ୍ତି ରାଣେ । ରାଜ୍ୟର ପୋଲିସ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରିବା ଏହା କୌଣସି ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି, ଯେଉଁଥିରେ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ । ଆଉ ରାଣେଙ୍କ କ୍ଷେତ୍ରରେ ଦୋହରିଛି ଇତିହାସ ।

୨୦୦୧ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ କେନ୍ଦ୍ରରେ କ୍ଷମତାସୀନ ଥିଲା ଏନଡିଏ ସରକାର । ଆଉ ସେତେବେଳେ ତାମିଲନାଡୁରେ ଚାଲିଥିଲା ମୁଖ୍ୟମନ୍ତ୍ରୀ ଜୟଲଳିତା ସରକାରଙ୍କ ଶାସନ । ରାଜ୍ୟରେ ଏନଡିଏର ସହଯୋଗୀ ଦଳ ଥିଲା ଡିଏମକେ (DMK) । ଡିଏମକେ ପକ୍ଷରୁ ମୁରାସୋଲି ମାରନ ଓ ଟିଆର ବାଲୁ (Murasoli Maran & TR Baalu) ଥିଲେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ।

ଜୁଲାଇ ୨୦୦୧ରେ ଡିଏମକେ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କୁ ଗିରଫ କରିଥିଲା ତାମିଲନାଡୁ ପୋଲିସ । କରୁଣାନିଧିଙ୍କ ସହ ଗିରଫ ହୋଇଥିଲେ ତାଙ୍କ ଜ୍ବାଇଁ ତଥା କେନ୍ଦ୍ରମନ୍ତ୍ରୀ ମରାସୋଲି ମାରନ ଓ ଅନ୍ୟଜଣେ କେନ୍ଦ୍ରମନ୍ତ୍ରୀ ଟିଆର ବାଲୁ । ଡିଏମକେ ନେତାଙ୍କ ଗିରଫଦାରୀ ଭିଡିଓ ସମ୍ପୂର୍ଣ୍ଣ ଦେଶର ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା । ରାତିଅଧିଆ ଡିଏମକେ ନେତାଙ୍କୁ ଉଠାଇନେଇଥିଲା ପୋଲିସ ।

ତାମିଲନାଡୁରେ କରୁଣାନିଧିଙ୍କ ନେତୃତ୍ବାଧୀନ ଡିଏମକେ ସରକାର ଥିବା ସମୟରେ ଜୟଲଳିତାଙ୍କ ବିରୁଦ୍ଧରେ ଲାଗିଥିଲା ଦୁର୍ନୀତିର ଅଭିଯୋଗ । ଜୟଲଳିତାଙ୍କୁ ଗିରଫ କରି ଜେଲରେ ବନ୍ଦ କରିଦିଆଯାଇଥିଲା । ଜୟଲଳିତାଙ୍କ ଗିରଫଦାରୀ ସତ୍ତ୍ବେ ବି ତାମିଲନାଡୁରେ ତାଙ୍କ ଦଳ AIADMK ନିର୍ବାଚନରେ ବିଜୟ ହାସଲ କରିଥିଲା । ପରେ ଜୟଲଳିତାଙ୍କ ବିରୋଧରେ ଥିବା ଅଭିଯୋଗ କୋର୍ଟରେ ଭୁଲ ପ୍ରମାଣିତ ହୋଇଥିଲା । ଆଉ ସେ ବନ୍ଦୀମୁକ୍ତ ହୋଇଥିଲେ । ଜୟଲଳିତା ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ପରେ କରୁଣାନିଧି ଓ ଅନ୍ୟ ଡିଏମକେ ନେତାଙ୍କୁ ଗିରଫ କରାଯାଇଥିଲା । ତେବେ ଜୟଲଳିତା ପ୍ରତିଶୋଧ ପ୍ରରାୟଣତାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଚର୍ଚ୍ଚା ହୋଇଥିଲା ।

ଆଜି ଯେତେବେଳେ ମହାରାଷ୍ଟ୍ର ପୋଲିସ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିଛି, ସେବେ ୨୦୦୧ର କେନ୍ଦ୍ରମନ୍ତ୍ରୀ ମୁରାସୋଲି ମାରନ ଓ ଟିଆର ବାଲୁଙ୍କ ଗିରଫଦାରୀ ବିଷୟ ତାଜା ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବୟାନ ଦେବାପରେ ମହାରାଷ୍ଟ୍ର ସରକାରଙ୍କ ଟାର୍ଗେଟରେ ଥିଲେ ରାଣେ । ନିକଟରେ ମୋଦି ସରକାରଙ୍କ କ୍ୟାବିନେଟ ବିସ୍ତାରରେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ ନାରାୟଣ ।

ABOUT THE AUTHOR

...view details