ଓଡିଶା

odisha

ETV Bharat / bharat

କେମିତି ପ୍ରସ୍ତୁତ ହୁଏ ତ୍ରିରଙ୍ଗା ଉତ୍ତୋଳନ ପାଇଁ ଲାଗିଥିବା ଦଉଡ଼ି ? ଜାଣନ୍ତୁ ରୋଚକ କଥା - ବିନା ଶୁଳ୍କରେ ରଶି ପ୍ରଦାନ

ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଠାରେ ପତାକା ଉତ୍ତୋଳନ ପାଇଁ ବ୍ୟବହାର ହେଉଥିବା ରଶି ପ୍ରସ୍ତୁତ ନେଇ ରହିଛି ଅନେକ ରୋଚକ ତଥ୍ୟ । ଗୋରଖୀମଲ ଧନପତ ରାୟ ଜୈନ ଫାର୍ମରୁ ଏହା ବିନା ମୂଲ୍ୟରେ ଆସିଥାଏ । ଅଧିକ ପଢନ୍ତୁ

ତ୍ରିରଙ୍ଗା ପାଇଁ ରଶି ପ୍ରସ୍ତୁତି
ତ୍ରିରଙ୍ଗା ପାଇଁ ରଶି ପ୍ରସ୍ତୁତି

By

Published : Aug 13, 2023, 9:38 AM IST

ତ୍ରିରଙ୍ଗା ପାଇଁ ରଶି ପ୍ରସ୍ତୁତି

ଲକ୍ଷ୍ନୌ: ପ୍ରତିବର୍ଷ ଅଗଷ୍ଟ ମାସ 15 ତାରିଖରେ ପାଳନ କରାଯାଏ ସ୍ବାଧୀନତା ଦିବସ । ଦେଶର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଠାରେ ଗଣତନ୍ତ୍ର ଦିବସରେ ରାଷ୍ଟ୍ରପତି ପତାକା ଉତ୍ତୋଳନ କରୁଥିବାବେଳେ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରନ୍ତି ପ୍ରଧାନମନ୍ତ୍ରୀ । ତେବେ ଧ୍ବଜା ଉତ୍ତୋଳନ ସମୟରେ ତ୍ରିରଙ୍ଗା ବ୍ୟବହୃତ ହେଉଥିବା ରଶି କିପରି ତିଆରି ହୋଇଥାଏ, ସେନେଇ ଅନେକ ରୋଚକ ତଥ୍ୟ ରହିଛି ।

ତ୍ରିରଙ୍ଗା ପାଇଁ ରଶି ପ୍ରସ୍ତୁତି

କେଉଁଠି ପ୍ରସ୍ତୁତ ହୁଏ ?

ତ୍ରିରଙ୍ଗା ପତାକାରେ ବ୍ୟବହୃତ ହେଉଥିବା ରଶି ନୂଆଦିଲ୍ଲୀର ଗୋରଖୀମଲ ଧନପତ ରାୟ ଜୈନ ଫାର୍ମରେ ପ୍ରସ୍ତୁତ କରାଯାଇଥାଏ । ସବୁଠୁ ବଡ଼ କଥା ହେଉଛି ଏହା ବିନା କୌଣସି ଶୁଳ୍କରେ ପ୍ରସ୍ତୁତ ହୋଇଥାଏ । ସଦର ବଜାର ସ୍ଥିତ କୁତୁବ ରୋଡରେ ରହିଛି ଏହି ଫାର୍ମ । ସୂଚନା ଅନୁସାରେ, 1911 ମସିହାରେ ଜର୍ଜ ପଞ୍ଚମ (Gorge V) ଯେତେବେଳେ ଭାରତ ଆସିଥିଲେ ସେବେଠାରୁ ଏହି ଫାର୍ମ ଚାଲି ଆସୁଛି । ଏନେଇ ଫାର୍ମ ମାଲିକ ନରେଶ ଚନ୍ଦ ଜୈନ ଇଟିଭି ଭାରତକୁ ଏକ ସାକ୍ଷାତକାର ଦେଇ କହିଛନ୍ତି, "1947 ମସିହାରୁ ସ୍ବାଧୀନତା ଦିବସ ପାଳନ ଅବସରରେ ଏଠାରେ ନିର୍ମିତ ରଶି ପଠାଯାଉଛି । ଏହାସହ 1950ରୁ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ନିକଟକୁ ମଧ୍ୟ ଏଠାରେ ନିର୍ମିତ ରଶି ପଠାଯିବାର ପରମ୍ପରା ରହିଆସିଛି । ଆଉ ଏହି ରଶି ସାହାଯ୍ୟରେ ପତାକା ଉତ୍ତୋଳନ କରାଯାଇଆସୁଛି ।"

ତ୍ରିରଙ୍ଗା ପାଇଁ ରଶି ପ୍ରସ୍ତୁତି

କିଭଳି ପଠାଯାଏ?

ସେ ଆହୁରି ମଧ୍ୟ କହିଛନ୍ତି, "2001 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ସ୍ବାଧୀନତା ଦିବସ ଅବସରରେ ପ୍ରଥମ ଥର ଫ୍ରି ରଶି ଉପହାର ସ୍ବରୂପ ଦିଆଯାଇଥିଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ବିନା କୌଣସି ଶୁଳ୍କରେ ଏହି ରଶି ପ୍ରଦାନ କରାଯାଇଆସୁଛି । ଏହା ଜାତୀୟ ଐତିହ୍ୟର ପ୍ରତୀକ ହୋଇଥିବାରୁ ଆମେ ଅତି ଯତ୍ନର ସହ ରଖିଥାଉ । ଏହି ଦଉଡି ଗୁଡ଼ିକୁ ସରକାରଙ୍କ ନିକଟକୁ ଅତି ସୁନ୍ଦର ଭାବରେ ପ୍ୟାକିଂ କରି ପଠାଯାଇଥାଏ । ଏହାର ପ୍ୟାକିଂ ଉପରେ, ସରକାରୀ ସିଲ୍ ଏବଂ ସାର୍ଟିଫିକେଟ୍ ସହିତ ଉପହାର ପ୍ରାପ୍ତ ବ୍ୟକ୍ତିଙ୍କ ନାମ ଏବଂ ବର୍ଷ ଲେଖାଯାଇଥାଏ । ଏହି ରଶି ଯୋଗାଇବାର କାମରେ ଭାରତୀୟ ସେନା ଏନେଇ ପ୍ରଶଂସାପତ୍ର ମଧ୍ୟ ପ୍ରଦାନ କରିଥାଏ ।"

ଏହା ବି ପଢନ୍ତୁ...Mann Ki Baat: କ୍ରାନ୍ତିକାରୀଙ୍କୁ ସମ୍ମାନ, ଲଞ୍ଚ୍‌ ହେବ 'ମେରି ମାଟି ମେରା ଦେଶ'

ତ୍ରିରଙ୍ଗା ପାଇଁ ରଶି ପ୍ରସ୍ତୁତି

କେଉଁ କାମ ପାଇଁ ବ୍ୟବହାର କରାଯାଏ?

ନରେଶଙ୍କ କହିବା ଅନୁସାରେ, 1955ରେ କଂଗ୍ରେସ ସରକାର ଥିବା ସମୟରେ ରଶି ବିକ୍ରିରେ ଲାଗୁଥିବା ଟାକ୍ସ ମୁକ୍ତ କରାଯାଇଥିଲା । ଏହା ପୂର୍ବରୁ 7 ପ୍ରତିଶତ ଟାକ୍ସ ଦେବାକୁ ପଡୁଥିଲା । ତେବେ ଝୋଟରେ ନିର୍ମିତ ରଶି ଉପରେ 5 ପ୍ରତିଶତ ଏବଂ ପ୍ଲାଷ୍ଟିକ ରଶି ପାଇଁ 12 ପ୍ରତିଶତ ଟାକ୍ସ ଦେବାକୁ ପଡୁଥିଲା । ତ୍ରିରଙ୍ଗା ବ୍ୟତୀତ ଏହି ରଶିର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଢେର ଚାହିଦା ରହିଛି । ଟେଣ୍ଟ ପେଣ୍ଡାଲ, କୂଅରୁ ପାଣି କାଢିବା, କପଡା ଶୁଖାଇବାଲ ଆଦି ଅନେକ କାମ ପାଇଁ ଏହି ରଶି ବ୍ୟବହାର ହୋଇଥାଏ । ଏହା ଉନ୍ନତମାନର ହୋଇଥିବାରୁ ବଜାରରେ ଏହାର ଚାହିଦା ଖୁବ ବେଶୀ ।

ABOUT THE AUTHOR

...view details