ଓଡିଶା

odisha

ETV Bharat / bharat

ଆଜି ବି ସିହରି ଉଠେ ଦେହ, ମନେ ପକାଇଲେ ଜାଲିଆନାୱାଲାବାଗ ବର୍ବର ଦିନ - ଜାଲିଆନାୱାଲା ବାଗର ଇତିହାସ

1919 ଏପ୍ରିଲ ୧୩ ତାରିଖରେ ସେହି ନର ସଂହାରର ଦିନ । ୨୦ ହଜାର ନୀରିହ ଜନତାଙ୍କ ଉପରେ ଗୁଳି ବର୍ଷଣ କରିଥିଲା ଜେନେରାଲ ଡାୟର । ଆଖିବୁଜା ଗୁଳି ବର୍ଷଣରେ ପ୍ରାୟ ଏକ ହଜାର ଲୋକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଅଧିକ ପଢ଼ନ୍ତୁ...

ଆଜି ବି ସିହରି ଉଠେ ଦେହ, ମନେ ପକାଇଲେ ଜାଲିଆନାୱାଲା ବାଗର ବର୍ବର ଦିନ
ଆଜି ବି ସିହରି ଉଠେ ଦେହ, ମନେ ପକାଇଲେ ଜାଲିଆନାୱାଲା ବାଗର ବର୍ବର ଦିନ

By

Published : Sep 4, 2021, 6:06 AM IST

ଚଣ୍ଡିଗଡ଼:୧୯୧୩ ମସିହାର ଗଦର କ୍ରାନ୍ତି ଓ ୧୯୧୪ର କୋମାଗାଟା ମାରୁ ଘଟଣା ପଞ୍ଜାବବାସୀଙ୍କ ମନରେ ସୃଷ୍ଟି କରିଥିଲା ଏକ କ୍ରାନ୍ତିକାରୀ ଭାବନା । ୧୯୧୪ ମସିହା ପ୍ରଥମ ବିଶ୍ବଯୁଦ୍ଧ ସମୟରେ ବ୍ରିଟିଶ ଆର୍ମିରେ ସାମିଲ ହୋଇଥିଲେ ପ୍ରାୟ ୧ ଲକ୍ଷ ୯୫ ହଜାର ଭାରତୀୟ ସୈନ୍ୟ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ୍ୟ ୧୦ ସୈନ୍ୟ କେବଳ ପଞ୍ଜାବରୁ ସାମିଲ ଥିଲେ । ସେହି ସମୟରେ ଏହି ସୈନ୍ୟମାନଙ୍କ ମଧ୍ୟରେ ଜାଗ୍ରତ ହୋଇଥିଲା ଜାତୀୟତା ଓ ଦେଶଭକ୍ତିର ଭାବ । କାରଣ ଧିରେଧିରେ ସେମାନେ ଦୁନିଆ ଦେଖିଲେ ଏବଂ ଦେଶମାତୃକାର ମହତ୍ତ୍ବ ବୁଝିଲେ ।

ଆଜି ବି ସିହରି ଉଠେ ଦେହ, ମନେ ପକାଇଲେ ଜାଲିଆନାୱାଲା ବାଗର ବର୍ବର ଦିନ

ଏହି ସୈନ୍ୟମାନେ ବିଦ୍ରୋହ କଲେ ସେମାନଙ୍କୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯିବା ନେଇ ବ୍ରିଟିଶମାନଙ୍କ ମନରେ ସୃଷ୍ଟି ହେଲା ଆଶଙ୍କା । ଆଉ ସେମାନଙ୍କୁ ରୋକିବା ପାଇଁ ବ୍ରିଟିଶ ସରକାରଙ୍କ ପାଖରେ ନଥିଲା କୌଣସି କଡା ଆଇନ । ସୈନ୍ୟମାନଙ୍କ ମନରେ ଦେଶଭକ୍ତିର ଭାବନାକୁ ମାରିବାକୁ ବ୍ରିଟିଶ ଆଣିବାକୁ ଚାହୁଁଥିଲେ ନୂଆ ଆଇନ । ଏହି ନୂଆ ଆଇନ ନାଁ ହେଲେ ରୌଲତ ଆକ୍ଟ । ଏହି ଆଇନ ପ୍ରଣୟନକୁ ନେଇ ତତ୍କାଳୀନ ମାଗାଜିନ ଓ ଖବର କାଗଜ ଦୃଢ଼ ବିରୋଧ କରିଥିଲେ ।

ଏହି କଳା ଆଇନ ବିରୋଧରେ ସାରା ଭାରତରେ ସ୍ବର ଉତ୍ତୋଳନ ହେବାକୁ ଲାଗିଲା । ବହୁ ସ୍ଥାନରେ ଏହାକୁ ନେଇ ସତ୍ୟାଗ୍ରହ ମାଧ୍ୟମରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଗଲା । ଏଥିରେ ପଞ୍ଜାବ ମଧ୍ୟ ସାମିଲ ଥିଲା । ଏହି କ୍ରମରେ ଅମୃତସରରେ ମଧ୍ୟ ବିରୋଧ ପ୍ରଦର୍ଶନ କରୁଥିଲା।

ଦୁଇଜଣ ନେତା ଗିରଫ ହେବାପରେ ଅମୃତସରରେ ହୋଇଥିଲା ତୀବ୍ର ବିରୋଧ ପ୍ରଦର୍ଶନ । କଟ୍ରା ଜୈମାଲ ସିଂହ, ହଲ୍ ବଜାର ଓ ଉଚ୍ଚାପୁଲ୍ ଏରିଆରେ ୨୦ ହଜାରରୁ ଅଧିକ ଲୋକେ ହୋଇଥିଲେ ଏକଜୁଟ । ଏଭଳି ଦୁଇ ତିନିଟି ଘଟଣାରେ ସ୍ଥିତି ଅସମ୍ଭାଳ ଯୋଗୁଁ, ପଞ୍ଜାବର ଗଭର୍ଣ୍ଣର ମାଇକେଲ ଓ ଡୟର ଜଳନ୍ଧରରୁ ଜଣେ ଆର୍ମି ଅଫିସର ଜେନେରାଲ ଆର ଡାୟରଙ୍କୁ ଡକାଇଥିଲେ ।

ଜାଲିଆନାୱାଲା ବାଗର ବର୍ବରତାର ଗୋଟିଏ ଦିନ ପୂର୍ବରୁ ଜେନେରାଲ ଡାୟର ଅମୃତସରର ନିଜ ସେନା ସହ ମାର୍ଚ କରିବା ସହ ଘୋଷଣା କରିଥିଲା କର୍ଫ୍ୟୁ ।

ତେବେ ଏ ବିଷୟରେ ଟିକିଏ ବି ଅବଗତ ନଥିବା ସ୍ଥାନୀୟ ଲୋକେ ଏକ ସଭା ପାଇଁ ଜାଲିଆନାୱାଲା ବାଗରେ ଏକତ୍ରିତ ହୋଇଥିଲେ । ଏହିଛଡ଼ା ବୈଶାଖୀ ପର୍ବ ଥିବାରୁ ପାଖରେ ଥିବା ହରମିନ୍ଦର ସାହିବରେ ଶ୍ରଦ୍ଧାଳୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତା ସାଙ୍ଗକୁ ଗୋବିନ୍ଦଗଡ଼ ପଶୁମେଳାକୁ ମଧ୍ୟ କିଛି ବ୍ୟବସାୟୀ ସେଠାକୁ ଆସିଥିଲେ । ଖୁସହାଲ ସିଂହ, ମହମ୍ମଦ ପହିଲବାନ ଓ ମିର୍ ରିଆଜ-ଉଲ- ହାସନ ଗୁପ୍ତଚର ସାଜି ଏନେଇ ଜେନେରାଲ ଡାୟରକୁ ସୂଚନା ଦେଇଥିଲେ ।

ଭିଡ଼କୁ ଦୃଷ୍ଟିରେ ରଖି ୪ଟାରୁ ୪.୩୦ ମଧ୍ୟରେ ଆରମ୍ଭ ହେବାକୁ ଥିବା ସଭା ଆରମ୍ଭ ହୋଇଥିଲା ଦିନ ୩ଟା ବେଳେ । ଅପରାହ୍ଣ ୫ଟାରୁ ୫.୧୫ ମଧ୍ୟରେ ଜେନେରାଲ ଡାୟର ଜାଲିଆନାବାଗରେ ପହଞ୍ଚି ଥିଲା । ସାଥିରେ ଥିଲେ ଗୋରଖା ଓ ଆଫଗାନ ରେଜିମେଣ୍ଟର ୭୫ ଜଣ ସୈନ୍ୟ । ଅଚାନକ ଜେନେରାଲ ଡାୟର ଫାୟରିଂ କରିବାକୁ ନିର୍ଦ୍ଦେଶ ଦେଇଥିଲା । 1919 ଏପ୍ରିଲ ୧୩ ତାରିଖ ଥିଲା ସେହି ନର ସଂହାରର ଦିନ । ୨୦ ହଜାର ନୀରିହ ଜନତାଙ୍କ ଉପରେ ଗୁଳି ବର୍ଷଣ କରିଥିଲା ଜେନେରାଲ ଡାୟର ।

ତାପରେ ଆହମ୍ଭ ହୋଇ ଯାଇଥିଲେ ସୈନ୍ୟମାନଙ୍କ ଗୁଳି ବର୍ଷଣ । ଗୁଳି ଚାଳନା ପରେ ଆହତମାନଙ୍କୁ ଟୋପାଏ ପାଣି ମଧ୍ୟ ମିଳିନଥିଲା । କିଛି ଡାକ୍ତରୀ ସହାୟତା ଓ ପାଣି ମିଳିଥିଲେ ହୁଏତ ବହୁ ଜୀବନ ବଞ୍ଚି ଯାଇପାରିଥାନ୍ତା । ଜାଲିଆନାୱାଲାବାଗରେ ଥିବା କୂଅ କେବଳ ମୃତଦେହରେ ଭର୍ତ୍ତି ହୋଇଯାଇଥିଲା । କେବଳ କୂଅ ଭିତରୁ ୧୦୪ ମୃତଦେହ ଉଦ୍ଧାର ହୋଇଥିଲା । ମୃତ୍ୟୁସଂଖ୍ୟା ଏକ ହଜାରରୁ ଅଧିକ ଥିଲା ।

ନୀରିହ ଭାରତୀୟଙ୍କ ଉପରେ ଏଭଳି ବର୍ବରତା ପରେ ଜେନେରାଲ ଡାୟରଙ୍କୁ ନିଲମ୍ବନ କରିବାକୁ ବାଧ୍ୟ ହେଲେ ବ୍ରିଟିଶ ସରକାର । ସେତବେଳେ ଜେନେରାଲ ଡାୟର ଲୁଚି ବ୍ରିଟେନକୁ ଫେରି ଯାଇଥିଲେ । ଏହାପରେ ପ୍ରତିଶୋଧ ପରାୟଣ ହୋଇ ୧୯୪୦ ମାର୍ଚ୍ଚ ୧୩ ତାରିଖରେ ଲଣ୍ଡନରେ ମାଇକେଲ ଓ ଡୟରକୁ ହତ୍ୟା କରିଥିଲେ ଶହୀଦ ଉଦ୍ଧମ ସିଂହ । ୧୯୬୧ ମସିହାରେ ଜାଲିଆନାୱାଲାବାଗରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ତିଆରି କଲେ ଏକ ସ୍ମୃତିପୀଠ । ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦର ପ୍ରସାଦ ଏହାର ଉଦଘାଟନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details