ଓଡିଶା

odisha

ETV Bharat / bharat

ହିନ୍ଦୁ ଏବଂ ହିନ୍ଦୁତ୍ବ ସମ୍ପୂର୍ଣ୍ଣ ଭିନ୍ନ: ଶଶି ଥରୁର - ହିନ୍ଦୁ ହିନ୍ଦୁତ୍ବ

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ହିନ୍ଦୁତ୍ବ ଏବଂ ହିନ୍ଦୁ ଧର୍ମ ମଧ୍ୟରେ ଭିନ୍ନତା ଥିବା କହିଲେ କଂଗ୍ରେସ ନେତା ଶଶି ଥରୁର । ସତ୍ତାରୁଢ ଦଳ ହିନ୍ଦୁତ୍ବ ଶବ୍ଦକୁ ଅନ୍ୟ ଧର୍ମ ଲୋକଙ୍କ ବିରୁଦ୍ଧରେ ବ୍ୟବହାର କରିବାକୁ ଚେଷ୍ଟା କରୁଥିବା କହିଲେ କଂଗ୍ରେସ ନେତା ।

ହିନ୍ଦୁ ଏବଂ ହିନ୍ଦୁତ୍ବ ସମ୍ପୂର୍ଣ୍ଣ ଭିନ୍ନ: ଶଶି ଥରୁର
ହିନ୍ଦୁ ଏବଂ ହିନ୍ଦୁତ୍ବ ସମ୍ପୂର୍ଣ୍ଣ ଭିନ୍ନ: ଶଶି ଥରୁର

By

Published : Nov 18, 2021, 9:28 AM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର ନିଜର ନୂତନ ପୁସ୍ତକ 'Pride, Prejudice and Punditry' ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଇଟିଭି ଭାରତ ସହ ସ୍ବତନ୍ତ୍ର ସାକ୍ଷାତକାରରେ ସେ ହିନ୍ଦୁ ଏବଂ ହିନ୍ଦୁତ୍ବ ସମ୍ପର୍କରେ କହିଛନ୍ତି । ହିନ୍ଦୁ ଏବଂ ହିନ୍ଦୁତ୍ବ ଶବ୍ଦ ଦୁଇଟି ଭିନ୍ନ ଭିନ୍ନ । ହିନ୍ଦୁ, ଧର୍ମର ଏକ ଗହନ ବ୍ୟକ୍ତିଗତ ବିଚାର ଯାହାକି ସ୍ବୟଂ ସତ୍ୟର ସନ୍ଧାନ ବିଷୟରେ କହିଥାଏ । ଏହା ଆଧ୍ୟାତ୍ମିକତାକୁ ଅନୁସରଣ କରେ । ହେଲେ ହିନ୍ଦୁତ୍ବ ରାଜନୀତି ବିଚାରଧାରାକୁ ବୁଝାଏ ।

ହିନ୍ଦୁ ଏବଂ ହିନ୍ଦୁତ୍ବ ସମ୍ପୂର୍ଣ୍ଣ ଭିନ୍ନ: ଶଶି ଥରୁର

ଆମେ ହିନ୍ଦୁତ୍ବ ସହିତ ଯାହା ଦେଖୁଛେ ତାହା ବହୁତ ଭିନ୍ନ । ଏହା ଏକ ରାଜନୈତିକ ବିଚାରଧାରା । ମୋ ମନରେ ହିନ୍ଦୁ ଧର୍ମକୁ ନେଇ କୌଣସି ପ୍ରକାର ଭିନ୍ନ ମନୋଭାବ ନାହିଁ ବୋଲି ଶଶି ଥରୁର କହିଛନ୍ତି । ଏହାସହ ହିନ୍ଦୁତ୍ୱ ଏବଂ ହିନ୍ଦୁ ଧର୍ମ ଶବ୍ଦର ପାର୍ଥକ୍ୟକୁ ବ୍ୟାଖ୍ୟା କରି କଂଗ୍ରେସ ନେତା କହିଛନ୍ତି, ମତେ ଲାଗୁଛି କି ରାଜନୀତି ସହ ଧର୍ମର କୌଣସି ସମ୍ପର୍କ ନାହିଁ । ଧର୍ମ ଆଧ୍ୟାତ୍ମବାଦର ଅନୁସରଣକୁ ବୁଝାଏ । ବର୍ତ୍ତମାନ ସମୟରେ ଲୋକଙ୍କ ଜୀବନଶୈଳୀ କିପରି ଉନ୍ନତ କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯିବା ଉଚିତ୍ । ହେଲେ ଏବେ ଆମକୁ ଏଭଳି ଲୋକ ଶାସନ କରୁଛନ୍ତି ଯିଏକି ପ୍ରତ୍ୟେକ ଜିନିଷରେ କେବଳ ରାଜନୀତି କରିବାକୁ ଚାହୁଁଛନ୍ତି ଏବଂ ଯାହା ଅନୁଚିତ୍ ବୋଲି ବିଜେପି ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ।

ସେ ଶାସକ ଦଳ ଉପରେ ଅଭିଯୋଗ ଆଣିଛନ୍ତି କି, ସତ୍ତାରୂଢ ପାର୍ଟି ଅନ୍ୟ ଧର୍ମର ଲୋକଙ୍କ ବିରୁଦ୍ଧରେ ହିନ୍ଦୁ ଶବ୍ଦର ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁତ୍ବ ଏକ ଭ୍ରମାତ୍ମକ ଶବ୍ଦ । କାରଣ ବିଶେଷ ଭାବରେ ହିନ୍ଦୁମାନେ ଏହା ବିଷୟରେ କିଛି ଜାଣନ୍ତି ନାହିଁ । ସ୍ବାମୀ ବିବେକାନନ୍ଦ ଯେଉଁ ହିନ୍ଦୁ ଧର୍ମ ଶିଖାଇଛନ୍ତି, ତାହାର ହିନ୍ଦୁତ୍ବ ସହିତ କୌଣସି ନେଣଦେଣ ନାହିଁ । ହିନ୍ଦୁତ୍ବ ଏକ ବିଭାଜନକୁ ସୂଚାଉଛି । ଯାହାକି ହିନ୍ଦୁ ଧର୍ମ ଆମକୁ ଶିଖାଇ ନଥାଏ ।

ସେହିପରି କମେଡିଆନ ବୀର ଦାସ ଏବଂ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ଟିପ୍ପଣୀ ସମ୍ପର୍କରେ ଥରୁର କହିଛନ୍ତି, ବୀର ଦାସଙ୍କ ମନ୍ତବ୍ୟ ମୋତେ ଆନନ୍ଦିତ କରିଥିବାବେଳେ କଙ୍ଗନାଙ୍କ ମନ୍ତବ୍ୟ ମୋତେ ସ୍ତବ୍ଧ କରିଛି । ଇତିହାସ ଉପରେ ରାୟ ଦେବା ପୂର୍ବରୁ ସେମାନେ ପ୍ରଥମେ ଇତିହାସ ପଢିବା ଜରୁରୀ । ଭାରତୀୟ ସମ୍ବିଧାନ ସେମାନଙ୍କୁ ନିଜର ବିଚାରଧାରା ବ୍ୟକ୍ତ କରିବାକୁ ପୁରା ଅଧିକାର ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details