ହିନ୍ଦୁ ସର୍ବଦା ସମସ୍ତଙ୍କ ମଙ୍ଗଳ କାମନା କରେ: ମୋହନ ଭାଗବତ
ଭାରତରେ ଥିବା ମୁସଲମାନ ମାନେ ଡରିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ମୁସଲମାନ ମାନେ ବୁଦ୍ଧିମାନ ସେମାନେ କଠୋର ପନ୍ଥୀକୁ ବିରୋଧ କରିବା ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ...
ନାଗପୁର: ଦେଶରେ ଥିବା ମୁସଲମାନଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବଂୟ ସେବକ (ସଂଘ ) ପ୍ରମୁଖ ମୋହନ ଭାଗବତ । ସେ କହିଛନ୍ତି ଭାରତରେ ଥିବା ମୁସଲମାନ ମାନେ ଡରିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ମୁସଲମାନ ମାନେ ବୁଦ୍ଧିମାନ ସେମାନେ କଠୋର ପନ୍ଥୀକୁ ବିରୋଧ କରିବା ଆବଶ୍ୟକତା ରହିଛି । ଭାରତରେ ରହୁଥିବା ହିନ୍ଦୁ ଓ ମୁସଲମାନଙ୍କ ପୂର୍ବ ପୁରୁଷ ସମାନ । ଦେଶକୁ ଆଗକୁ ନେବାକୁ ହେଲେ ଆମକୁ ମିଳିମିଶି ଆଗକୁ ବଢିବାକୁ ପଡିବ ।
ପୁନେର ଏକ ସାମାଜିକ ସଂସ୍ଥା ଗ୍ଲୋବାଲ ଷ୍ଟାଟେଜିକ ପଲିସି ଫାଉଣ୍ଡେସନ ଦ୍ବାରା ରାଷ୍ଟ୍ର ପ୍ରଥମ ରାଷ୍ଟ୍ର ସର୍ବୋପରି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସଂଘ ମୁଖ୍ୟ ଏକଥା କହିଛନ୍ତି । କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ଭଗବତ କହିଥିଲେ ଯେ, ମୁସଲମାନଙ୍କ ମନରେ ଇଂରେଜ ମାନେ ଭୟ ସୃଷ୍ଟି କରି ମୁସଲମାନମାନେ ଭାରତରେ ରହିପାରିବେ ନାହିଁ ବୋଲି କହିଥିଲେ । କାହିଁକି ନା ଏଠାରେ ହିନ୍ଦୁଙ୍କ ସଂଖ୍ୟା ଅଧିକ ରହିଛି । ସେମାନେ ଆମକୁ ପରସ୍ପର ବିରୋଧରେ ଲଢେଇ କରାଇଲେ । ଆଉ ଆମେ ମଧ୍ୟ ଆମ ନିଜ ନିଜ ମଧ୍ୟରେ ଲଢେଇ କଲେ ।
ସେହିପରି ଯେବେଠାରୁ ଇସଲାମୀ ଭାରତକୁ ଆସିଛନ୍ତି ସେବେଠାରୁ ଏଠାରେ ରହିଛନ୍ତି । ମୁସଲିମ ମାନେ ଭାରତକୁ ଡରିବାର କୌଣସି ଆବଶ୍ୟକତା ନାହିଁ । ମୁସଲିମଙ୍କ ପ୍ରତି ଦେଶରେ କୌଣସି ବିପଦ ନାହିଁ । ଭାଗବତ ଆହୁରି କହିଛନ୍ତି ଆମ ପାଇଁ ମୁସଲିମ ପ୍ରାଧାନ୍ୟ ହେବା ଅନୁଚିତ । ଆମ ପାଇଁ ଭାରତ ତଥା ମାତୃଭୂମି ପ୍ରାଧାନ୍ୟ ହେବା ଜରୁରୀ । ଆମର ପ୍ରିୟ ଜନ୍ମଭୂମି ଓ ଏହାର ବିବିଧତା, ସୌନ୍ଦର୍ଯ୍ୟତା ଓ ବିଶେଷତା ହେଉଛି ଆମ ଏକତାର ଆଧାର ।
ହିନ୍ଦୁ ଶବ୍ଦର ଅର୍ଥ ହେଉଛି ମାତୃଭୂମି । ଆମର ପୂର୍ବଜ ଏହି ମହାନ ଦେଶର ପରିଚୟ । ହିନ୍ଦୁ ସଦା ସର୍ବଦା ସମସ୍ତଙ୍କ ମଙ୍ଗଳ କାମନା କରେ । ଏଥିପାଇଁ ଭାରତବର୍ଷରେ ଅନ୍ୟ ଧର୍ମାବଲମ୍ବୀଙ୍କ ଅନାଦର ହେବା ଅସମ୍ଭବ ବୋଲି ଭାଗବତ କହିଥିଲେ । କାର୍ଯ୍ୟକ୍ରମରେ ଜଣାଶୁଣା କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଓ କାଶ୍ମୀର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ଳେଫ୍ଟଲାଣ୍ଟ ଜେନେରାଲ ସୈୟଦ ଅତା ହୁସେନ ପ୍ରମୁଖ ସାମିଲ ହୋଇଥିଲେ ।
@ANI