ଟରାଣ୍ଟୋ/ ଓ୍ବାଶିଂଟନ: 76ତମ ସ୍ବାଧୀନତା ଦିବସ ପାଳନକୁ ନେଇ କେବଳ ଦେଶ ନୁହେଁ ବରଂ ସାରା ବିଶ୍ବରେ ଥିବା ଭାରତୀୟଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଦ୍ଭୁତପୂର୍ବ ଉତ୍ସାହ। ବିଭିନ୍ନ ଦେଶରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ 76ତମ ସ୍ବାଧୀନତା ଦିବସ ପାଳନ କରିଛନ୍ତି । ଆଜି କାନାଡା ରାଜଧାନୀ ଟରାଣ୍ଟୋରେ ରହୁଥିବା ପ୍ରବାସୀ ହିନ୍ଦୁ ଓ ଶିଖ ଭାରତୀୟ ସମ୍ପ୍ରଦାୟ ମୁକ୍ତ ଖାଦ୍ୟ ବାଣ୍ଟି ନିଆରା ଢଙ୍ଗରେ ପାଳନ କରିଛନ୍ତି ସ୍ବାଧୀନତା ଦିବସ ।
ପ୍ରବାସୀ ଭାରତୀୟଙ୍କ ସମୁଦାୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ସ୍ବାଧୀନତା 75 ବର୍ଷ ପୂରଣ କରୁଥିବାରୁ ଆଜି ରାଜଧାନୀ ଟରାଣ୍ଟୋରେ ବିଭିନ୍ନ ସ୍ଥାନରେ ପ୍ରାୟ 75 ହଜାର ଶାକାହାରୀ ଭୋଜନ ବଣ୍ଟନ କରାଯାଇଛି । ଟ୍ରକରେ ଏହି ଖାଦ୍ୟ ପ୍ୟାକେଟଗୁଡିକୁ ବଣ୍ଟନ କରାଯାଇଥଲା । କନାଡା ନାଗରିକମାନେ ମଧ୍ୟ ଏଥିରେ ସହଯୋଗ କରିବା ସହ ପ୍ରବାସୀ ଭାରତୀୟଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ସେଠାରେ ଥିବା ହିନ୍ଦୁ ଓ ଶିଖ ସମ୍ପ୍ରଦାୟ ପକ୍ଷରୁ ଆୟୋଜନ କରାଯାଇଥିଲା ।