ଓଡିଶା

odisha

ETV Bharat / bharat

Hindi Diwas: ଦେଶକୁ ଏକଜୁଟ କରିବାରେ ହିନ୍ଦୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି: ଅମିତ ଶାହ - ଅମିତ ଶାହଙ୍କ ହିନ୍ଦୀ ଦିବସ ଶୁଭେଚ୍ଛା

ଆଜି ହିନ୍ଦୀ ଦିବସ । ଦେଶକୁ ଏକଜୁଟ କରିବାରେ ହିନ୍ଦୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅଧିକ ପଢନ୍ତୁ

Hindi Diwas
Union Home Minister on Hindi Diwas

By ETV Bharat Odisha Team

Published : Sep 14, 2023, 10:30 AM IST

ନୂଆଦିଲ୍ଲୀ:ଭାରତୀୟ ସଂସ୍କୃତିର ଅତୁଟ ଅଂଶ ହିନ୍ଦୀ ଭାଷା । ଯୁଗ ଯୁଗରୁ ସମଗ୍ର ଦେଶକୁ ଏକଜୁଟ କରିବାରେ ହିନ୍ଦୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆଜି ହିନ୍ଦୀ ଦିବସ । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦେଶକୁ ଏକତାର ସୁତ୍ରରେ ବାନ୍ଧି ରଖିଛି ହିନ୍ଦୀ । ଦେଶବାସୀଙ୍କୁ ଏକଜୁଟ କରିବାରେ ହିନ୍ଦୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ହିନ୍ଦୀ ଦିବସ ଅବସରରେ ଏକ ବାର୍ତ୍ତା ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ''ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଭାରତର ଭାଷାର ବିଭିଦତାକୁ ଏକତାର ସୁତ୍ରରେ ବାନ୍ଧି ରଖିବାର ନାମ ହେଉଛି ହିନ୍ଦୀ । ସ୍ବାଧୀନତା ଆନ୍ଦୋଳନଠୁ ନେଇ ଆଜି ଯାଏଁ ଦେଶକୁ ଏକତାର ସୁତ୍ରରେ ବାନ୍ଧିବାରେ ହିନ୍ଦୀର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ହିନ୍ଦୀ ଦିବସ ଅବସରରେ ରାଷ୍ଟ୍ରଭାଷା ହିନ୍ଦୀ ସହିତ ସମସ୍ତ ଭାରତୀୟ ଭାଷାକୁ ସଶକ୍ତ କରିବାକୁ ସଂକଳ୍ପ ନେବା ।''

ହିନ୍ଦୀ ଦିବସ ଅବସରରେ ସନ୍ଦେଶ ଦେଇ ସେ ଆହୁରି କହିଛନ୍ତି, ''ହିନ୍ଦୀ ଭାଷା ସ୍ବାଧୀନତା ଦିବସର କଠିନ ଦିନରେ ଦେଶକୁ ଏକତା ସୁତ୍ରରେ ବାନ୍ଧି ରଖିବାକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଛି । ଏହା ଅନେକ ଭାଷା କହୁଥିବା ଦେଶରେ ଏକତାର ଭାବନା ସ୍ଥାପନା କରିଛି । ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ଯାଏ ସ୍ବାଧୀନତା ଲଢେଇକୁ ଆଗକୁ ନେବାକୁ ସମ୍ବାଦ ଭାଷା ଭାବେ ହିନ୍ଦୀ କାର୍ଯ୍ୟ କରିଛି । ଦେଶର ପ୍ରକୃତ ପରିଚୟ କେବଳ ତାର ଭାଷା ଦ୍ବାରା ହିଁ ହୋଇଥାଏ । ନିଜ ଭାଷାର ଉନ୍ନତି ହିଁ ସବୁ ପ୍ରକାର ଉନ୍ନତିର ମୂଳ । ଆମର ସବୁ ଭାରତୀୟ ଭାଷା ଆମ ସଂସ୍କୃତିର ଅସ୍ତ୍ର ଯାହାକୁ ଆମକୁ ଏସ ସାଥୀରେ ନେଇ ଚାଲିବାକୁ ହେବ । ଆମର ସବୁ ଭାଷା ସଶକ୍ତ ହେଲେ ହିଁ ଗୋଟିଏ ସଶକ୍ତ ରାଷ୍ଟ୍ର ନିର୍ମାଣ ହେବ । ''

ଏହା ବି ପଢନ୍ତୁ...ଆଞ୍ଚଳିକ ଭାଷାର ଗ୍ରହଣଶୀଳତା ହିନ୍ଦୀ ଭାଷାକୁ କରିଛି ଆକର୍ଷଣୀୟ

ଦେଶ ତାର ସୀମା ଓ ଭୌଗଳିକ ପରିସ୍ଥିତି ଯୋଗୁଁ ଚିହ୍ନିତ ହୋଇଥାଏ । ଏହା ପରେ ଏହାର ସବୁଠାରୁ ବଡ ପରିଚୟ ହେଉଛି ତାର ଭାଷା । ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ । ସଂସ୍କୃତିର ଅତୁଟ ଅଂଶ ହିନ୍ଦୀ । ଶତାବ୍ଦୀ ଧରି ସମଗ୍ର ଦେଶକୁ ଏକୀକରଣ କରିବା ପାଇଁ 'ହିନ୍ଦୀ' କାର୍ଯ୍ୟ କରି ଆସୁଛି । ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ ।

ହିନ୍ଦୀ ବିଶ୍ବର ଅନ୍ୟତମ ପ୍ରମୁଖ ଭାଷା । ଦେଶରେ ପ୍ରାୟ 77 ପ୍ରତିଶତ ଲୋକ ହିନ୍ଦୀ କହିଥାନ୍ତି । ଦେଶରେ ହିନ୍ଦୀ ଭାଷାକୁ ଅଣଦେଖା ରୋକିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର 14 ତାରିଖୁ ହିନ୍ଦୀ ଦିବସ ଭାବେ ପାଳନ କରାଯାଏ । 1949 ମସିହାରେ ଭାରତର ସମ୍ବିଧାନ ସଭା ଦେବନାଗରୀ ଲିପିରେ ଲିଖିତ ହିନ୍ଦୀକୁ ଔପଚାରିକ ଭାବେ ସ୍ବୀକାର କରାଯାଇଥିଲା । 1953 ମସିହାରେ ପ୍ରଥମ କରି ହିନ୍ଦୀ ଦିବସ ପାଳନ ହୋଇଥିଲା । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ପରିବର୍ତ୍ତେ ହିନ୍ଦୀ ଭାଷାର ଉପଯୋଗ ଏହି ଦିବସର ଉଦ୍ଦେଶ୍ୟ ।

ABOUT THE AUTHOR

...view details