ଦିସପୁର: ଆସାମ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ହିମନ୍ତ ବିଶ୍ବ ଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱ ଶର୍ମାଙ୍କ ନାମରେ ସହମତି ପ୍ରକାଶ ପାଇଛି ।
ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ବ ଶର୍ମା - ଆସାମ ମୁଖ୍ୟମନ୍ତ୍ରୀ
ଆସାମରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ହିମନ୍ତ ବିଶ୍ବ ଶର୍ମା । ଅଧିକ ପଢନ୍ତୁ...
ହିମନ୍ତ ଆସାମ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ
ଦ୍ବିତୀୟ ଥର ପାଇଁ ବିଜେପିର ବଡ ଧରଣର ବିଜୟ ପରେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଚର୍ଚ୍ଚା ଚାଲିଥିଲା । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ସର୍ବାନନ୍ଦ ସୋନୁୱାଲ ପରିବର୍ତ୍ତନ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିବା ବେଳେ ସେ ରାଜ୍ୟପାଳ ଜଗଦୀଶ ଚନ୍ଦ୍ର ମୁଖୀଙ୍କୁ ରବିବାର ଇସ୍ତଫା ଦେଇଛନ୍ତି । ରାଜ୍ୟର ଏହି ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏହି ବୈଠକରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ମନୋନୀତ କରାଯାଇଛି । ଏହି ବୈଠକରେ ଦଳର ପ୍ରମୁଖ ନେତା ସାମିଲ ରହିଥିଲେ ।
@ANI