ଗୌହାଟୀ:ଭାଷଣରେ ଭୋଳ ହୋଇ ଗଲେ ଆସାମ ମୁଖ୍ୟମନ୍ତ୍ରୀ । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ଦେଲେ । ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୃହମନ୍ତ୍ରୀ ବୋଲି କହି ପକେଇଲେ । ଗୌହାଟୀରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଏକ କାର୍ଯ୍ୟକ୍ରମରେ ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ ଓ ନରେନ୍ଦ୍ର ମୋଦିଙ୍କୁ ଗୃହମନ୍ତ୍ରୀ ବୋଲି କହିଦେଲେ । ପରେ ଭୁଲବସତଃ କହି ଦେଇଥିବା ବିଜେପି କହିଥିଲା । ହେଲେ କଂଗ୍ରେସ ମାନିବାକୁ ନାରାଜ । ଏହାକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛି କଂଗ୍ରେସ ।
ଏହି ଘଟଣା ପରେ ଜଣେ ବିରଷ୍ଠ ବିଜେପି ନେତା ଏହା ଭୁଲବସତଃ ପାଟିରୁ ବାହାରି ଯାଇଥିବା କହିଥିଲେ । ହେଲେ କଂଗ୍ରେସ ଏ କଥାକୁ ଗ୍ରହଣ କରିପାରୁ ନାହିଁ । ସେ ଟ୍ବିଟରେ ଏହି ଭିଡିଓକୁ ସେୟାର କରିବାକୁ ଲାଗିଛି ଏବଂ କହିଛି ଶାସକ ଦଳ ତାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିଛି କି ନା ଅମିତ ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି ବୋଲି କହିଛି କଂଗ୍ରେସ।