ଓଡିଶା

odisha

ETV Bharat / bharat

ଆଜିଠୁ ଆସାମରେ ହିମନ୍ତଙ୍କ ରାଜ୍‌, ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ - ଶପଥ ନେବେ ହିମନ୍ତ ବିଶ୍ବଶର୍ମା

ଆସାମର 15ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ହିମନ୍ତ ବିଶ୍ବଶର୍ମା । ଆସାମ ରାଜ୍ୟପାଳ ଜଗଦୀଶ ଚନ୍ଦ୍ରମୁଖୀ ମଧ୍ୟାହ୍ନ 12 ଟାରେ ଶପଥ ଗ୍ରହଣ କରାଇବେ । ଅଧିକ ପଢନ୍ତୁ...

ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା
ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା

By

Published : May 10, 2021, 7:59 AM IST

Updated : May 10, 2021, 10:27 AM IST

ଗୌହାଟି: ଆଜି ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା । ରାଜ୍ୟପାଳ ଜଗଦୀଶ ଚନ୍ଦ୍ରମୁଖୀ ମଧ୍ୟାହ୍ନ 12 ଟାରେ ହିମନ୍ତ ବିଶ୍ବଶର୍ମାଙ୍କୁ ଶପଥ ଗ୍ରହଣ କରାଇବେ । ଗତକାଲି ହିମନ୍ତ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ ।

ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଇସ୍ତଫା ଦେବା ପରେ ରବିବାର ବିଜେପି ଦଳର ଏକ ବୈଠକ ବସିଥିଲା । ଏଥିରେ ସର୍ବସମ୍ମତି କ୍ରମେ ହିମନ୍ତଙ୍କୁ ବିଧାୟକ ଦଳ ନେତା ଚୟନ କରିଥିଲେ । ହିମନ୍ତଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍।

Last Updated : May 10, 2021, 10:27 AM IST

ABOUT THE AUTHOR

...view details