ଓଡିଶା

odisha

By

Published : Aug 6, 2023, 6:18 PM IST

ETV Bharat / bharat

ସୀମା ଟପିଲା ନୃଶଂସତା: ନାବାଳକ ଆଖିରେ ଲଙ୍କା ଗୁଣ୍ଡ ପକାଇଲେ ଦୋକାନୀ, 5 ଗିରଫ

ହିମାଞ୍ଚଳ ପ୍ରଦେଶର ସିମଲା ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷର ନାବାଳକକୁ ଶାରିରୀକ ନିର୍ଯାତନା ଦେବା ସହ ତାହା ଆଖିରେ ଲଙ୍କା ଗୁଣ୍ଡ ପକାଇଲେ ଜଣେ ଦୋକାନୀ । ଏହି ଘଟଣାରେ ପୋଲିସ୍ ୫ ଜଣକୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ଟପିଲା ନୃଶଂସତାର ଚରମ ସାମା: ନାବାଳକ ଆଖିରେ ଲଙ୍କା ଗୁଣ୍ଡ , ପାଞ୍ଚ ଗିରଫ
ଟପିଲା ନୃଶଂସତାର ଚରମ ସାମା: ନାବାଳକ ଆଖିରେ ଲଙ୍କା ଗୁଣ୍ଡ , ପାଞ୍ଚ ଗିରଫ

ସିମଲା: ନୃଶଂସତାର ଚରମ ସୀମା ଟପିଲା, ମଣିଷ ନିଜର ମାନବିକତା ହରାଇ କିଭଳି ନୃଶଂସ ପାଲଟି ଯାଏ ତାହାର ଏକ ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି । ହିମାଞ୍ଚଳପ୍ରଦେଶର ସିମଲା ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ବର୍ତ୍ତମାନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଜଣେ ୧୫ ବର୍ଷର ବାଳକକୁ ଶାରିରୀକ ନିର୍ଯାତନା ଦେବା ସହ ତାହା ଆଖିରେ ଲଙ୍କା ଗୁଣ୍ଡ ପକାଇ ଦିଆଯାଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋବାରେ ଲାଗିଛି । ଏହି ଘଟଣାରେ ସିମ୍‌ଲା ପୋଲିସ୍ ୫ ଜଣକୁ ଗିରଫ କରିଥିବା ସୂଚନା ମିଳିଛି ।

ଏହା ବି ପଢ଼ନ୍ତୁମାନସିକ ରୋଗୀଙ୍କୁ ପୋଲିସର ନିର୍ଯାତନା, ହାତଗୋଡ ବାନ୍ଧି ନିର୍ଯାତନାର ଭିଡିଓ ଭାଇରାଲ

ସୂଚନାଯୋଗ୍ୟ ଗତ କିଛିଦିନ ତଳେ ଜଣେ ୧୫ ବର୍ଷର ନାବାଳକ ଏକ ମିଠା ଦୋକାନରୁ ୧୦ଟଙ୍କାର ଖାଦ୍ୟ ସମଗ୍ରୀ ଚୋରି କରି ନେଇଯାଇଥିଲା । ସେତେବେଳେ ସେହି ନାବାଳକଟିର ମାଆଙ୍କ ଦେହ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ନାବାଳକଟି କିଛି ନଖାଇ ଭୋକରେ ଡହଳବିକଳ ହେଉଥିଲା ତେଣୁ ପାଲାଟି ଦୋକାନରୁ ୧୦ଟଙ୍କାର ଚିପ୍ସ୍ ପ୍ୟାକେଟ୍ ଚୋରି କରି ସେଠାରୁ ଚାଲିଯାଇଥିଲା ।

ଏହି ଘଟଣାର କିଛି ଦିନ ପରେ ଦୋକାନୀ ପିଲାଟିକୁ ସିମ୍‌ଲାର ରୋହୁର ବଜାରଠାରେ ପାଇଥିଲେ । ସେଠାରେ ଦୋକାନୀ ଜଣକ ସେହି ନାବାଳକକୁ ସର୍ବସମୁଖରେ ଶାରିରୀକ ନିର୍ଯାତନା ଦେବା ସହ ଆଖିରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଶହଶହ ଲୋକ ଦେଖେଣାହାରି ସାଜିଥଲେ ମଧ୍ୟ କେହିବି ଏହାକୁ ରୋକି ନଥିଲେ ସେପଟେ ସେହି ଦିନ ହିଁ ପିଲାଟିର ମାଆ ମୃତ୍ୟୁବରଣ କରିଥିଲେ । ଏହି ନିର୍ଯାତନାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ନାବାଳକର ବାପାଙ୍କ ଅଭିଯୋଗ ପରେ ସିମ୍‌ଲା ପୋଲିସ ଏହାକୁ ଗମ୍ଭୀରତା ସହ ନେଇ 5ଜଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଏହା ସହ ସେମାନଙ୍କ ବିରୁଦ୍ଧରେ ବାଳ ଅପରାଧ ଆଇନ୍ ଅନୁଯାୟୀ ଧାରା ୩୪୧ ,୩୨୩ ଏବଂ ଧାରା ୭୫ରେ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ ବାଳକଟିର ବାପା କହିଛନ୍ତି ତାଙ୍କ ପୁଅକୁ ରୋହୁର ବଜାରଠାକୁ ଯାଉଥିବା ସମୟରେ ରାହୁଲ ସୋନି ନାମକ ଜଣେ ମିଠା ଦୋକାନି ରୋହୁର ବଜାରଠାରେ ସର୍ବସମୁଖରେ ଆକ୍ରମଣ କରିବା ସହ ଆଖିରେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ ।

ବ୍ୟୁରୋ ରିପୋଟ, ଇଟିଭି ଭାରତ

ABOUT THE AUTHOR

...view details