ଶିମଲା:ହିମାଚଳ ପ୍ରଦେଶର ପରୱାନୋରେ ଥିବା ଟିମ୍ବର ଟ୍ରାଏଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ରାସ୍ତାରେ ଅଟକିଥିବା ଏକ କେବୁଲ କାରରୁ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏହି ଟ୍ରଲିରେ 7ଜଣ ପର୍ଯ୍ୟଟକ ଫସି ରହିଥିଲେ । ତେବେ ବାୟୁସେନା ସହାୟତାରେ NDRF ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛି ।
କେବୁଲରେ ସମସ୍ୟା ଯୋଗୁ ଏହି ଟ୍ରଲିଟି ଫସି ରହିଥିଲା । ବାୟୁସେନା ଓ NDRF ଟିମ ରେସ୍କ୍ୟୁ ଅପରେସନରେ ନିୟୋଜିତ ହୋଇଥିଲେ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅପରେସନକୁ ତଦାରଖ କରଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି ।
ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ବି ଘଟିଥିଲା ସମାନ ଘଟଣା