ଓଡିଶା

odisha

ETV Bharat / bharat

ରାସନ ସାମଗ୍ରୀ ପାଇଁ ଉର୍ସ ପାଲଟିଛି ସାହାରା - urse ration

ଖାଦ୍ୟ ପଦାର୍ଥ ରଖିବା ପାଇଁ ଆଧୁନିକ ଯୁଗରେ ଫ୍ରିଜ କିମ୍ବା ହାଇଟେକ ଗୋଦାମ ବ୍ୟବହାର ହେଉଛି । ଏମିତି ବି କିଛି ଅଞ୍ଚଳ ରହିଛି ଯେଉଁଠି ପାରମ୍ପାରିକ ଉପାୟରେ ଖାଦ୍ୟ ପଦାର୍ଥ ସାଇତି ରଖାଯାଉଛି । ରାସନ ସାମଗ୍ରୀ ରଖିବା ପାଇଁ ଉର୍ସ ଏଭଳି ଏକ ପାରମ୍ପରିକ ଉପାୟ। ଅଧିକ ପଢ଼ନ୍ତୁ...

himachal pradesh people using urse for as refrigirator for ration
ରାସନ ସାମଗ୍ରୀ ପାଇଁ ଉର୍ସ ପାଲଟିଛି ସାହାରା

By

Published : Feb 20, 2021, 7:13 AM IST

Updated : Feb 20, 2021, 7:32 AM IST

ସିମଲା: ରାସନ ଜିନିଷ ସାଧାରଣତଃ ଆବଦ୍ଧ ସ୍ଥାନରେ ରଖାଯାଏ । ଆଧୁନିକ ଯୁଗରେ ଖାଦ୍ୟ ପଦାର୍ଥ ରଖିବା ପାଇଁ ହାଇଟେକ ଗୋଦାମ ବା ଫ୍ରିଜରର ବ୍ୟବହାର ମଧ୍ୟ ହେଉଛି । ଏହାଛଡ଼ା ଆଜିକାଲି ଅଧିକ ଦିନ ସାଇତି ରଖିବା ପାଇଁ ଖାଦ୍ୟରେ ପ୍ରିଜର ଭେଟିବ ବା ରାସାୟନିକ କେମିକାଲର ବ୍ୟବହାର ମଧ୍ୟ ହେଉଛି। କିନ୍ତୁ ଆପଣ ଜାଣନ୍ତି କି, ହିମାଚଳର କିନ୍ନୌର ନାମକ ସ୍ଥାନରେ ଲୋକେ ଖାଦ୍ୟ ପଦାର୍ଥରୁ ବାହାରେ ରଖି ଦିଅନ୍ତି। ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ବାହାରେ ପଡ଼ି ମନରେ ସନ୍ଦେହ ହେଉଥିବ, ବର୍ଷା ବା ତୁଷାରପାତ ହେଲେ କିଛି ନିମିଷକେ ରାସନ ଖରାପ ହୋଇ ଯାଉଥିବ।

ରାସନ ସାମଗ୍ରୀ ପାଇଁ ଉର୍ସ ପାଲଟିଛି ସାହାରା

କିନ୍ତୁ ଏମିତି କିଛି ବି ହୁଏନି, ସ୍ଥାନୀୟ ଲୋକେ କାଠର ଛୋଟ ଗୋଦାମ ଘରେ ନିଜ ରାସନ ଜମା କରି ଦିଅନ୍ତି। ସ୍ଥାନୀୟ ଭାଷାରେ ଏହା କୁଠାର ବା ଉର୍ସ ନାମରେ ପରିଚିତ। କିନ୍ନୌରରେ ଲୋକେ ଏହାକୁ ରାସନ ଜମା କରିବା ପାଇଁ ମଧ୍ୟ ବ୍ୟବହାର କରିଥାଆନ୍ତି। ଖାଦ୍ୟ ଓ ରାସନ ସାମଗ୍ରୀ ପାଇଁ ଏକ ପ୍ରକାର ଏହାର ସୁରକ୍ଷା କବଚ।

ଉର୍ସ୍ ବା କୁଠାରରେ ରାସନ ରଖିବା ପରେ ଲୋକେ ନିଶ୍ଚିନ୍ତ ହୋଇ ଯାଆନ୍ତି । କାରଣ ସେମାନଙ୍କୁ ମାସମାସ ଧରି ଖାଦ୍ୟ ପେୟ ଚିନ୍ତା କରିବାକୁ ପଡ଼େନାହିଁ। ଉର୍ସ କାଠକୁ ନେଇ ତିଆରି ହୁଏ। ଏହାର ପାର୍ଶ୍ବ ଦେବଦାରୁ ଓ ବାହାଡ଼ା କାଠରେ ତିଆରି ହୁଏ। ଉର୍ସ ଭିତରେ 8ରୁ 10ଟି ଛୋଟଛୋଟ ସିନ୍ଦୁକ ଭଳି ଡବା ରହିଥାଏ । ଏହି ଡବା ଭିତରେ ଚାଉଳ, ଅଟା, ଡାଲି, ଚିନି ଅନ୍ୟ ରାସନ ସାମଗ୍ରୀ ରଖାଯାଏ, ଯାହା ବର୍ଷ ବର୍ଷ ଧରେ ରୋଷେଇଶାଳରେ ବ୍ୟବହାର ହେବ। ଏହାଛଡ଼ା ଏଥିରେ ସେଉ, ସୁଖିଲା ଅଙ୍ଗୁର, ବାହାଡ଼ା ଆଦି ରଖାଯାଏ। କୁହାଯାଏ ଏହି ଖାଦ୍ୟପଦାର୍ଥ 2ରୁ 3 ବର୍ଷ ପର୍ଯ୍ୟନ୍ତ ଖରାପ ହୁଏନି କି ଏଥିରେ ପୋକ ମଧ୍ୟ ଲାଗେନି।

ଉର୍ସ ଘର ନିକଟରୁ 50ରୁ 100 ମିଟର ଦୂରରେ ତିଆରି ହୁଏ। ଯଦି ଆମ ଘରେ କୌଣସି ଦୁର୍ଘଟଣା ହେଲେ କୁଠାରରୁ ରାସନ ସାମଗ୍ରୀ ମିଳି ପାରିବ। ଦେବଦାରୁ ପୁରୁଣା କାଠରେ ଏହାକୁ ପ୍ରସ୍ତୁତ କରାଯାଏ। କାଠକୁ ଯୋଡ଼ିବା ପାଇଁ ଏଥିରେ କଣ୍ଟାର ବ୍ୟବହାର ହୁଏନି। ଏହି କାଠରେ ନା କେବେ ପୋକ ଲାଗେ ନା କେବେ ପଶୁ ଏହା ଭିତରେ ପଶିପାରେ।

କିନ୍ନୌର ଏକ ବିଷମ ଭୌଗଳିକ ପରିସ୍ଥିତିର ଅପହଞ୍ଚ ଅଞ୍ଚଳ। ଥଣ୍ଡା ଦିନେ ତୁଷାରପାତ ଯୋଗୁଁ ପ୍ରାୟ 6 ମାସ ପୂରା ଅଞ୍ଚଳରୁ ଦେଶ ଦୁନିଆରୁ ବିଚ୍ଛିନ୍ନ ହୋଇଯାଏ। ଏହି ସମୟରେ ଘରୁ ବାହାରିବା ମୁସ୍କିଲ ହେଇଯାଏ। ଏଥିପାଇଁ ଦୀର୍ଘଦିନର ରାସନ ଏକାସାଙ୍ଗରେ କିଣି ଉର୍ସରେ ସାଇତି ରଖନ୍ତି। ବର୍ଷା ଓ ତୁଷାରପାତ ସମୟରେ ମଧ୍ୟ ଏହା ଭିତରେ ଥିବା ସାମାନ ଖରାପ ହୁଏନି।

ଏହି ଅଞ୍ଚଳକୁ ପହଞ୍ଚିବା ପାଇଁ ଯାତାୟତ ସୁବିଧା ଏତେଟା ସହଜ ନଥିଲା। 100 କିମି ଦୂର ଥିବା ରାମପୁରକୁ ଯାଇ ଲୋକେ ରାସନ ସାମଗ୍ରୀ ଆଣୁଥିଲେ। ବାରମ୍ବାର ବଜାର ନଯିବାକୁ, ଲୋକେ 6 ମାସର ସାମଗ୍ରୀ ଉର୍ସରେ ରଖୁଥିଲେ।

ଉର୍ସରେ ଲାଗୁଥିବା ବଡ଼ ତାଲା ଏହାର ବିଶେଷତ୍ବ । ପୂର୍ବରୁ ଏହି ତାଲା ତିବ୍ବତରୁ ତିଆରି ହୋଇ ଆସୁଥିଲା। ଏହାର ଓଜନ ଥିଲା ଏକରୁ ଦୁଇ କିଲୋ। ବିନା ଚାବିରେ ଏହି ଉର୍ସକୁ ଖୋଲିବା ଥିଲା ଅସମ୍ଭବ। ସମୟ ବଦଳିବ ସହ ଉର୍ସକୁ ଅନ୍ୟ କେତେକ ଗ୍ରାମୀଣ ଅଞ୍ଚଳରେ ହିଁ ଦେଖିବାକୁ ମିଳୁଛି।

ବର୍ତ୍ତମାନ ଲୋକଙ୍କ ପାଖରେ ଯିବା ଆସିବା ସାଧନ ରହିଛି। ଏହାଛଡ଼ା ବର୍ତ୍ତମାନ ଗାଁ ଗାଁରେ ଦୋକାନ ଖୋଲିଛି। ଏଥିପାଇଁ ଲୋକ ଏବେ ଉର୍ସରେ ରାସନ ଜମା କରୁ ନାହାନ୍ତି। କିନ୍ତୁ କେତେକାଞ୍ଚଳରେ ଏବେବି ଉର୍ସର ବ୍ୟବହାର ହେଉଛି। କାରଣ ଲୋକଙ୍କ ମତରେ ଅକାଳ ମରୁଡ଼ି, ଯୁଦ୍ଧ ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଉର୍ସ ହିଁ କାମରେ ଆସିବ। ଏହାଦ୍ବାରା ବାରମ୍ବାର ବଜାର ଯିବା ଝଞ୍ଜଟରୁ ମଧ୍ୟ ମୁକ୍ତି ମିଳେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 20, 2021, 7:32 AM IST

ABOUT THE AUTHOR

...view details