ଶିମଲା:ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଅଡ଼ୁଆ ପରସ୍ଥିତି ବୃଦ୍ଧି ପାଇବାରେ ଲାଗିଛି । ଟିକେଟ ବଣ୍ଟନକୁ ନେଇ ବିଜେପିରେ ବିଦ୍ରୋହର ସ୍ବର ଉଠିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଗତକାଲି(ଅକ୍ଟୋବର ୩୧) ୬ ଜଣ ନେତାଙ୍କୁ ଦଳକୁ ବହିଷ୍କାର କରିଥିଲା ବିଜେପି । ଅନୁରୂପ ଭାବରେ ଆଜି(ମଙ୍ଗଳବାର) ବିଜେପିର ଆଉ ଜଣେ ଜଣେ ନେତାଙ୍କୁ ଦଳରୁ ବହିଷ୍କାର କରିଛି ଦଳ । ସ୍ବାଧୀନ ଭାବରେ ଦଳ ବିରୋଧରେ ନିର୍ବାଚନ ଲଢ଼ିବାକୁ ବାହାରିଛନ୍ତି ହିମାଚଳ ପ୍ରଦେଶ ବିଜେପି ଉପାଧ୍ୟକ୍ଷ ରାମ ସିଂହ ।
ଦଳରେ ବିଦ୍ରୋହ, ହିମାଚଳ ପ୍ରଦେଶ ବିଜେପି ଉପାଧ୍ୟକ୍ଷ ରାମ ସିଂହ ଦଳରୁ ବହିଷ୍କୃତ - ରାମ ସିଂହ ଦଳରୁ ବହିଷ୍କୃତ
ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ଅଡ଼ୁଆ ପରସ୍ଥିତି ବୃଦ୍ଧି ପାଇବାରେ ଲାଗିଛି । ସ୍ବାଧୀନ ଭାବରେ ଦଳ ବିରୋଧରେ ନିର୍ବାଚନ ଲଢ଼ିବାକୁ ବାହାରିଛନ୍ତି ହିମାଚଳ ପ୍ରଦେଶ ବିଜେପି ଉପାଧ୍ୟକ୍ଷ ରାମ ସିଂହ । ତାଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି ବିଜେପି । ଅଧିକ ପଢ଼ନ୍ତୁ

ଏଥିପାଇଁ ବିଜେପି ରାମ ସିଂହଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଛି । ଏହାକୁ ନେଇ ହିମାଚଳ ପ୍ରଦେଶ ବିଜେପି କାର୍ଯ୍ୟାଳୟରୁ ପ୍ରେସ୍ ବିବୃତ୍ତି ଜାରି କରି ସୂଚନା ପ୍ରଦାନ କରାଯାଇଛି । ୬୮ ବିଧାନସଭା ଆସନ ବିଶିଷ୍ଟ ହିମାଚଳ ପ୍ରଦେଶରେ ନଭେମ୍ବରରେ ମତଦାନ ହେବାକୁ ଯାଉଛି । ତେବେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ନେତା ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି । ଦଳ ନିଷ୍ପତିକୁ ଅମାନ୍ୟ କରି ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ୬ ଜଣ ନେତାଙ୍କୁ ଦଳକୁ ବହିଷ୍କାର କରିଥିଲା ହିମାଚଳ ପ୍ରଦେଶ ବିଜେପି । ଆଜି ପୁଣି ଜଣେ ତୁଙ୍ଗ ନେତାଙ୍କୁ ଦଳରୁ ବହିଷ୍କାର କରିବାକୁ ପଡ଼ିଛି ।
ଗତକାଲି ପୂର୍ବତନ ବିଧାୟକ ତେଜୱନ୍ତ ସିଂହ ନେଗୀ, କିଶୋରୀ ଲାଲ୍, ମନୋହର ଧିମାନ, କୃପାଲ ପରମାର, କେଏଲ୍ ଠାକୁରଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେପି । ଏହି ସମସ୍ତ ନେତା ପୂର୍ବତନ ବିଧାୟକ ରହିଥିଲେ । ଚଳିତ ଥର ପୁନଃ ଟିକେଟ ପାଇବାକୁ ଆଶାୟୀ ହୋଇ ରହିଥିଲେ । ତେବେ ତାଙ୍କ ସ୍ଥାନ ବିଜେପି ଆଉ କାହାକୁ ବିଧାୟକ ପ୍ରାର୍ଥୀ କରିବାକୁ ମନସ୍ଥ କରିଛି । ଏହାକୁ ନେଇ ବିଜେପିରେ ବିଦ୍ରୋହର ସ୍ବର ଉଠିଛି । ସେହିଭଳି ଆଜି ରାଜ୍ୟ ବିଜେପି ଉପସଭାପତି ରାମ ସିଂହଙ୍କୁ ଦଳରୁ ବହିଷ୍କାର କରାଯାଇଛି ।