ସିମଲା: କୋଭିଡ ଟୀକାକରଣରେ(covid vaccination) ବିରଳ ସଫଳତା ହାସଲ କଲା ହିମାଚଳ ପ୍ରଦେଶ(Himachal Pradesh) । 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତେ ଡବଲ ଡୋଜ ଟିକା ଗ୍ରହଣ କରିବାରେ ହିମାଚଳ ପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହୋଇପାରିଛି । ଏନେଇ ଶନିବାର ଜଣେ ସରକାରୀ ମୁଖପାତ୍ର କହିଛନ୍ତି।
ସେ ସୂଚନା ଦେଇଛନ୍ତି ଯେ ରାଜ୍ୟର 53 ଲକ୍ଷ 86 ହଜାର 393 ଯୋଗ୍ୟ ବୟସ୍କଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆସରିଛି । ଏନେଇ ରବିବାର ଦିନ ବିଳାସପୁରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ରେ କୋଭିଡ -19 କର୍ମୀଙ୍କୁ ସମ୍ମାନିତ କରିବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ମଧ୍ୟ ଅଂଶଗ୍ରହଣ କରିଥିଲେ।