ଓଡିଶା

odisha

ETV Bharat / bharat

Himachal floods: 6 ମୃତ, ଭୂସ୍ଖଳନ ପରେ ରାସ୍ତାରେ ଫସିଲେ ଶତାଧିକ ପର୍ଯ୍ୟଟକ

ହିମାଚଳ ପ୍ରଦେଶ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ପରେ ବନ୍ୟା ଓ ଭୂସ୍ଖଳନ । ଏପର୍ଯ୍ୟନ୍ତ 6 ଜଣଙ୍କ ମୃତ୍ୟୁ । 10 ଆହତ । ଚଣ୍ଡିଗଡ-ମନାଲି ଜାତୀୟ ରାଜପଥ ଭୂସ୍ଖଳନ ଯୋଗୁ ବନ୍ଦ । ଅଧିକ ପଢନ୍ତୁ

By

Published : Jun 26, 2023, 5:15 PM IST

Himachal floods: 6 ମୃତ, ଭୂସ୍ଖଳନ ପରେ ରାସ୍ତାରେ ଫସି ରହିଛନ୍ତି ଶତାଧିକ ପର୍ଯ୍ୟଟକ
Himachal floods: 6 ମୃତ, ଭୂସ୍ଖଳନ ପରେ ରାସ୍ତାରେ ଫସି ରହିଛନ୍ତି ଶତାଧିକ ପର୍ଯ୍ୟଟକ

Himachal floods: 6 ମୃତ, ଭୂସ୍ଖଳନ ପରେ ରାସ୍ତାରେ ଫସି ରହିଛନ୍ତି ଶତାଧିକ ପର୍ଯ୍ୟଟକ

ଶିମଲା:ମୌସିମୀ ସକ୍ରିୟ ହେବାର ପ୍ରାରମ୍ଭରେ ଉତ୍ତର ଭାରତରେ ଲଗାତାର ବର୍ଷା ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଗତ ପ୍ରାୟ 48 ଘଣ୍ଟା ଧରିପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ବନ୍ୟା ସ୍ଥିତି ଦେଖାଦେଇଛି । ରାଜ୍ଯର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନରେ 6ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 10 ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସରକାରୀ ଭାବେ ପ୍ରକାଶ କରାଯାଇଛି । ଗତକାଲି ରାତି ଠାରୁ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଆଜି ଚଣ୍ଡିଗଡ-ମନାଲି 21 ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ ହେବା କାରଣରୁ ଯୋଗାଯୋଗ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ରାସ୍ତାରେ ହଜାର ହଜାର ସଂଖ୍ୟାରେ ଗାଡି ଫସି ରହିଛି । ପ୍ରାୟ ଶତାଧିକ ପର୍ଯ୍ୟଟକ ଏଥିରେ ଫସି ରହିଥିବା କୁହାଯାଉଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ଓମକାର ଚାନ୍ଦଶର୍ମାଙ୍କ ସୂଚନା ଅନୁସାରେ, ପ୍ରାୟ ଗତ 48 ଘଣ୍ଟା ଧରି ଜାରି ରହିଥିବା ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ 6 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 10 ଜଣ ଆହତ ମଧ୍ୟ ହୋଇଛନ୍ତି । 303 ଗୃହପାଳିତ ପଶୁଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏବେ ସୁଦ୍ଧା ଚୂଡାନ୍ତ ରିପୋର୍ଟ ଆସିନାହିଁ । ପ୍ରାରମ୍ଭିକ କ୍ଷୟକ୍ଷତି ନେଇ ବିଭିନ୍ନ ଜିଲ୍ଲାରୁ ସଂଗୃହିତ ହୋଇଥିବା ରିପୋର୍ଟ ଅନୁସାରେ, ରାଜ୍ୟରେ ପ୍ରାୟ 124ଟି ସଡକ କ୍ଷତିଗ୍ରସ୍ତ ହୋଇଛି । ଏହି କ୍ଷତିଗ୍ରସ୍ତ ହୋଇଥିବା ସଡକ ମଧ୍ୟରେ ଦୁଇଟି ଜାତୀୟ ରାଜପଥ ମଧ୍ୟ ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରି ଏହାକୁ ସ୍ବାଭାବିକ କରିବା ପାଇଁ ପ୍ରୟାସ ଜାରି ରହିଥିବା ବିଭାଗୀୟ ସଚିବ କହିଛନ୍ତି ।

ଚଣ୍ଡିଗଡରୁ ମନାଲିକୁ ସଂଯୋଗ କରୁଥିବା 21 ନମ୍ବର ଡଜାତୀୟ ରାଜପଥରେ ଭୂସ୍ଖଳନ କାରଣରୁ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଗାଡି ମୋଟର ଅଟକି ରହିଛନ୍ତି । ଶତାଧିକ ପର୍ଯ୍ୟଟକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି । ଏହାକୁ ମରାମତି କରିବା ପାଇଁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ ଜାରି ରଖିଛି । ପର୍ଯ୍ୟଟକଙ୍କୁ ମାଣ୍ଡି ସହରକୁ ପ୍ରବେଶ ନକରିବା ପାଇଁ ପରାମର୍ଶ ଦିଆଯାଇଛି ।

ରଜ୍ୟରେ ଗତ 24 ଘଣ୍ଟା ଧରି ଲଗାତାର ବର୍ଷାରେ ରାଜଧାନୀ ଶିମଲା ସମେତ ଚାମ୍ବା, କାଙ୍ଗ୍ରା, କୁଲୁ, ମାଣ୍ଡି ପରି ଏକାଧିକ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।ମାଣ୍ଡି ଜିଲ୍ଲାରେ ଗତକାଲି ସଂଧ୍ୟା ସୁଦ୍ଧା 64.4 ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଥିଲା । ଆଜି ଗତକାଲି ଠାରୁ ବର୍ଷା ପରିମାଣ କମିଥିବା ବେଳେ ଦୁର୍ଦ୍ଦଶା ବଢିଛି । ବିଭିନ୍ନ ସ୍ଥାନରେ ଯୋଗଯୋଗ ସ୍ବାଭାବିକ କରିବା ପାଇଁ କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details